ନୂଆଦିଲ୍ଲୀ : ଆଇଟି କମ୍ପାନୀ ଇନ୍ଫୋସିସ୍‌ ନିଜର ନିଯୁକ୍ତି ପ୍ରକ୍ରିୟାରେ କରିଛି ବଡ଼ ପରିବର୍ତ୍ତନ। ET ର ରିପୋର୍ଟ ଅନୁସାରେ, ଇନ୍ଫୋସିସ୍‌   ଇମେଲ୍‌ରେ ଜବ୍‌ ଅଫର ଲେଟର ପଠାଇବାର ପ୍ରକ୍ରିୟାକୁ ବନ୍ଦ କରି ଦେଇଛି। ନୂଆ ଗ୍ରାଜୁଏଟ୍ସ ଓ ଲାଟେରାଲ ହାୟରିଂର ପ୍ରାର୍ଥୀଙ୍କୁ ନିଜର ଜବ୍‌ ଆପ୍ଲିକେସନର ଡିଟେଲ୍ସକୁ ଆକ୍ସେସ୍‌ କରିବାକୁ, ଇନ୍ଫୋସିସର ଇଣ୍ଟରନାଲ ସିଷ୍ଟମରେ ଲଗ୍ ଇନ୍‌ କରିବା ଜରୁରି ହେବ। କମ୍ପାନୀର ଏହି ନିଷ୍ପତ୍ତି ଅନେକ ଉଦ୍ଦେଶ୍ୟକୁ ପୂରା କରିଥାଏ। ଏହାର ମୁଖ୍ୟ ଟାର୍ଗେଟ୍‌ ଫେକ୍‌ ରିକ୍ରୁଟମେଣ୍ଟ ପ୍ରାକ୍ଟିସ୍‌ରେ ରୋକ୍‌ ଲଗେଇବା ଏବଂ ଓଭର ଅଲ୍ ହାୟରିଂ ପ୍ରୋସେସ୍‌ର ଏକ୍ସପେରିୟନ୍ସକୁ ଉତ୍ତମ କରିବା ସହ ପ୍ରାର୍ଥୀଙ୍କୁ ସ୍କାମ୍ସରୁ ସୁରକ୍ଷା ଦେବା। ଏହା ବ୍ୟତୀତ ଏହି ପଦକ୍ଷେପ କମ୍ପାନୀର ପେପରଲେସ୍‌ ହେବାର କମିଣ୍ଟମେଣ୍ଟକୁ ମଧ୍ୟ ପ୍ରମୋଟ୍‌ କରିବା।

ଇନ୍ଫୋସିସ୍‌ର କ୍ୟାରୟର ୱେବସାଇଟ୍‌ରେ ୟୁଜର୍‌ଙ୍କୁ ଏଥିପାଇଁ ଏକ ନୋଟିସ୍‌ ମଧ୍ୟ ଦେଖାଯିବ। ଏହି ନୋଟିସ୍‌ରେ ଲେଖା ହୋଇଛି ଯେ, ଇନ୍ଫୋସିସ୍‌ ଅଫର ଲେଟର ଓ ଏହା ସହ ଜଡ଼ିତ ଅନ୍ୟ ଡକ୍ୟୁମେଣ୍ଟ କେବଳ କମ୍ପାନୀର କ୍ୟାରିୟର ସାଇଟ୍‌ରେ ଉପଲବ୍ଧ ରହିଛି। ପ୍ରାର୍ଥୀମାନେ ଏହାକୁ ନିଜ ଲଗ୍‌ ଇନ୍‌ ଡିଟେଲ୍‌କୁ ଏଣ୍ଟର କରି ଆକ୍ସେସ୍‌ କରି ପାରିବେ। କମ୍ପାନୀ ଏକ ଲିଙ୍କ୍‌ ମଧ୍ୟ ସେୟାର କରିଛି, ଯାହା ଉପରେ କ୍ଲିକ୍ କରି ୟୁଜର ନିଜର ଅଫର ଲେଟରକୁ ଭାଲିଡେଟ୍‌ କରି ପାରିବେ। ଏହି ଲିଙ୍କ୍‌ https://career.infosys.com/offerValidation ରହିଛି।

ଉଲ୍ଲେଖନୀୟ ଯେ, କମ୍ପାନୀର ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି, ଯେଉଁ ସମୟରେ ଇଣ୍ଡିଆନ ସଫ୍ଟୱେୟାର ସର୍ଭିସ ସେକ୍ଟରରେ ନୂଆ ଲୋକଙ୍କ ଜଏନିଂରେ ବିଳମ୍ୱକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆସିଛି। ଇନ୍ଫୋସିସ୍ ସହ କାମ କରୁଥିବା ଏକ ରିକ୍ରୁଟମେଣ୍ଟ ଭେଣ୍ଡର ନାମ ଗୋପନ ରଖିବା ସର୍ତ୍ତରେ ଇଟିକୁ କହିଛି ଯେ, ନୂଆ ଉପାୟ ରିକ୍ରୁଟମେଣ୍ଟ ଫ୍ରଡ୍‌କୁ ହ୍ରାସ କରିବାରେ ସାହାଯ୍ୟ କରି ପାରେ। ଏହାସହ ପ୍ରାର୍ଥୀଙ୍କ ପାଇଁ କମ୍ପିଟିଙ୍ଗ କର୍ମଚାରୀଙ୍କ ସହ କଥାବାର୍ତ୍ତା କରାଇବା ମଧ୍ୟ ଆହୁରି ମୁସ୍କିଲ ହୋଇପାରେ।