ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମୈଦାନରେ ଖେଳାଳୀଙ୍କୁ ରାଗିପାରିବେ କି ଆଇପିଏଲ ଟିମର ମାଲିକ ? ଜାଣନ୍ତୁ କ’ଣ ରହିଛି ବିସିସିଆଇର ନିୟମ

Published By : Prameya | March 26, 2025 7:23 PM

ମୁମ୍ବାଇ,୨୬/୩ : ଆଇପିଏଲର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ଏକ ରୋମାଞ୍ଚକର ମ୍ୟାଚରେ ହରାଇଛି । ଏହି ମ୍ୟାଚରେ ଶେଷ ସମୟ ପର୍ଯ୍ୟନ୍ତ ଲକ୍ଷ୍ନୌ ଜିତୁଥିଲା ମାତ୍ର ଆଶୁତୋଷ ଶର୍ମା ଦିଲ୍ଲୀ ଲାଗି ୬୬ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ଶେଷ ଓଭରରେ ଋଷଭ ପନ୍ତଙ୍କଠାରୁ ମୋହିତ ଶର୍ମାଙ୍କ ଏକ ଷ୍ଟମ୍ପ ବି ହାତ ଛଡ଼ା ହୋଇଯାଇଥିଲା ନୁହେଁ ତ ଲକ୍ଷ୍ନୌ ୨ଅଙ୍କ ଅର୍ଜନ କରିପାରିଥାନ୍ତା କାରଣ ଏହା ଦିଲ୍ଲୀ ପାଳିର ଶେଷ ଓ୍ବିକେଟ ଥିଲା । ଏହି ପରାଜୟ ପରେ ଟିମର ମାଲିକ ସଞ୍ଜିବ ଗୋୟନକା ମୈଦାନରେ ଆସିଥିଲେ ଏବଂ ଋଷଭ ପନ୍ତ ଏବଂ ମୁଖ୍ୟ କୋଚ ଜଷ୍ଟିନ ଲ୍ୟାଙ୍ଗରଙ୍କ ସହ କଥା ହୋଇଥିଲେ । ତାଙ୍କର ଏହି ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଯେ, ଏଲଏସଜି ଟିମର ମାଲିକ ସଞ୍ଜିବ ଗୋୟନକାଙ୍କ ଏକ ଭିଡ଼ିଓ ପୂର୍ବ ବର୍ଷ ବି ଭାଇରାଲ ହୋଇଥିଲା । ସେହି ବର୍ଷ ଋଷଭ ପନ୍ତଙ୍କ ସ୍ଥାନରେ କେଏଲ ରାହୁଲ ମୈଦାନରେ ଥିଲେ । ଭିଡ଼ିଓରେ ସଫା ସଫା ଜଣାପଡ଼ୁଛି କି ଗୋୟନକା ରାହୁଲଙ୍କ ଅଧିନାୟକତ୍ବ ଏବଂ ଟିମର ପରାଜୟରେ ବହୁତ ନାରାଜ ଅଛନ୍ତି । ଏହି ସମୟ‌ରେ ରାହୁଲ ମଝିରେ କିଛି କହୁଥିବା ପ୍ରୟାସ କରୁଛନ୍ତି କିନ୍ତୁ ପରେ ଚୁପ ରହିଥିଲେ । ଏହି ଭିଡ଼ିଓ ପରେ କ୍ରିକେଟ ଫ୍ୟାନ୍ସ ଗୋୟନକାଙ୍କ କାର୍ଯ୍ୟକଳାପ ଅନୁଚିତ ବୋଲି କହିଥିଲେ ।

ଲକ୍ଷ୍ନୌ ସୁପର ଜାୟଣ୍ଟ୍ସ ୨୦୨୨ରୁ ନିଜ ଆଇପିଏଲ୍ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ସଂସ୍କରଣରେ ଟିମ୍ କେଏଲ୍ ରାହୁଲଙ୍କୁ ନିଜ ଅଧୀନାୟକ କରିଥିଲା । ରାହୁଲ ଆରମ୍ଭ ୨ ସିଜନରେ ଟିମକୁ ଏଲିମିନେଟର ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇଥିଲେ କିନ୍ତୁ ପୂର୍ବ ବର୍ଷ ଟିମ୍ ଲିଗ୍ ପର୍ଯ୍ୟାୟରେ ବାହାର ହୋଇଯାଇଥିଲା । ଏହି ସିଜନରେ ଏକ ମ୍ୟାଚ୍ ସମୟରେ ପରାଜୟ ପରେ ନାରାଜ ଗୋୟନକାଙ୍କୁ ମୈଦାନରେ ରାହୁଲଙ୍କ ସାମ୍ନାରେ କିଛି କହୁଥିବା ଦେଖାଯାଇଥିଲେ । ସଫାସଫା ଦେଖାଯାଉଥିଲା କି ଗୋୟନକା ରାଗରେ ରାହୁଲଙ୍କୁ କିଛି କହୁଛନ୍ତି । ଅକ୍ସନ ପୂର୍ବରୁ ରାହୁଲଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଦେଇଥିଲା ଏବଂ ଋଷଭ ପନ୍ତଙ୍କୁ ନିଜର ନୂଆ ଅଧିନାୟକ ଚୟନ କରିଥିଲା ।

ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସ ୨୭କୋଟି ଟଙ୍କାରେ କିଣିଛି । ‌ସେ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା କିଣାଯାଇଥିବା ଖେଳାଳୀ ଅଟନ୍ତି । ମାତ୍ର ତାଙ୍କ ଲକ୍ଷ୍ନୌ ସହ ଆରମ୍ଭ ଭଲ ନଥିଲା । ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସଠାରୁ  ଗୋଟିଏ ଜିତୁଥିବା ମ୍ୟାଚ୍ ହାରିଯାଇଛି । ଏହି ମ୍ୟାଚ୍ ପରେ ଟିମର ମାଲିକ ସଞ୍ଜିବ ଗୋୟନକାଙ୍କୁ ମୈଦାନରେ ଆସି ପନ୍ତଙ୍କ ସହ କଥା ହେଉଥିବା ଦେଖାଯାଉଛନ୍ତି । ମାତ୍ର ଏଥର ତାଙ୍କ କଥାବାର୍ତ୍ତା ପୂର୍ବଠାରୁ ଟିକେ ନରମ ଥିଲା ।

ଏହି ଘଟଣା ପରେ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି କି ଆଇପିଏଲ୍ ଟିମର ମାଲିକ କ’ଣ ମୈଦାନରେ ଆସି କୌଣସି ଖେଳାଳୀଙ୍କୁ ଖରାପ ପ୍ରଦର୍ଶନ ଲାଗି ରାଗିପାରିବେ ? ଆଇପିଏଲ୍ ଫ୍ରାଞ୍ଚାଇଜର ମାଲିକଙ୍କ ଲାଗି କେତେକ ନିୟମ ରହିଛି । ଯାହା ଫଳରେ ତାଙ୍କ ରେଭିନ୍ୟୁରେ କେଉଁଭଳି ଭାବେ ଭାଗ ମିଳିବ କିମ୍ବା ତାଙ୍କୁ ଟିମ୍ କିଭଳି ଚଳାଇବାକୁ ହେବ । ସୂଚନା ଅନୁସାରେ ଟିମର ମାଲିକଙ୍କୁ ଖେଳାଳୀଙ୍କୁ କିଭଳି କଥା ହେବା ଆବଶ୍ୟକ, ଏହି ଭଳି କୌଣସି ସ୍ପଷ୍ଟ ନିୟମ ତିଆରି ହୋଇନାହିଁ । ମାତ୍ର ଆଶା ଅଛି କି ଯେଭଳି ବ୍ୟବହାର କରିବା କଥା କରିବେ । ଖେଳ ସରିବା ପରେ କୌଣସି ମାଲିକ ଖେଳାଳୀଙ୍କୁ ରାଗିବା ଅନୁଚିତ ଅଟେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.