ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏଣିକି ଗୋଟିଏ କ୍ଲିକ୍‌ରେ ନେଟଫ୍ଲିକ୍ସର ସମସ୍ତ ସିଜିନକୁ ଡାଉନଲୋଡ଼ କରିପାରବେ ଆଇଫୋନ ୟୁଜର,ଜାଣନ୍ତୁ

Published By : Anindita Ratha | February 2, 2025 12:42 PM

ନୂଆଦିଲ୍ଲୀ,୦୨/୦୨:   ଏଣିକି ଗୋଟିଏ କ୍ଲିକ୍‌ରେ ନେଟଫ୍ଲିକ୍ସର ସମସ୍ତ ସିଜିନକୁ ଡାଉନଲୋଡ଼ କରିପାରବେ  ଆଇଫୋନ ଓ ଆଇପ୍ୟାଡ୍‌ ୟୁଜର । ୟୁଜରଙ୍କ ଲାଗି ନୂଆ ଫିଚର ଆଣିଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ । ୨୦୧୧ରୁ ଏହି ସୁବିଧା କେବଳ ଆଣ୍ଡ୍ରଏଡ ୟୁଜରଙ୍କ ଲାଗି ଉପଲବ୍ଧ ଥିଲା । ପ୍ରାୟ ୩ବର୍ଷ ପରେ ଏହାକୁ iOS ୟୁଜରଙ୍କ ଲାଗି ମଧ୍ୟ ଉପଲବ୍ଧ କରାଯାଇଛି ନେଟଫ୍ଲିକ୍ସ ।

ପୂର୍ବରୁ ଆଇଫୋନ ଓ ଆଇପ୍ୟାଡ୍‌ ୟୁଜରମାନେ କୌଣସି ସିଜିନର ଏପିସୋଡ଼ଗୁଡିକୁ ଅଫଲାଇନ ମୋଡରେ ଦେଖିବାକୁ ହେଲେ ଅଲଗା ଅଲଗା ଭାବେ ପ୍ରତି ଏପିସୋଡକୁ ଡାଉନଲୋଡ କରୁଥିଲେ । କିନ୍ତୁ ଏବେ ମାତ୍ର ଗୋଟିଏ କ୍ଲିକରେ ଏହା ହୋଇପାରିବ । ଯାହାଦ୍ବାରା ୟୁଜରଙ୍କୁ ଗୋଟିଏ ଏପିସୋଡ ଡାଉନଲୋଡ ହେବା ପର୍ଯ୍ୟନ୍ତ ଜଗି ରହିବାକୁ ପଡ଼ିବ ନାହିଁ । ଗୋଟିଏ କ୍ଲିକରେ ସମସ୍ତ ଏପିସୋଡ ଡାଉନଲୋଡ ହେଉଥିବାରୁ ୟୁଜରଙ୍କ ବହୁମୂଲ୍ୟ ସମୟ ମଧ୍ୟ ବଞ୍ଚିବ। ସେୟାର ବଟନ୍‌ ପାଖରେ ଥିବା ଡାଉନଲୋଡ ବଟନ୍‌କୁ ବ୍ୟବହାର ଦ୍ବାରା ଏହା ସମ୍ଭବ ହେବ ।

ତେବେ ପ୍ରଥମେ ନିଜ ଆଇଫୋନ ଓ ଆଇପ୍ୟାଡ୍‌ରେ ନେଟଫ୍ଲିକ୍ସ ଆପ୍‌ର ଲାଟେଷ୍ଟ ଭର୍ସନକୁ ପ୍ରଥମେ ଡାଉନଲୋଡ୍‌ କରନ୍ତୁ । ଏହାପରେ ନେଟଫ୍ଲିକ୍ସ ଆପ୍‌କୁ ଖୋଲନ୍ତୁ ଓ ଆପଣ ଡାଉନଲୋଡ କରିବାକୁ ଚାହୁଁଥିବା ଟିଭି ଶୋ'କୁ ସର୍ଚ୍ଚ କରନ୍ତୁ ।ଏହାପରେ ଉକ୍ତ ଶୋ'ର ଯେଉଁ ସିଜିନକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାହାକୁ ଚୟନ କରନ୍ତୁ । ସେୟାର ଓ ରେଟ୍‌ ଅପସନ ପରେ ଥିବା 'Download Season' ଉପରେ କ୍ଲିକ କରନ୍ତୁ । ନଚେତ ଉକ୍ତ ଶୋ'ର ସିଜିନ ଟ୍ରେଲରର Play ବଟନ୍‌ ତଳେ ଥିବା ଡାଉନଲୋଡ ବଟନ୍‌କୁ ମଧ୍ୟ ୟୁଜର କ୍ଲିକ୍‌ କରି ପୂରା ସିଜିନକୁ ଡାଉନଲୋଡ କରିପାରିବେ । ପୂର୍ବରୁ ଏହା କରିବା ଦ୍ବାରା ଉକ୍ତ ଏପିସୋଡ ଡାଉନଲୋଡ୍‌ ହେଉଥିଲା । ନେଟଫ୍ଲିକ୍ସ କିଛି ରାଷ୍ଟ୍ର ଯେପରିକି ଆମେରିକା, କାନାଡା, ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲରେ ସବସ୍କ୍ରିପସନ ମୂଲ୍ୟ ବୃଦ୍ଧି କରିବା ପରେ ଏହି ଫିଚର ଆଣିଛି । କିନ୍ତୁ ଭାରତରେ ସବସ୍କ୍ରିପସନ ଦର ସମାନ ରହିଛି । ଭାରତରେ ମୋବାଇଲ ପ୍ଲାନ ପ୍ରତି ମାସ ପିଛା ଦର ୧୪୯ଟଙ୍କାରୁ ଆରମ୍ଭ ହେଉଛି । ବେସିକ୍‌ ପ୍ଲାନ ଲାଗି ୟୁଜରଙ୍କୁ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ, ଯେଉଁଥିରେ ମୋବାଇଲ ସହ ଲାପଟପ୍‌ରେ କଣ୍ଟେଣ୍ଟ ଦେଖିହେବ । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.