ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆମ୍ୱ ଟାକୁଆ ଖାଇ ମୃତ୍ୟୁ ଘଟଣା, ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ

Published By : Harapriya Sethi | November 1, 2024 2:13 PM

ଭୁବନେଶ୍ୱର, ୦୧/୧୧: ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗର ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହି ତଦନ୍ତ ଆରମ୍ଭ କରିଛନ୍ତି । ଏକ ମେଡ଼ିକାଲ ଟିମ୍ ସେଠାରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । 

ଯେଉଁ ଦୁଇ ଜଣଙ୍କ ମୃତ୍ୟୁ କଥା କୁହାଯାଉଛି, ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ବାଟରେ ହୋଇଥିଲା । ଅନ୍ୟ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ପରେ ହୋଇଥିଲା। ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତାପରେ ମୃତ୍ୟୁର କାରଣ ଜଣା ପଡିବ। ବାକି ୬ ଜଣ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । କଲେଜ କର୍ତୃପକ୍ଷଙ୍କୁ ଉଚିତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମ୍ବ ଟାକୁଆ ଖାଇବା କନ୍ଧମାଳ ପରି ଜିଲ୍ଲାରେ ହେଉଥିବା ଅନେକ ସମୟରେ ଗଣମାଧ୍ୟ୍ୟମରେ ଆସେ । ସେମାନେ ଖରା ଦିନେ ଶୁଖାଇ ବର୍ଷା ଦିନେ ଖାଆନ୍ତି । ମୃତକଙ୍କ ପରିବାର ଏନଏଫଏସସି ଖାଦ୍ୟ ସୁରକ୍ଷାରେ ଥିବେ। ଏ ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

ଏହି ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନିଜର ମତ ରଖିଛନ୍ତି । ଆମ୍ବ ଟାକୁଆ ଖାଇ ଅସୁସ୍ଥ ତଥା ମୃତ୍ୟୁ ବରଣ କରିଥିବା ଘଟଣା ଉପରେ ସେ କହିଛନ୍ତି ଯେ, ଆମ୍ବ ଟାକୁଆ  ତାଙ୍କର ନିୟମିତ ଖାଦ୍ୟ । ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଏପରି ହୋଇଛି । ଟାକୁଆ ଖାଇବା ତାଙ୍କ ଖାଦ୍ୟ ତରିକା । ତାଙ୍କ ଖାଦ୍ୟର ଗୋଟିଏ ପାର୍ଟ । ତାଙ୍କ ଖାଇବା ଜିନିଷ ବିଷାକ୍ତ ହୋଇଯାଇଛି । ତେବେ ବେଟି ବଚାଓ ଓ ବେଚି ପଢ଼ାଓ ଜରିଆରେ ଆମେ ସମସ୍ତଙ୍କୁ ସଚେତନ କରୁଛୁ । ସରକାର ଯାହା ନିର୍ଦ୍ଦେଶ ଦେବା କଥା ଦେଇ ସାରିଛନ୍ତି । ଘଟଣାସ୍ଥଳକୁ ଅଙ୍ଗନୱାଡି ଦିଦି ଯାଇଥିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । 

       

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.