ନୂଆଦିଲ୍ଲୀ,୦୧/୦୫; ଆଇପିଏଲ୍ ସିଜିନ ୧୯ ସରିଛି । ଇତିହାସ ଦୋହରାଇ ରୟାଲ ଚ୍ୟାଲେଞ୍ଚର୍ସ ବେଙ୍ଗାଲୁରୁ ଚାମ୍ପିଅନ ହୋଇଛି । ୨୦୨୫ରେ ୧୮ ବର୍ଷ ପରେ ବିଜେତା ହୋଇଥିବା ଆରସିବି ଏଥର ବି ଆଇପିଏଲ ଟାଇଟଲ ହାତେଇଛି । ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ଜିତି ଫ୍ୟାନ୍ସଙ୍କୁ ଖୁଲି କରି ଦେଇଛନ୍ତି ଆରସିବି । ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଡିକେ ଶିବକୁମାର ଫ୍ୟାନ୍ସଙ୍କ ପାଇଁ ଅନ୍ୟାୟ ବୋଲି କାହିଁକି କହିଲେ ? ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଆରସିବିର ବିଜୟରେ ପ୍ରତିକ୍ରିୟା ଦେଇ ଡିକେ ଶିବକୁମାର କହିଛନ୍ତି ଯେ, ଫାଇନାଲ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବା ଉଚିତ ଥିଲା । ଏହା ଫ୍ରାଞ୍ଚାଇଜର ବିଶ୍ୱସ୍ତ ପ୍ରଶଂସକଙ୍କ ପ୍ରତି ଅନ୍ୟାୟ କରାଯାଇଛି ।

ଆରସିବି ବିଜୟରେ ପ୍ରତିକ୍ରିୟା ସହ ଆଇପିଏଲ ଫାଇନାଲ ପାଇଁ ସ୍ଥାନ ଚୟନକୁ ସମାଲୋଚନା କରି ଡିକେ ଶିବକୁମାର କହିଛନ୍ତି, '' ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମର୍ଥକମାନଙ୍କୁ ଘରୋଇ ମାଟିରେ ଦଳର ଟାଇଟଲ ବିଜୟ ମୂହୁର୍ତ୍ତ ଦେଖିବାର ସୁଯୋଗରୁ ବଞ୍ଚିତ କରାଯାଇଥିଲା । ଫାଇନାଲ ମ୍ୟାଚ୍ ବେଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ହେବାର ଥିଲା । ଫାଇନାଲ ଭେନ୍ୟୁ ବଦଲାଇ ଫ୍ରାଞ୍ଚାଇଜର ବିଶ୍ୱସ୍ତ ଏବଂ ପ୍ରଶଂସକଙ୍କ ସହ ଅନ୍ୟାୟ କରାଯାଇଛି । ଏହି ବର୍ଷ RCB ଖେଳାଳିମାନେ ଅସାଧାରଣ ଭାବରେ ଭଲ ଖେଳିଛନ୍ତି । କର୍ଣ୍ଣାଟକର ପ୍ରଶଂସକ, RCBର ପ୍ରଶଂସକ ଏବଂ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ, ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି  ।''

ଏହା ବି ପଢନ୍ତୁ...୭ ବର୍ଷ ପୂର୍ବେ ଡିକେ ଶିବକୁମାର କରିଥିଲେ ପ୍ରତିଜ୍ଞା, କହିଥିଲେ - ମୁଁ ସେପର୍ଯ୍ୟନ୍ତ କ୍ଲିନ୍ ସେଭ୍ କରିବି ନାହିଁ ...  

ଏହା ବି ପଢନ୍ତୁ...ଆଇପିଏଲ୍ ୨୦୨୬ ଫାଇନାଲ ପୂର୍ବରୁ ଆରସିବି ଫ୍ୟାନ୍ସଙ୍କୁ ଝଟକା; ସେଲିବ୍ରେସନ ଉପରେ ପ୍ରତିବନ୍ଧକ!

ଦୀର୍ଘ ୧୮ ବର୍ଷ ଧରି ବିଫଳ ହେବା ପରେ ବେଙ୍ଗାଲୁରୁ କ୍ରମାନ୍ୱୟରେ ଦ୍ୱିତୀୟ ବର୍ଷ ଧରି ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇ ଆଇପିଏଲ ଟାଇଟଲ ବଜାୟ ରଖିଛି । ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ବେଙ୍ଗାଲୁରୁ ୫ ୱିକେଟ୍ରେ ଗୁଜରାଟକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୮ ୱିକେଟ୍ ହରାଇ ୧୫୫ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବେଙ୍ଗାଲୁରୁ ୧୮ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ବେଙ୍ଗାଲୁରୁ ଆଇପିଏଲ୍‌ର ତୃତୀୟ ଦଳ ଭାବେ ଟ୍ରଫି ବଜାୟ ରଖିବାରେ ସଫଳ ହୋଇଛି । ପୂର୍ବରୁ କେବଳ ଚେନ୍ନାଇ ୨୦୧୦ ଓ ୨୦୧୧ରେ, ମୁମ୍ବାଇ ୨୦୧୯ ଓ ୨୦୨୦ରେ ଟାଇଟଲ ବଜାୟ ରଖିଥିଲେ । ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ମ୍ୟାଚ ପରେ ଉପଅଧିନାୟକ ଜିତେଶ ଶର୍ମା କହିଛନ୍ତି, ଆଶା କରୁଛୁ ପରବର୍ତ୍ତୀ ସିଜିନରେ ତୃତୀୟ ଟ୍ରଫି ବି ଆସିବ ।