ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଫେବ୍ରୁଆରୀ ୧୩ରୁ ଏକାଦଶ ଅନ୍ତର୍ଜାତୀୟ ରେଡିଓ ମେଳା, ସାମିଲ ହେବେ ନେପାଳର ପାଞ୍ଚଟି ରେଡିଓ ଷ୍ଟେସନର ପ୍ରତିନିଧି

Published By : Prameya | February 8, 2025 9:26 AM

ଭୁବନେଶ୍ୱର,୦୮/୦୨: ଆସନ୍ତା ୧୩ ଓ ୧୪ ତାରିଖରେ ଏକାଦଶ ଆଉଟରିଚ  ଅନ୍ତର୍ଜାତୀୟ ରେଡ଼ିଓ ମେଳା ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ । ଏହି ମେଳାରେ  ଦେଶର ଅନେକ ରେଡ଼ିଓ ପ୍ରସାରକ ଓ ଷ୍ଟେସନ ଯୋଗଦେବେ । ପ୍ରସାରଣ କ୍ଷେତ୍ରରେ  ଉତ୍କର୍ଷତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ । ମେଳାରେ  ୩ ହଜାରରୁ ଅଧିକ ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ହୋମ୍‌ ରେଡ଼ିଓ ଓ  ଗ୍ରାମଫୋନ ପ୍ରଦର୍ଶନ କରାଯିବ ।  

ଫେବ୍ରୁଆରୀ ୧୩ ତାରିଖ ବିଶ୍ୱ ରେଡିଓ ଦିବସକୁ ସ୍ମରଣୀୟ କରିବା ପାଇଁ  ଆଉଟରିଚ ପ୍ରତିବର୍ଷ ଏଭଳି ଆୟୋଜନ କରୁଛି । ଦେଶର ବିଭିନ୍ନ ରାଜ୍ୟରୁ ହାମ୍‌  ରେଡ଼ିଓ ଏହି ମେଳାରେ ଯୋଗ ଦେବେ । ଏହାଛଡ଼ା ରାଜ୍ୟର ଅନେକ କମ୍ୟୁନିଟି ରେଡିଓ  ଷ୍ଟେସନ ମଧ୍ୟ ମେଳାରେ ସାମିଲ ହେବେ  । ମେଳାରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କ  ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବ । ନୃତ୍ୟ, ଗୀତ ଓ ଚିତ୍ରାଙ୍କନ,  ରିପୋର୍ଟ ରାଇଟିଙ୍ଗ ସହ ତର୍କ ପ୍ରତିଯୋଗିତାରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ  ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ । କଲେଜ ଛାତ୍ରଛାତ୍ରୀମାନେ ରେଡ଼ିଓ ସମ୍ବାଦ  ପଠନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ସମସ୍ତ  କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ମାନେ  ଅନଲାଇନ ଏବଂ ସ୍ପଟ୍‌ ପଞ୍ଜୀକରଣ କରିପାରିବେ । ଚଳିତ ବର୍ଷ ରେଡ଼ିଓ ମେଳାରେ  ନେପାଳ କମ୍ୟୁନିଟି ରେଡ଼ିଓ ପ୍ରସାରକ ସଙ୍ଘର ସଭାପତି ଅର୍ଜୁନ ଗିରି ଯୋଗ ଦେବେ  ବୋଲି ରେଡ଼ିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ରେଡ଼ିଓ  ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.