ମୁମ୍ୱାଇ,୦୬/୧୨: ନୂଆ ଘରକୁ ଗଲେ ଆଲିଆ ଏବଂ ରଣବୀର କପୁର। ଗତ ମାସରେ ମୁମ୍ବାଇର ପାଲି ହିଲ୍ରେ ଥିବା ସେମାନଙ୍କର ବିଳାସପୂର୍ଣ୍ଣ ୬ ମହଲା ବିଶିଷ୍ଟ ଘରେ ଗୃହ ପ୍ରବେଶ କରିଛନ୍ତି । ଶାଶୁ, ଝିଅ ଏବଂ ସ୍ୱାମୀଙ୍କ ସହ ଘର ପ୍ରବେଶ କରିଛନ୍ତି ଆଲିଆ । ଏଥିସହ କପୁର ପରିବାର ଏହି ନୂତନ ଘରେ ରାହାଙ୍କ ତୃତୀୟ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଖୁସି କରିଛନ୍ତି ।
ତେବେ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ନଭେମ୍ବରର କିଛି ବିଶେଷ ମୁହୂର୍ତ୍ତ ସେୟାର କରି ପାରିବାରିକ ସ୍ମୃତି ପ୍ରଦର୍ଶନ କରିଛନ୍ତି । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ନଭେମ୍ବର ୨୦୨୫, ଦେଢ଼ ମାସ ପରି ଥିଲା ।" ଫଟୋରେ ଆଲିଆ ଭଟ୍ଟ ଏବଂ ତାଙ୍କ ଝିଅ ରାହାଙ୍କ ସହିତ ଦେଖିବାକୁ ମିଳିଛି। ପରବର୍ତ୍ତୀ ସ୍ଲାଇଡରେ ଘରୱାର୍ମିଂ ଉତ୍ସବର ସୁନ୍ଦର ଫଟୋ ରହିଛି, ଯେଉଁଥିରେ ଆଲିଆ ଏବଂ ରଣବୀର ପ୍ରବେଶ ଦ୍ୱାରରେ ଏକ କଳଶ ସହ ସେମାନଙ୍କର ନୂତନ ଘରକୁ ପ୍ରବେଶ କରୁଥିବାର ଦେଖାଯାଉଛି । ଏହା ପରେ ରାହାଙ୍କ ଜନ୍ମଦିନ ପାଳନର ଏକ ଫଟୋ ଆସିଛି, ଯେଉଁଥିରେ ଆଲିଆଙ୍କୁ ତାଙ୍କ ବନ୍ଧୁମାନଙ୍କ ସହ ଦେଖିବାକୁ ମିଳିଛି। ଅନ୍ୟ ଏକ ଫଟୋରେ ଆଲିଆ ତାଙ୍କ ମାଆ ସୋନି ରାଜଦାନଙ୍କ ସହିତ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଫଟୋ ସିରିଜରେ ଦମ୍ପତି ଏକାଠି ପୂଜାର୍ଚ୍ଚନା କରୁଥିବା ବେଳେ ଆଲିଆ ହାତ ଯୋଡିଥିବା ଏବଂ ରଣବୀର ତାଙ୍କ ପିତାଙ୍କ ଫଟୋ ଆଗରେ ସମ୍ମାନର ସହିତ ପ୍ରଣାମ କରୁଥିବା ମଧ୍ୟ ଦେଖାଯାଉଛି ।
ପ୍ରକାଶ ଥାଉକି, ଆଲିଆ ଭଟ୍ଟଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଆଲିଆଙ୍କ ପାଖରେ କିଛି ବଡ଼ ଫିଲ୍ମ ପ୍ରୋଜେକ୍ଟ ଅଛି, ଯାହା ମଧ୍ୟରୁ ଗୋଟିଏ ହେଉଛି ଆଲଫା, ଏକ ଆକ୍ସନ୍-ପ୍ୟାକ୍ଡ୍ ଥ୍ରୀଲର । ସେ ଏହି ଫିଲ୍ମରେ ଏକ ବୋଲ୍ଡ ଭୂମିକାରେ ଅଭିନୟ କରୁଛନ୍ତି । ଏଥିସହ ସେ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍ ଆଣ୍ଡ୍ ୱାରରେ ରଣବୀର କପୁର ଏବଂ ଭିକି କୌଶଲଙ୍କ ସହିତ ମଧ୍ୟ ନଜର ଆସିବେ ବୋଲି ସୂଚନା ରହିଛି।