ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

କାହାର ଜର୍ସି ଲାଗୁଛି ସବୁଠୁ ସୁନ୍ଦର ? ଆଇପିଏଲ୍ ୨୦୨୫ରେ ଏହି ଲୁକରେ ନଜର ଆସିବେ ଧୋନୀ- ବିରାଟ

Published By : Prameya | March 13, 2025 5:13 PM

ମୁମ୍ବାଇ,୧୩/୩ : ଆଇପିଏଲ୍ ୨୦୨୫ର ଆରମ୍ଭ ୨୨ମାର୍ଚ୍ଚରୁ ହେବ ଏବଂ ଫାଇନାଲ ୨୫ମଇରେ ଖେଳାଯିବ । ୧୮ତମ ସିଜନ ଲାଗି କେତେକ ଟିମ୍ ନିଜ ଜର୍ସିରେ ବଡ଼ ପରିବର୍ତ୍ତନ କରିଛନ୍ତି। ଆସନ୍ତୁ ଦେଖିବା କାହାର ଜର୍ସି ସୁନ୍ଦର ଲାଗୁଛି ।

ମୁମ୍ବାଇର ଜର୍ସି ଏଥର ନୀଳ ରଙ୍ଗର ହେବ । ଯାହାର କାନ୍ଧରେ ଗୋଲ୍ଡେନ ଷ୍ଟ୍ରାଇପ୍ସ ମୁମ୍ବାଇ ଇଣ୍ଡିଆନ୍ସର ପୁରୁଣା ଜର୍ସି ଭଳି ରହିବ । କିନ୍ତୁ ଏଥର ଟିମର ‘ଟାଇଟେଲ ଲୋଗୋ‘ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ଜର୍ସିକୁ ଏକ ନୂଆ ଲୁକ୍ ମିଳିଛି ।

ସିଏସକେର ଜର୍ସିରେ ବି କେତେକ ଖାସ୍ ପରିବର୍ତ୍ତନ ହୋଇନାହିଁ । କିନ୍ତୁ ତା’ର ବି ଟାଇଟେଲ ସ୍ପନ୍ସର ପରିବର୍ତ୍ତନ କରାଯାଇଛି । ୨୦୨୪ରେ ଏହାକୁ ଟାୟର କମ୍ପାନୀ ସ୍ପନ୍ସର କରୁଥିଲା । କିନ୍ତୁ ଏବେ ଜର୍ସିର ସାମ୍ନାରେ ‘Etihad Airways’ ଲେଖାଯାଇଛି ।

କେକେଆରର ଟାଇଟେଲ ସ୍ପନ୍ସରରେ ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଟିମର ଟି-ଶାର୍ଟର ଡିଜାଇନ ପରିବର୍ତ୍ତନ କରିଛି । ଏଥର ଜର୍ସି ଉପରେ ଏକ ଡିଜାଇନ ହୋଇଛି , ସେହିଭଳି ଛାତିର ଡାହାଣ ପଟରେ ବଡ଼ ବଡ଼ ଅକ୍ଷରରେ ‘RR’ ଲେଖାଯାଇଛି । 

ଆଇପିଏଲ୍ ୨୦୨୪ରେ ଆରସିବି ନିଜ ଜର୍ସିରେ କଳା ଏବଂ ନୀଳ ରଙ୍ଗର କମ୍ବିନେଶନ ରଖିଥିଲା । କିନ୍ତୁ ବେଙ୍ଗାଲୁର ଫ୍ରାଞ୍ଚାଇଜ ଏବେ ନିଜ ପୁରୁଣା ‘ଲାଲ୍-କଳା’ ରଙ୍ଗର କ୍ଲାସିକ କମ୍ବିନେଶନକୁ ପୁଣି ଫେରିଆସିଛି ।

ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀ ସବୁବେଳେ ଲାଲ୍ ଏବଂ ନୀଳ ରଙ୍ଗର ଜର୍ସି ପିନ୍ଧିଆସିଛନ୍ତି । ଏଥର ବି ସେହି ଦୁଇ ରଙ୍ଗର ମିଳନ କରାଯାଇଛି , କିନ୍ତୁ ସାମ୍ନାରେ ସ୍ପନ୍ସର ପରିବର୍ତ୍ତନ କରାଯାଇଥିବା ଦେଖାଯାଉଛି । 

ରାଜସ୍ଥାନ ରୟାଲ୍ସର ଜର୍ସି ପ୍ରାୟ ପୂର୍ବ ସିଜନ ଭଳି ହୋଇଛି । କିଛି ସପ୍ତାହ ପୂର୍ବରୁ RR ନିଜ ଜର୍ସି ଲଞ୍ଚ କରି ଦେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.