ଭୁବନେଶ୍ଵର, ୨୨/୦୬ : ବାହାରିନ୍ ଓଡ଼ିଆ ସମାଜର ସଦସ୍ୟମାନେ ଜୁନ୍ ୨୧ରେ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ୧୨ତମ ଅନ୍ତରାଷ୍ଟ୍ରୀୟ ଯୋଗ ଉତ୍ସବ ପାଳନ କରିଛନ୍ତି। ଏହି ମହାଉତ୍ସବରେ ଭାରତୀୟ ରାଜଦୂତ ବିନୋଦ କେ ଜାକବ ଯୋଗ ଦେଇ ଯୋଗର ଉପକାରିତା ବିଷୟରେ କହିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ସହ ମିଶି ଅନେକ ଯୋଗ ଆସନ ଏବଂ ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ କରିଥିଲେ। ଏହି ଯୋଗ ଦିବସରେ ଓଡ଼ିଆ ସମାଜର ମହିଳା ସଦସ୍ୟ ଏବଂ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ବ୍ୟାୟାମ। ଯାହା ଦ୍ୱାରା କୌଣସି ମଣିଷ ନିଜ ଜୀବନକୁ ଏକ ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ କରିପାରିବ ବୋଲି ବାହାରିନ ଓଡ଼ିଆ ସମାଜର ସଭାପତି ରାମଚନ୍ଦ୍ର ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ। ଯୋଗର କେବଳ ଆସନ ଓ ବ୍ୟାୟାମ ଅପେକ୍ଷା ବହୁତ ଅଧିକ ପ୍ରଭାବ ରହିଛି। ଏହା ଶରୀରରୁ ଆରମ୍ଭ ହୁଏ, ମନକୁ ଯାଏ ଏବଂ ଆତ୍ମାକୁ ଚାଲିଯାଏ। ଯୋଗ ଏକ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଯାହା ମନ ଏବଂ ଶରୀର, ବ୍ୟକ୍ତିଗତ ଚେତନା ଏବଂ ସର୍ବଭାରତୀୟ ଚେତନା ମଧ୍ୟରେ ସମନ୍ୱୟ ଆଣିବା ଉପରେ ଧ୍ୟାନ ଦେଇଥାଏ ବୋଲି ସମାଜର ବରିଷ୍ଠ ସଦସ୍ୟ କିଶୋର ଦାଶ୍ କହିଥିଲେ।

ଆହୁରି ପଢନ୍ତୁ- ତାମିଲନାଡୁ ଗ୍ୟାସ୍‌ ଲିକ୍‌ ଘଟଣା : ଓଡ଼ିଶା ଶ୍ରମିକଙ୍କ ସହାୟତା ପାଇଁ ଚେନ୍ନାଇରେ ପହଞ୍ଚିଲେ ଓଡ଼ିଶା ଟିମ୍, ମୃତକଙ୍କ ହେବ ପୋଷ୍ଟମର୍ଟମ