କୋଣାର୍କ,୨୦/୦୯: ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଚନ୍ଦ୍ରଭାଗାରେ ସ୍ବଚ୍ଛ ବେଳାଭୂମି ସୁସ୍ଥ ଜୀବନ ଓ ସୁରକ୍ଷିତ ବେଳାଭୂମି ବାର୍ତ୍ତାରେ ଏକ ସଚେତନତା ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ବନାଥ ଖିଲାର, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ ​​​​​​କୁମାର ଚାନ୍ଦ ପ୍ରମୁଖ ଯୋଗଦେଇ ଦିନକୁ ଦିନ ସମୁଦ୍ର ବେଳାଭୂମି ପ୍ରଦୂଷିତ ହେବାରେ ଲାଗିଛି ।ସମୟ ଆସିଛି, ଆମ ବେଳାଭୂମିକୁ ସ୍ଵଚ୍ଛ ରଖିଲେ ପରିବେଶ ସୁସ୍ଥ ରହିବ ବୋଲି କହିଥିଲେ। ସାମୁଦ୍ରିକ ଜୀବନ ପାଇଁ ପ୍ଲାଷ୍ଟିକ କ୍ଷତିକାରକ ସାବ୍ୟସ୍ତ ହେଉଛି । ସୁସ୍ଥ ଜୀବନ ଧାରଣ ପାଇଁ ସ୍ବଚ୍ଛ ଓ ସୁସ୍ଥ ସମୁଦ୍ର ଅନିବାର୍ଯ୍ୟ। ବେଳାଭୂମି ସ୍ବଚ୍ଛତା ରଖିଲେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି କହିଥିଲେ।

ibcd

ଏଥିରେ କୋଣାର୍କର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଚନ୍ଦ୍ରଭାଗା ବେଳାଭୂମି ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରାମକୃଷ୍ଣ ମହାନ୍ତି ସଂଯୋଜନା କରିଥିବାବେଳେ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।