ଭୁବନେଶ୍ୱର,୬/୦୫: ମଗରେ ମଗେ ଭୁଜା ବା ମୁଢ଼ି । ପିଆଜ କଟା ଚାଲିଛି । ତାସହ ଧନିଆ ପତ୍ର, ଟମାଟୋ, କଞ୍ଚାଲଙ୍କା । ଆବଶ୍ୟକ ହେଲେ ଗାଜର, ବିଟ୍ ଓ ନଡିଆ । ଏସବୁକୁ ଭୁଜାରେ ମିଶାଯାଇ ତେଲ ଓ ଲୁଣ ସହ ଲେମ୍ବୁରସ ଟିକେ ଚିପୁଡି ଦେଉଛି । ପରେ ମଗକୁ ତଳଉପର କରାଯାଉଛି । ଶେଷରେ ପ୍ରସ୍ତୁତ ହେଉଛି ସୁଆଦିଆ ଝାଲମୁଢ଼ି । କଡ଼ମଡ଼ କରି ଏହାକୁ ଚୋବାନ୍ତି ଯୁବପିଢି । ରାସ୍ତା ପାଶ୍ୱର୍ରେ ଖୋଲା ପବନରେ ଠିଆ ହୋଇ ଏହାକୁ ଖାଇବାର ମଜା ହିଁ ଅଲଗା। ରାସ୍ତାକଡ଼ର ଏହି ଝାଲମୁଢ଼ି ଏବେ ସାରା ଦେଶରେ ଟ୍ରେଣ୍ଡରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଲମୁଢ଼ି ଖାଇବା ପରେ ଏବେ ଏହା ବ୍ରାଣ୍ଡରେ ପରିଣତ ହୋଇଛି । ଯେଉଁଠି ଝାଲମୁଢ଼ି ଆଖିରେ ପଡ଼ୁଛି, ସେଠାରେ ରହି ଏହାକୁ ଖାଇବା ସହ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଭାଇରାଲ ବି କରାଯାଉଛି । ଝାଲମୁଢି’ ନାଁଟା ଶୁଣିଲେ ପାଟିରେ ଲାଳ ଆସିଯାଏ । କାରଣ ଇଏ ସେମିତି ହିଁ ଖାଦ୍ୟ । ଉଭୟ ଖଟା ଓ ରାଗୁଆ ଝାଲମୁଢ଼ି ଭାରି ପ୍ରସିଦ୍ଧ । ଯଦି ରାଜଧାନୀ ଭୁବନେଶ୍ୱର କଥା କହିବା, ଏଠାରେ ଅଗଣିତ ଝାଲମୁଢ଼ି ବେପାରୀ ଅଛନ୍ତି । ଗଳିକନ୍ଦି, ଛକବଜାର, ରାସ୍ତା, ପୋଲ, ସିନେମା ହଲ, ମଲ, ହୋଟେଲ କ୍ୟାମ୍ପସ, କଲେଜ, ବିଶ୍ୱବିଦ୍ୟାଳୟ, ବସଷ୍ଟାଣ୍ଡ , ରେଳଷ୍ଟେସନ । ଏମିତି କୌଣସି ଜାଗା ନାହିଁ ଯେଉଁଠି ଝାଲମୁଢ଼ି ବେପାରୀ ନଥିବେ । ସାଇକଲ ହଉ ଅବା ଠେଲାଗାଡ଼ି , ନହେଲେ ସେମିତି ଚାଲିଚାଲି ଆସି ବେପାର କରୁଛନ୍ତି । ଏବେ ଝାଲମୁଢି ମଧ୍ୟରେ ସବୁଠୁ ଅଧିକ ବିକ୍ରି ହେଉଛି ଖଟାଆଳୁ ମିଶା ମୁଢ଼ି ।
ଆହୁରି ପଢନ୍ତୁ- SIR : ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଏସ୍ଆଇଆର୍, ୨୦.୮୫ ଲକ୍ଷ ଭୋଟରଙ୍କ ମ୍ୟାପିଂ ବାକି, ସବୁଠୁ ପଛୁଆ ଭୁବନେଶ୍ଵର
ଏଥିରେ ସିଝାଆଳୁକୁ ଚକଡ଼ି, ଆଚାର ମିଶାଇ ତାକୁ ମୁଢି, ପିଆଜ, ମଟର, ବାଦାମ, ଚଣା ଓ ସୋରିଷତେଲକୁ ଘାଣ୍ଟି ଗ୍ରାହକଙ୍କ ପାଖରେ ପରଷା ଯାଉଛି । ଏହାର ଦର ୨୦ ଟଙ୍କା ରହିଛି । ବେଳେ ବେଳେ ଗ୍ରାହକ ୧୦୦, ୨୦୦ ଟଙ୍କାର ମୁଢ଼ି ନେଉଛନ୍ତି । ଯିଏ ଯେତେ ଖାଇପାରିଲା । ଏହାପରେ ବିନା ଆଳୁରେ ରାଗ ଓ ଖଟା ମିଶା ଝାଲମୁଢ଼ି । ଯାହାର ଦର ମଧ୍ୟ ସେହି ୨୦ଟଙ୍କା । ପରେ କେବଳ ମୁଢି, ମିକ୍ସଚରକୁ ମିଶାଇ ଝାଲମୁଢ଼ି କରାଯାଏ । ସେହିପରି ରେଳଷ୍ଟେସନରେ ମଧ୍ୟ ଝାଲମୁଢ଼ିର ଚାହିଦା ରହିଛି । ସେଠାରେ ଗୋଟା ପ୍ୟାକେଟ୍ ୧୦ଟଙ୍କା ରହିଛି । ଇଏ ତ ଗଲା ଝାଲମୁଢ଼ି କଥା । ଝାଲମୁଢ଼ି ଯେଉଁ ଠୁଙ୍ଗାରେ ପଶେ, ତାର ଡିଜାଇନ୍ ବି ଅଲଗା । କେଉଁଠି କୋନ୍ ଭଳି ତ କେଉଁଠି ଘର ଭଳି । ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଇଏ ଗୋଟେ ଜରିଆ । ଜଣେ ଝାଲମୁଢ଼ି ବେପାରୀ ଗୋପାଳ ଦାସ କହିଛନ୍ତି, ବର୍ତ୍ତମାନ ସମୟରେ ଝାଲମୁଢ଼ି ସମସ୍ତେ ଖାଉଛନ୍ତି । ସେ ଫରେଷ୍ଟ ପାର୍କ ପାଖରେ ରହୁଥିବାରୁ ସେଠାରେ ଭିଡ ପ୍ରବଳ । ଜଣେ ଜଣେ ବେପାରୀଙ୍କ ଦିନସାରା ୧୦ହଜାର ଟଙ୍କାର ବେପାର ହୁଏ । ତେଣୁ ଯିଏ ଯେମିତି ଯୋଗାଇପାରିଲା