ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗ୍ରୀନ ଜର୍ସିରେ କିଭଳି ରହିଛି ଆରସିବିର ରେକର୍ଡ଼ ? ଟିମ୍ କାହିଁକି ପିନ୍ଧୁଛି ଏହି ଖାସ୍ କିଟ୍

Published By : Gurupada Nath | April 13, 2025 6:07 PM

ମୁମ୍ବାଇ, ୧୩/୪ :   ଆଇପିଏଲ୍ ସିଜନ ୧୮ର ୨୮ତମ ମ୍ୟାଚ୍ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ରାଜସ୍ଥାନ ବିପକ୍ଷ ବେଙ୍ଗାଲୁର ଟିମ୍ ଏହି ମ୍ୟାଚରେ ଗ୍ରୀନ ଜର୍ସି ପିନ୍ଧି ଖେଳିବ । ଆସନ୍ତୁ ଜାଣିବା କାହିଁକି ଟିମ୍ ଏହି ସ୍ପେଶାଲ ଜର୍ସି ପିନ୍ଧୁଛି ।

ଏହା ତାଙ୍କ "Go Green" ପଦକ୍ଷେପର ଭାଗିଦାରୀ ଅଟେ । ଯାହାଦ୍ବାରା ପ୍ରତି ସିଜନରେ ଗୋଟିଏ ମ୍ୟାଚ୍ ଲାଗି ଗ୍ରିନ୍ କିଟ୍ ପିନ୍ଧି ଦଳ ଖେଳିଥାଏ । ଫଳରେ ସ୍ଥିରତା ପ୍ରତି ନିଜ ପ୍ରତିବଦ୍ଧତା ବିଷୟରେ ସଚେତନତା କରାଯାଇପାରିବ । ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ପରିବେଶକୁ ସଫା ରଖିବା ଅଟେ । ଅଧିକରୁ ଅଧିକ ଗଛ ଲଗାଇବା, ଅଳିଆ କମ୍ କରିବା ଆଦି ଅଟେ ।

ଆରସିବି ମ୍ୟାଚ୍ ପୂର୍ବରୁ ସୋସିଆଲ ମିଡ଼ିଆରେ ସୂଚନା ଦେଇ ଲେଖିଛି କି, ଆରସିବିର ସବୁ ଜର୍ସି ୯୫ପ୍ରତିଶତ କପଡ଼ା ଏବଂ ପଲିଷ୍ଟର ଅଳିଆରୁ ନିର୍ମିତ ହୋଇଛି । ଯଦି ଆମେ ରେକର୍ଡ଼ର କଥା ଦେଖିବା ତେବେ ଗ୍ରୀନ୍ କିଟରେ ଆରସିବିର ରେକର୍ଡ଼ ଭଲ ନାହିଁ । ଟିମ୍ ୨୦୧୧ରୁ ଏବେ ପର୍ଯ୍ୟନ୍ତ ଗ୍ରୀନ୍ ଜର୍ସିରେ ୧୪ମ୍ୟାଚ ଖେଳୁଛି । ଏଥିରେ ଟିମ୍ କେବଳ ୪ମ୍ୟାଚ୍ ହିଁ ଜିତି ପାରିଥିବାବେଳେ ୯ମ୍ୟାଚରେ ତାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ଏବଂ ୧ମ୍ୟାଚର ଫଳାଫଳ ବାତିଲ ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.