ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ସମବାୟ ଦିବସ ପାଳିତ , ସମବାୟବିତର ଛୋଟ ପ୍ରୟାସ ଗାଁରେ ଖୁସି ଆଣିପାରିବ: ସମବାୟ ମନ୍ତ୍ରୀ

Published By : Suraj Kumar | July 5, 2025 8:30 PM

ଭୁବନେଶ୍ୱର,୫।୭ :  ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନ ସମବାୟକୁ ନୂଆ ଦିଗ ଦେଇଛି। ସମବାୟ କ୍ଷେତ୍ରରେ ୫୬ଟି ନୂଆ ପଦକ୍ଷେପ ନିଆଯାଇଛି। ସମବାୟକୁ ମଜଭୁତ କରିବାକୁ ଆମକୁ ଡବଲ ଜୋସରେ କାମ କରିବାକୁ ପଡ଼ିବ। ନୂଆ ଭାବେ ପ୍ରାଥମିକ ଦୁଗ୍ଧ ଓ ମତ୍ସ୍ୟ ସଂଘ ଗଢ଼ାଯିବ। ୫୧ ରୁ ୨୧କୁ ସଭ୍ୟ ସଂଖ୍ୟା ହ୍ରାସ କରାଯିବ। ସମାଜର ସବୁ ଶ୍ରେଣୀର ଲୋକଙ୍କ ପାଖରେ ସମବାୟକୁ ପହଂଚିବାକୁ ପଡ଼ିବ। ସୁଚାରୁ ଭାବେ ମଣ୍ଡି ପରିଚାଳନା କରିବାକୁ ପଡ଼ିବ। ସମବାୟବିତ୍ତର ଛୋଟ ପ୍ରୟାସ ଗାଁରେ ଖୁସି ଆଣିପାରିବ। ସମବାୟ ଅନୁଷ୍ଠାନକୁ ୱାନ ଷ୍ଟପ ସୋପରେ ପରିଣତ କରାଯିବ । ଶନିବାର ବୁଦ୍ଧ ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ସମବାୟ ଦିବସ ଉତ୍ସବକୁ ଉଦ୍‌ଘାଟନ କରି ସମବାୟ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ  ଏହା କହିଛନ୍ତି।

ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ଅନୁଷ୍ଠିତ ୧୦୩ତମ ଆନ୍ତର୍ଜାତିକ ସମବାୟ ଦିବସ ପାଳନ  ଅବସରରେ ମନ୍ତ୍ରୀ "ଆମ ସମବାୟ' ଓ 'ସମବାୟ ସମାଚାର'ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରିଥିଲେ। 

ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ  ଯୋଗ ଦେଇ ବିଶିଷ୍ଟ ସମବାୟବିତ ଯଜ୍ଞଶ୍ୱର ବାବୁ କହିଥିଲେ, ସମବାୟ ନୀତି ବିନା ପଞ୍ଜିକରଣ କରି ହେବନି। ଯାହାକୁ ବିଭିନ୍ନ ଦେଶ ଓ ଜାତିସଂଘର ଶ୍ରମିକ ସଂଗଠନ ସମର୍ଥନ କରିଛି। ସମବାୟ ମଧ୍ୟ ଏକ ଉଦ୍ୟୋଗ। ୫୧ ଜଣ ବସି ପ୍ରାଥମିକ ସେବା ସମବାୟ ଗଢିବାକୁ ନିଷ୍ପତ୍ତି ନେଇ ପାରିବେ।

ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି  ଓଡିଶା ସମବାୟ ସମିତି ସମୂହର ନିବନ୍ଧକ  ସିଦ୍ଧାର୍ଥ ଦାସ କହିଥିଲେ, ତୃଣମୂଳ ସ୍ତରରେ ଥିବା ସମବାୟ ସଂସ୍ଥା ମଜଭୁତ ନହେଲେ ସମବାୟ ମଜଭୁତ ହେବନି। ପାକ୍ସ କଣ କରିବ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଓଡିଶା ଭଲ କରୁଛି। ସମବାୟ ୟୁନିୟନର ବିଶେଷ ଭୂମିକା ରହିଛି। ନେତାଙ୍କୁ କର୍ତ୍ତବ୍ୟ ବାବଦରେ ସଚେତନ କରିବା ଆବଶ୍ୟକ ବୋଲି ଶ୍ରୀ ଦାସ କହିଥିଲେ।

ଓଡିଶା ରାଜ୍ୟ ସମବାୟ ୟୁନିୟନ ତରଫରୁ ଭାରତ ସରକାରଙ୍କ ବୃକ୍ଷରୋପଣ ସପ୍ତାହ ଅବସରରେ “ ଏକ ପେଡ୍ ମାଁ କେ ନାମ୍” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମବାୟ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅତିଥିମାନେ ବୃକ୍ଷ ରୋପଣ କରି ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ |ଏହି ଉତ୍ସବରେ ସଭାପତିତ୍ୱ କରି ଅତିଥି ପରିଚୟ ପ୍ରଦାନ କରିଥିଲେ ଓଡିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡଙ୍ଗୀ । ଓଡିଶା ରାଜ୍ୟ ସମବାୟ ୟୁନିୟନର ସଂପାଦକ ବ୍ରହ୍ମାନନ୍ଦ ପରିଡା ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ ମହା ସମୀକ୍ଷକ ସନ୍ତୋଷ କୁମାର ନାୟକ ବକ୍ତବ୍ୟ ପ୍ରଦାନ କରିଥିଲେ।   ଏହି ଉତ୍ସବ ଅବସରରେ ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ତର୍କ ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ  ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ।  ଧନ୍ୟବାଦ ପ୍ରଦାନ କରିଥିଲେ ଓଡିଶା ରାଜ୍ୟ ସମବାୟ ୟୁନିୟନ ଉପ   ସମ୍ପାଦିକା ସରୋଜିନୀ ଜେନା ।

 ସେହିପରି ସମବାୟ ଭବନ ପରିସରରେ  ରାଜ୍ୟ ସ୍ତରୀୟ ସମବାୟ ପତାକାକୁ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡଙ୍ଗୀ   ଉତ୍ତୋଳନ କରିଥିଲେ। ସମବାୟବିତ ପ୍ରତାପ ସାମଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.