ପାରଳଖେମୁଣ୍ଡି,୨୭/୧୧: ୩୦୦ ବର୍ଷ ପୁରୁଣା ହନୁମାନ ମନ୍ଦିରରୁ ଦ୍ଵିଭାଷୀ ଶିଳାଲେଖ ଠାବ। ଗଜପତି ଜିଲ୍ଲା ପାରଳଖେମୁଣ୍ଡିର ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଅନ୍ତର୍ଗତ ଥିବା ହନୁମାନ ମନ୍ଦିରରୁ ଏହି ଦ୍ଵିଭାଷୀ ଶିଳାଲେଖ ଠାବ ହୋଇଛି। ଯାହାକୁ ପୁରୁଣାପାଟଣା ନିବାସୀ ଶିକ୍ଷକ ପି. ଆପଲ୍ ରାଜୁ ଠାବ କରି ଲିପିତତ୍ଵ ଗବେଷକ ବିଷ୍ଣୁ ମୋହନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅଧିକାରୀଙ୍କ ମତରେ ଏଥିରେ ଉଦୟଗିରି ୟେଙ୍କଟ ରାଉ ପାନ୍ତୁଲୁଙ୍କ ଧର୍ମ ଉଲ୍ଲେଖ ଥିବା କହିଛନ୍ତି। ଏହା ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଉଲ୍ଲେଖ ହୋଇଛି । ଏଥିସହ ଏଥିରେ ୧୭୦୦ ବେଳେ ବ୍ୟବହାର ହେଉଥିବା ଓଡ଼ିଆ ଅକ୍ଷର ବ୍ୟବହାର ହୋଇଥିବା ବିଷ୍ଣୁ ମୋହନ ମତ ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ମତରେ ଏହା ୧୭୦୬-୧୭୪୮ ମଧ୍ୟରେ ଗଜପତି ପ୍ରତାପରୁଦ୍ରଙ୍କ ସମୟରେ ନିର୍ମିତ। ଶିଳାଲେଖରେ ଉଲ୍ଲେଖ ଥିବା ବ୍ୟକ୍ତି ଗଜପତିଙ୍କ କମା ଆଗ୍ରହାର ହୋଇଥିବା ଅଧିକାରୀ ଅନୁମାନ କରିଛନ୍ତି। ସେହିପରି ଦେଉଳରେ ପ୍ରତାପରୁଦ୍ର ଓ ନିର୍ମାତାଙ୍କ ପ୍ରତିମା ଥିବା ଅଧିକାରୀ କହିଛନ୍ତି।