ମୁମ୍ବାଇ,୦୬/୦୪: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ବଢ଼ିଲା ମୁମ୍ବାଇ ଇଣ୍ଡିଆନ୍ସର ବଳ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ପାଇଁ ଭଲ ଖବର ଆସିଛି । ଦୁନିଆର ଆକ୍ରାତ୍ମକ ବୋଲର ଯଶପ୍ରୀତ ବୁମରା ଫେରିଛନ୍ତି । ଦୀର୍ଘ ଦିନ ପରେ ଫିଟ୍ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି ଯଶପ୍ରୀତ ବୁମରା ।

ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଆହତ ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଖେଳିନଥିଲେ । ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କୁ ଆଇପିଏଲରେ ଦେଖିବାକୁ ମିଳିବ । ମୈଦାନରେ ବ୍ୟାଟରଙ୍କୁ ଘାଇଲା କରିବେ ବୁମ୍ ବୁମ୍ ବୁମରା । ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ରେ ଫିଟ୍‌ ହୋଇ ସେ ଫେରିଛନ୍ତି । ମୁମ୍ବାଇ  ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି । ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ତାର ସୋସିଆଲ ମିଡିଆ ଏକ୍ସରେ ଜଣାଇଛି । କ୍ୟାପ୍ସନରେ ଲେଖିଛି ('The Lion is Back') 

ଅଧିକ ପଢ଼ନ୍ତୁ...Pak vs NZ; ଅନ୍ଧାର ହୋଇଗଲା ଷ୍ଟାଡିୟମ୍, ସିରିଜ ପୋଛିନେଲା ନ୍ୟୁଜିଲାଣ୍ଡ

ଯଶପ୍ରୀତ ବୁମରା ସିଡନୀରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ଆହତ ହୋଇଥିଲେ । ବୋଲିଂ ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱଦେଶ ଫେରିବା ପରଠୁ ଏନ୍‌ସିଏରେ ସେ ଚିକିତ୍ସାଧୀନ ଥିଲେ । ଏନ୍‌ସିଏ ପକ୍ଷରୁ ଫିଟ୍‌ନେସ୍‌ ପ୍ରମାଣ ପତ୍ର  ପ୍ରଦାନ କରାଯିବା ପରେ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି । ଆସନ୍ତାକାଲି (ସୋମବାର) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ ମୁମ୍ବାଇ । ଏହି ମ୍ୟାଚରେ ଖେଳିପାରନ୍ତି ବୁମରା । ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଚଳିତ ସିଜିନରେ ୨ଟି ମ୍ୟାଚ ହାରିବା ପରେ ତୃତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ଜିତିଥିଲା । ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ପରାସ୍ତ ହୋଇଥିଲା ।