ନୀଳଗିରି,୧୪/୧୨ : ନୀଳଗିରି ଷ୍ଟାଡିୟମ ପରିସରରେ ମହାବୀର କ୍ରିକେଟ କ୍ଲବ ଆନୁକୁଲ୍ୟରେ କୌଶିକ ମେମୋରିଆଲ ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ରବିବାରର ଫାଇନାଲ ମ୍ୟାଚକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଆନୁଷ୍ଠିତ ଭାବେ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚ ବାଲେଶ୍ୱର ୟୁଏଣ୍ଡମି ବାଲେଶ୍ଵର ସହିତ ଇଲେଭେନ୍ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଯାଜପୁର ଇଲେଭେନ୍ ଷ୍ଟାର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ରାହୁଲ ଗୁପ୍ତାଙ୍କ ଧୂଆଁଧାର ୫୭ରନ ଫଳରେ ଦଳ ନିର୍ଦ୍ଧାରିତ ୨୦ଓଭରରେ ୭ୱିକେଟ୍ ହରାଇ ୧୮୨ରନ୍ ସଂଗ୍ରହ କରିଥିଲା । ଦ୍ଵିତୀୟ ଇନିଂସରେ ୟୁଏଣ୍ଡମି ୮ୱିକେଟ ହରାଇ ୧୭୫ରନ କରି ୭ ରନ ଦୂରରେ ରହି ପରାଜିତ ହୋଇଥିଲା । ସାବ୍ୟସାଚୀ ଆଚାର୍ଯ୍ୟଙ୍କ ଧୂଆଁଧାର ୮୨ ରନ କରି ଦଳକୁ ବିଜୟ ଏକ ପ୍ରକାର ନିଶ୍ଚିତ ଥିବାବେଳେ ତାଙ୍କର ଏକ ଚିତାକର୍ଷକ କ୍ୟାଚ ନେବା ଫଳରେ ଯାଜପୁର ଇଲେଭେନ୍ ଷ୍ଟାର ଚଳିତବର୍ଷର ଚମ୍ପିୟାନ ହୋଇଛି। ମ୍ୟାଚଟି ଏତେ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ ପ୍ରତ୍ୟେକ ବଲରେ ପ୍ରତ୍ୟେକ ରନପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଥିଲା। ପ୍ରାୟ ପାଞ୍ଚ ହଜାରରୁ ଛହଜାର ଦର୍ଶକ ମ୍ୟାଚକୁ ଉପଭୋଗ କରିଥିଲେ।ଇଲେଭେନ ଷ୍ଟାରର ଚନ୍ଦନ ନାୟକ ୨୧ବଲରୁ ୨୬ ରନ ଏବଂ ଗୁରୁତ୍ୱପୂର୍ଣ୍ଣ ୨ୱିକେଟ୍ ନେଇ "ମ୍ୟାନ୍ ଅଫ୍ ଦି ମ୍ୟାଚ୍" ଘୋଷଣା କରାଯାଇଥିଲା।ଟାଇଟଲ ହାସଲ କରିଥିବା ବେଳେ ୟୁଏଣ୍ଡମି ଦଳର ସବ୍ୟସାଚୀ ଆଚାର୍ଯ୍ୟ ଆଜିର ଧୂଆଁଧାର ୮୨ରନ ସହିତ ସମସ୍ତ ମ୍ୟାଚର ଉଲ୍ଲେଖନୀୟ ପ୍ରଦର୍ଶନପାଇଁ କ୍ଲବ୍ ତରଫରୁ"ମ୍ୟାନ ଅଫ୍ ଦି ସିରିଜ୍" ଘୋଷଣା କରାଯାଇଛି। ଅନୁରୂପଭାବେ ଯାଜପୁର ଇଲେଭେନ୍ ଷ୍ଟାରର କମଲ କିଶନଙ୍କୁ ବେଷ୍ଟ ଫିଲ୍ଡର ଭାବରେ ପୁରସ୍କୃତ କରାଯାଇଥିଲା।

ଆଜି ପ୍ରାୟ ୫ହଜାର ଲୋକଙ୍କ ପାଇଁ କ୍ଲବର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ତରଫରୁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଇଥିଲା । ଆଜିର ଏହି ଉଦଯାପନୀ ଉତ୍ସବର ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ବାଲେଶ୍ଵର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କ ସହ ଏନଏସି ଚେୟାରମ୍ୟାନ ମହେନ୍ଦ୍ରନାଥ ବେହେରା, ମଣିପୁରର କ୍ରିକେଟକୋଚ ତଥା ବିସିସିଆଇ ମାନ୍ୟତାପ୍ରାପ୍ତ ପୂର୍ଣେ୍ଣନ୍ଦୁ ଜେନା ଯୋଗଦାନ କରିଥିଲେ । ମିସ୍ ସିମ୍ରନ୍ ଧାରାବିବରଣୀ ଦେଇଥିବାବେଳେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟର ରଞ୍ଜନ ମହାନ୍ତି ଏବଂ ପ୍ରତାପ ପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ। କ୍ଳବର ସଭାପତି ସବ୍ୟସାଚୀ ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ଵାଳ,ସୁଶାନ୍ତ ବିଶ୍ଵାଳ ,ମାନସ ପାଢ଼ୀ,ଚନ୍ଦନ ରାୟ,କୁମାର ରାୟ ,ବିରଜା ବେହେରା, ଅଜିତ ନାୟକ ,ଶିବ ନାରାୟଣ ମହାପାତ୍ର,ବେଣୁ ମହାପାତ୍ର, ମୁନା ପଣ୍ଡା,ଭାସ୍କର ବିଶ୍ଵାଳ, ସନ୍ତୋଷ ସମୁଦ୍ର,ପ୍ରତାପ ମହାନ୍ତି,କଟି ପାତ୍ର ,ବ୍ରଜ କିଶୋର ପାଣି, ଜଟିଆ ସିଂ,ଚଗୁଲୁ ଜେନା, ପ୍ରତାପ ସେଠୀ, ଉଦୟ ଜ୍ୟୋତି ମହାନ୍ତି, ଦିବ୍ୟ ମହାପାତ୍ର, ନିଗମ ରଞ୍ଜନ ରାଉତ, ଖଗେନ୍ଦ୍ର ବେହେରା, ରବି ଗୋଚ୍ଛାୟତ, ବୁଦ୍ଧଦେବ ସରକାର, ବୁବୁଲି ସରକାର,ମଣ୍ଟୁ ବେହେରା, ଆଶୁତୋଷ ନାୟକ, ଉତ୍କଳ ରାଉତ, ଭବାନୀ ବେହେରା, ଶେଖ୍ ତଉର, ପତକା ପାତ୍ର, ପ୍ରବୀଣ ନାୟକ, ବୈରାଗୀ ବେହେରା, ଅବିନାଶ ନନ୍ଦ, ଗୋପୀ ନନ୍ଦ, ଦେବାଶିଷ ଜେନା, ରମାକାନ୍ତ ପ୍ରଧାନ, ଜଗନ୍ ରାଉତ, ଭରତ ଦାସ, ମୁନା ବିଶ୍ଵାଳ, ବିନୟ ପରିଡ଼ା ଏବଂ ଚିନ୍ମୟ ଶରଣ ରାଉତ ପ୍ରମୁଖ ବହୁ ସଦସ୍ୟ ସହଯୋଗ କରିଥିଲେ।