ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ବାଧକ ସାଜିଛି ଇଣ୍ଟରନେଟ ସେବା ; ଯୋଗ୍ୟ ହିତାଧିକାରୀ ଆବେଦନରୁ ବାଦ ପଡ଼ିବା ଆଶଙ୍କା !

Published By : Gurupada Nath | February 11, 2025 8:34 PM

ଦାରିଙ୍ଗବାଡି,୧୦/୨ : କେନ୍ଦ୍ର ସରକାର ପ୍ରତ୍ୟେକ ଗରିବ ପରିବାର ତଥା ଗୃହହୀନ ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବାବେଳେ ଚଳିତ ବର୍ଷ ହିତାଧିକାରୀ ସର୍ଭେ କରିବା ନିମନ୍ତେ ଆବାସ ଯୋଜନା-୨୦୨୪ ନେଇ ଏକ ଆପ ଲଞ୍ଚ କରିଛନ୍ତି ସରକାର । ଏହି ଆପ ମାଧ୍ୟମରେ ହିତାଧିକାରୀ ନିଜର ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ସର୍ଭେ କରିପାରିବେ । ଯଦି କୌଣସି ହିତାଧିକାରୀ ଫୋନ ନ ଥାଏ କିମ୍ବା ସର୍ଭେ କରିବା ଜାଣନ୍ତି ନାହିଁ ତାହାଲେ ଅଧିକାରୀ ଏହି ଆପ ଜରିଆରେ ତାଙ୍କ ଆଇଡି ମାଧ୍ୟମରେ ସର୍ଭେ କରିବାର ବ୍ୟବସ୍ଥା ରହିଛି । ଆବେଦନ କରିବାକୁ ହେଲେ ଆଧାର ଅଥେଣ୍ଟିକେସନ ଆପ୍ ମାଧ୍ୟମରେ ଆବାସ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବାର ପ୍ରାବଧାନ ରହିଛି ।  

ଏହାକୁ ଆବେଦନ କରିବା ପାଇଁ ହେଲେ ଇଣ୍ଟରନେଟ ସେବାର ଆବଶ୍ୟକତା ରହିଛି । ବିନା ଇଣ୍ଟରନେଟରେ ଏହି ଆପ ଖୋଲିବା ସମ୍ଭବ ନୁହେଁ । ତଥ୍ୟ ଅପଲୋଡ଼ବେଳେ ଇଣ୍ଟରନେଟ ଧିମା ହୋଇଗଲେ ଅପଲୋଡ଼ ହେଉ ନାହିଁ । ହେଲେ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତରେ ନେଟଓ୍ବାର୍କ ସେବା ନ ଥିବାବେଳେ ଆଉ କିଛି ଅଞ୍ଚଳରେ ନେଟଓ୍ବାର୍କ ଥିଲେ ସୁଦ୍ଧା ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ । 

ଫଳରେ ଆବେଦନ କରିବା ସମ୍ଭବ ହେଉ ନାହିଁ । ଦାରିଙ୍ଗବାଡ଼ି ବ୍ଲକରେ ୨୫ଟି ପଞ୍ଚାୟତ ରହିଥିବାବେଳେ ଅନେକ ଉପାନ୍ତ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ନେଟଓ୍ବାର୍କ ସେବା ଉପଲବ୍ଧ ନାହିଁ । ଏପରିକି ଅନେକ ପଞ୍ଚାୟତରେ ନେଟଓ୍ବାର୍କ ଥିବାବେଳେ ଇଣ୍ଟରନେଟ ସୁବିଧା ନାହିଁ । ଆଉ କିଛି ସ୍ଥାନରେ ନେଟଓ୍ବାର୍କ ସେବା ବାଧାପ୍ରାପ୍ତ ରହିଛି । ଏଭଳି ଭାବେ ଦାରିଙ୍ଗବାଡ଼ି ବ୍ଲକର ଉପାନ୍ତ ଅଞ୍ଚଳ ଗୁଡ଼ିକରେ ରହିଛି ଅନେକ ସମସ୍ୟା । ଲୋକେ ଆବେଦନ କରିବା ପାଇଁ ହେଲେ ହିତାଧିକାରୀଙ୍କୁ ପ୍ରଥମେ ଇଣ୍ଟରନେଟ ଥିବା ସ୍ଥାନକୁ ଆଣି ଆଧାର ଅଥେନ୍ଟିକେସନ କରି ତଥ୍ୟ ଦେବା ପରେ ପୁଣି ଗାଁ କୁ ଫେରି ରହୁଥିବା ଘରେ ଓ ଘର କରିବାକୁ ଚାହୁଁଥିବା ସ୍ଥାନର ଅକ୍ଷାଂଶ ଓ ଦ୍ରାଘିମା ଆଧାରରେ ଫଟୋ ଦେବାକୁ ପଡୁଛି । 

ଏହାପରେ ପୁଣି ଅପଲୋଡ଼ କରିବା ପାଇଁ ଇଣ୍ଟରନେଟ ସ୍ଥାନକୁ ଯିବାକୁ ପଡୁଛି। ଏଭଳି ଭାବେ ନେଟୱର୍କ ଉପଲବ୍ଧ ନଥିବା ସ୍ଥାନ ହେଉ ଅବା ଇଣ୍ଟରନେଟ ନଥିବା ସ୍ଥାନରେ  ସର୍ଭେ କରିବା ସମ୍ଭବ ହେଉ ନାହିଁ । ଫଳରେ ମାର୍ଚ୍ଚ ମାସ ମଧ୍ୟରେ ସର୍ଭେ କାମ ସମ୍ପୂର୍ଣ୍ଣ ହେଲା ଭଳି ମନେ ହେଉନଥିବାବେଳେ ଉପାନ୍ତ ଅଞ୍ଚଳର ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଆବାସ ଯୋଜନାରୁ ବାଦ ହେବାର ଆଶଙ୍କା ରହିଛି । ଏଣୁ ରାଜ୍ୟ ସରକାର ଉଭୟ ଆବାସ ଆପ ଓ ଆବେଦନ ଫର୍ମ ଜରିଆରେ ସର୍ଭେ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.