ପ୍ରମୂଖ ଖବର
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

IPL 2025; ଯଶପ୍ରୀତ ବୁମରାଙ୍କ କମବ୍ୟାକ୍, ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ

Published By : Ankita S | April 6, 2025 1:03 PM

ମୁମ୍ବାଇ,୦୬/୦୪: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ବଢ଼ିଲା ମୁମ୍ବାଇ ଇଣ୍ଡିଆନ୍ସର ବଳ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ପାଇଁ ଭଲ ଖବର ଆସିଛି । ଦୁନିଆର ଆକ୍ରାତ୍ମକ ବୋଲର ଯଶପ୍ରୀତ ବୁମରା ଫେରିଛନ୍ତି । ଦୀର୍ଘ ଦିନ ପରେ ଫିଟ୍ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି ଯଶପ୍ରୀତ ବୁମରା ।

ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଆହତ ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଖେଳିନଥିଲେ । ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କୁ ଆଇପିଏଲରେ ଦେଖିବାକୁ ମିଳିବ । ମୈଦାନରେ ବ୍ୟାଟରଙ୍କୁ ଘାଇଲା କରିବେ ବୁମ୍ ବୁମ୍ ବୁମରା । ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ରେ ଫିଟ୍‌ ହୋଇ ସେ ଫେରିଛନ୍ତି । ମୁମ୍ବାଇ  ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି । ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ତାର ସୋସିଆଲ ମିଡିଆ ଏକ୍ସରେ ଜଣାଇଛି । କ୍ୟାପ୍ସନରେ ଲେଖିଛି ('The Lion is Back') 

ଅଧିକ ପଢ଼ନ୍ତୁ...Pak vs NZ; ଅନ୍ଧାର ହୋଇଗଲା ଷ୍ଟାଡିୟମ୍, ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

ଯଶପ୍ରୀତ ବୁମରା ସିଡନୀରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ଆହତ ହୋଇଥିଲେ । ବୋଲିଂ ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱଦେଶ ଫେରିବା ପରଠୁ ଏନ୍‌ସିଏରେ ସେ ଚିକିତ୍ସାଧୀନ ଥିଲେ । ଏନ୍‌ସିଏ ପକ୍ଷରୁ ଫିଟ୍‌ନେସ୍‌ ପ୍ରମାଣ ପତ୍ର  ପ୍ରଦାନ କରାଯିବା ପରେ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି । ଆସନ୍ତାକାଲି (ସୋମବାର) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ ମୁମ୍ବାଇ । ଏହି ମ୍ୟାଚରେ ଖେଳିପାରନ୍ତି ବୁମରା । ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଚଳିତ ସିଜିନରେ ୨ଟି ମ୍ୟାଚ ହାରିବା ପରେ ତୃତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ଜିତିଥିଲା । ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ପରାସ୍ତ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.