ବେଙ୍ଗାଲୁରୁ : ଆଇଟି ସେକ୍ଟରର ପ୍ରସିଦ୍ଧ ଏନଆର ନାରାୟଣମୂର୍ତ୍ତି ନିଜର ସେହି ବୟାନକୁ ସୁରକ୍ଷା ଦେଇଛନ୍ତି , ଯେଉଁଥିରେ ସେ କହିଥିଲେ ଯେ, ଲୋକଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ୍। ସେ କହିଛନ୍ତି ଯେ, କଠିନ ପରିଶ୍ରମ ହିଁ ଭାରତକୁ ବିକାଶର ରାସ୍ତାରେ ନେଇ ଯିବ। ସିଏନବିସି ଗ୍ଲୋବାଲ ଲିଡରଶିପ୍ ସମିଟିରେ ସେ କହିଛନ୍ତି, କ୍ଷମା କରିବେ ମୋ ବିଚାର ବଦଳି ନାହିଁ । ଏହି ବିଚାର ଏବେ ମରିବା ଯାଏ ମୋ ସହ ରହିବ। ଇନଫୋସିସର ଫାଉଣ୍ଡର କହିଛନ୍ତି ଯେ, ୧୯୮୬ରେ ଯେବେ ଭାରତ ୬ ଡେ ୱାର୍କ ୱିକରୁ ୫ଡେ ୱିକରେ ଶିଫ୍ଟ ହେଲା ତ ମୋତେ ବହୁତ ଦୁଃଖ ଲାଗିଥିଲା। ସେ କହିଛନ୍ତି ଯେ, ଦେଶକୁ ବିକଶିତ କରିବାର ଅଛି ତ ଆରାମ ନୁହେଁ ବରଂ କିଛି ତ୍ୟାଗ କରିବାକୁ ହେବ।
ସେ ଏହି ସମୟରେ ପିଏମ୍ ନରେନ୍ଦ୍ର ମୋଦିଙ୍କର ମଧ୍ୟ କଥାକୁ ମଧ୍ୟ ଦୋହରାଇଛନ୍ତି । କହିଛନ୍ତି ଯେ ସେ ତ ସପ୍ତାହରେ ୧୦୦ ଘଣ୍ଟା କାମ କରିଥାନ୍ତି। ଯଦି ସେ ଏତେ ପରିଶ୍ରମ କରି ପାରୁଛନ୍ତି ତ ଆମେ କାହିଁକି ନୁହେଁ। ଆମକୁ ବି କାମ କରିବା ଉଚିତ୍ ଏବଂ ଦେଖାଇବା ଉଚିତ୍ କି କେମିତି ଏହି ଦେଶକୁ ଆଗକୁ ବଢାଇ ନିଆଯାଇ ପାରେ। ସେ କହିଛନ୍ତି କି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଜର୍ମାନୀ ଓ ଜାପାନ କେମିତି ଗ୍ରୋଥ କଲା ଏବଂ ପୁଣି ଥରେ ଧନୀ ଦେଶ ପାଲଟି ଗଲା। ଏହା ଆମକୁ ଦେଖିବାର ଅଛି ଏବଂ ଏଥିରେ ଶିକ୍ଷା ନେବା ଉଚିତ୍। ସେ କହିଛନ୍ତି ଯେ , ଭାରତକୁ ମଧ୍ୟ ଏହି ରାସ୍ତାପେ ଚାଲିବା ଉଚିତ୍ ଏବଂ ରାଷ୍ଟ୍ରର ପୁନର୍ନିର୍ମାଣ ଏଥିରେ ସମ୍ଭବ ହେବ। ଆମକୁ ଏମିତି ହିଁ ପ୍ରୟାସ କରିବାରୁ ହେବ,ଯେମିତି ଜର୍ମାନୀ ଓ ଜାପାନର ଲୋକେ ପ୍ରୟାସ କରିଥିଲେ।
ମୂର୍ତ୍ତି କହିଛନ୍ତି ଯେ, ମୁଁ ନିଜର ପୂରା ଜୀବନ ଏହି ବିଚାରର ପାଳନ କରିଛି ଏବଂ ସର୍ବଦା ୧୪ ଘଣ୍ଟା ଯାଏ କାମ କରିଛି। ସେ କହିଛନ୍ତି ମୁଁ ତ ସପ୍ତାହରେ ସାଢେ ୬ଦିନ କାମ କରି ଚାଲିଛି। ମୂର୍ତ୍ତି କହିଛନ୍ତି ମୁଁ ସକାଳ ୬ଟା ୩୦ ସମୟରେ ଅଫିସ୍ ପହଞ୍ଚି ଯାଉଥିଲି, ରାତିରେ ପାଖାପାଖି ୯ଟା ସମୟରେ ବାହାରୁ ଥିଲି। ମୋତେ ନିଜର ଏହି ଲାଇଫ ଷ୍ଟାଇଲ ଉପରେ ଗର୍ବ ଅନୁଭବ ହେଉଛି। ୭୮ ବର୍ଷିୟ ବିଜନେସ୍ ଲିଡର କହିଛନ୍ତି ଯେ, ଦୁନିଆରେ ସଫଳତାର ଗୋଟିଏ ହିଁ ଉପାୟ ଏବଂ ତାହା ହେଉଛି ହାର୍ଡ ୱାର୍କ । ସେ କହିଛନ୍ତି କଠିନ ପରିଶ୍ରମ କରିବା ଜରୁରି । କଠିନ ପରିଶ୍ରମର କୌଣସି ଦ୍ୱିତୀୟ ବିକଳ୍ପ ନାହିଁ । ଯଦି ଆପଣ ବହୁତ ବିଦ୍ୱାନ , ତଥାପି ମଧ୍ୟ ଆପଣଙ୍କୁ ପରିଶ୍ରମ କରିବା ଉଚିତ୍।