ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ହାଇଦ୍ରାବାଦ ଦଳାଚକଟା ଘଟଣାରେ ରୋଚକ ମୋଡ, ଅଲ୍ଲୁ ଅର୍ଜୁନଙ୍କୁ ସମନ ଜାରି କଲା ହାଇଦ୍ରାବାଦ ପୋଲିସ...!

Published By : Bijay Swain | December 23, 2024 11:04 PM

Image courtesy: Indiatoday

ନୂଆଦିଲ୍ଲୀ: ପୁଷ୍ପା-୨ ରିଲିଜ ବେଳେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ୩୫ ବର୍ଷିୟ ମହିଳାଙ୍କ ମୃତ୍ୟୁ ଘଟଣାରେ ପୁଣି ଏକ ରୋଚକ ମୋଡ। ମୃତ୍ୟୁ ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରି ହାଇଦ୍ରାବାଦ ପୋଲିସ ସୋମବାର ଦିନ ଏକ ନୂଆ ସମନ ଜାରି କରିଛି। ଏହି ଦୁର୍ଘଟଣା ହାଇଦ୍ରାବାଦରେ ଥିବା ସଂନ୍ଧ୍ୟା ଥିଏଟରରେ ହୋଇଥିଲା। 

ଏକ ଗଣମାଧ୍ୟମ ସଂସ୍ଥାକୁ ମିଳିଥିବା ସୁଚନା ମୁତାବକ, କାଲି ସକାଳ ୧୧ଟା ସୁଦ୍ଧା ପ୍ରଶ୍ନୋତ୍ତର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଥାନାକୁ ଯିବାକୁ ପଡିବ ବୋଲି ସମନ ଜାରି କରାଯାଇଛି। 

୪ ଡିସେମ୍ବରରେ ଅଲ୍ଲୁ ଅର୍ଜୁନ ନିଜ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍‌’ ର  ପ୍ରିମିୟରେ ସାମିଲ ହେବାପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପହଁଞ୍ଚିଥିଲେ। ସେ ନିଜର ଫ୍ୟାନ୍‌ଙ୍କ ସହ ହାତ ମିଳାଇବାକୁ ଆଗକୁ ଆସିବା ମାତ୍ରେ, ଆରମ୍ଭ ହୋଇଯାଇଥିଲା ଦଳାଚକଟା। ଏହି ଘଟଣା‌ରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। 

ଦଳାଚକଟା ପରେ ଅଲୁ ଅର୍ଜୁନଙ୍କୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା। କିନ୍ତୁ ସେହି ଦିନ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଚିକଡପାଲି ପୋଲିସଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଅଧୀନରେ ଅଲ୍ଲୁ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ପରିଚାଳନା ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।

ଏହି ମାମଲା ପରେ ଡିସେମ୍ବର ୧୩ ତାରିଖରେ ଅଭିନେତା ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଯାଇଥିଲା। ପରେ ତାଙ୍କୁ ଡିସେମ୍ବର ୧୪ ଦିନ ସକାଳେ ଜେଲରୁ ମୁକ୍ତ କରାଯାଇଥିଲା। ଏହି ଘଟଣାକୁ ନେଇ କିଛି ଲୋକ ରବିବାର ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ଭଙ୍ଗାରୁଜା କରିଥିଲେ। 

ଅଭିଯୁକ୍ତମାନେ ଓସମାନିଆ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଦାବି କରୁଛନ୍ତି। ଏହି ଗୋଷ୍ଠୀ ଅଭିନେତାଙ୍କ ଘରେ ପଶି ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୧ କୋଟି ଟଙ୍କା ମାଗିଥିଲେ। ଅନ୍ୟପଟେ ସେମାନେ ଟମାଟୋ ଓ ଅଣ୍ଡା ଫିଙ୍ଗିବା ସହ ଅଲ୍ଲୁଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ମୋଟ ୮ ଅଭିଯୁକ୍ତଙ୍କ ଭିତରୁ ୬ ଜଣଙ୍କୁ ସୋମବାର ଦିନ ହାଇଦ୍ରାବାଦ ନ୍ୟାୟାଳୟରୁ ଜାମିନ୍ ମିଳିଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.