କୋଣାର୍କ,୨୧/୦୬: କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ସକାଳ ୭ଟାରେ ବିଭିନ୍ନ ସଂଗଠନ,ମହିଳା ସଂଗଠନ, ଶିକ୍ଷାବିତ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ ସମୁହ ଯୋଗ ଅଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଯୋଗ ନିୟମିତ ଅଭ୍ୟାସ କରିବା ଦରକାର । ଯୋଗ ଶରୀରକୁ ସୁସ୍ଥ ରଖିଥାଏ। ଯୋଗ ଅଭ୍ୟାସ ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବୋଲି କହିଥିଲେ।  

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୁରୀ ସାଂସଦ ସମ୍ବିତ ପାତ୍ର, ପଦ୍ମଶ୍ରୀ ସୁଦର୍ଶନ ସାହୁ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ,ଏଏସଆଇ ସର୍କଲ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।