ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

IPL 2025; କିଏ ଜୀଶାନ ଅନସାରୀ ? ପଦାର୍ପଣରେ ଦରଜୀଙ୍କ ପୁଅ କଲେ କମାଲ୍

Published By : Ankita S | March 31, 2025 1:28 PM

ନୂଆଦିଲ୍ଲୀ,୩୧/୦୩; ଆଇପିଏଲରେ କିଛି ପ୍ଲେୟାର ତିଆରି ହୁଅନ୍ତି ଯିଏ ରାତାରାତି ଷ୍ଟାର ହୋଇଯାଆନ୍ତି । ଜିରୋରୁ ହିରୋ ବନିଯାଆନ୍ତି । ମୁମ୍ବାଇର ବିଘ୍ନେଶ ପୂଥୁରଙ୍କ ପରେ ଏବେ ଆଇପିଏଲର ଆଉ ଜଣେ ଆକର୍ଷଣ ସାଜିଛନ୍ତି । ଆଇପିଏଲକୁ ନୂଆ ଷ୍ଟାର ମିଳିଛି । ଯିଏକି ଡେବ୍ୟୁ ମ୍ୟାଚରେ ୩ ୱିକେଟ ନେଇଛନ୍ତି । ସେହି ଷ୍ଟାର ପ୍ଲେୟାର ଜଣକ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଜୀଶାନ ଅନସାରୀ । ଜଣେ ଦରଜୀଙ୍କ ପୁଅ ଯୁବ କ୍ରିକେଟର ଆଇପିଏଲ ପଦାର୍ପଣରେ ପ୍ରଭାବୀ ପ୍ରଦର୍ଶନ କରି ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ସବୁଠି ଚର୍ଚ୍ଚା ।

ଉତ୍ତରପ୍ରଦେଶର ୨୫ ବର୍ଷୀୟ ଲେଗ୍ ସ୍ପିନର ଜୀଶାନ ଅନ୍‌ସାରୀ ସନରାଇଜର୍ସ ହାଇଦ୍ରାବାଦ ଟିମରେ ସାମିଲ ହୋଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗତକାଲି ସେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ୧୯ ବର୍ଷରୁ କମ୍ କ୍ରିକେଟ ଟିମ୍‌ରେ ଭାରତୀୟ ୱିକେଟ କିପର ଋଷବ ପନ୍ତଙ୍କ ଟିମ୍‌ମେଟ୍ ଥିଲେ ଜୀଶାନ । ଦିଲ୍ଲୀ ବିପକ୍ଷରେ ଆଇପିଏଲ ପଦାର୍ପଣ କରିଥିବା ଜୀଶାନଙ୍କୁ  ୩ଟି ସଫଳତା ମିଳିଥିଲା । ମେଗା ନିଲାମୀରେ ୪୦ ଲକ୍ଷ ଟଙ୍କାରେ କିଣା ହୋଇଥିବା ଜୀଶାନଙ୍କ ପ୍ରଦର୍ଶନ ଥିଲା ଦମଦାର । ଦିଲ୍ଲୀଠୁ ହାଇଦ୍ରାବାଦ ମ୍ୟାଚ ହାରିଥିଲେ ବି ଏହି ଯୁବ ପ୍ଲେୟାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ସ୍ପିନ ବୋଲିଂରେ ସମସ୍ତଙ୍କ ମନ ଜିଣିଛନ୍ତି ଅନସାରୀ । ଦ୍ୱିତୀୟ ଓଭର ବୋଲିଂରେ ଫାଫ୍ ଡୁ ପ୍ଲେସିସଙ୍କ ୱିକେଟ୍ ନେଇଥିଲେ । ସମାନ ଓଭରରେ ଜାକ୍ ଫ୍ରାସର-ମ୍ୟାକଗ୍ରକଙ୍କୁ ପାଭିଲିୟନ ପଠାଇଥିଲେ । ଏହା ସହିତ କେଏଲ ରାହୁଲଙ୍କୁ ମଧ୍ୟ ଶିକାର କରିଥିଲେ । ଗ୍ରେଟ୍ ଅଷ୍ଟ୍ରେଲିଆନ ବୋଲର ସେନ୍ ୱାର୍ଣ୍ଣଙ୍କୁ ଆଦର୍ଶ ମାନୁଥିବା ଅନ୍‌ସାରୀଙ୍କ ଏହି ସଫଳତାକୁ ନେଇ ଏବେ ଚର୍ଚ୍ଚା ।

ଅଧିକ ପଢନ୍ତୁ...ଷ୍ଟାର୍କ-ଡୁପ୍ଲେସିସଙ୍କ ସାମ୍ନାରେ ଏସଆରଏଚ୍‌ର ଆତ୍ମସମର୍ପଣ, ଦିଲ୍ଲୀର ଲଗାତାର ଦ୍ବିତୀୟ ବିଜୟ

ଦରଜୀଙ୍କ ପୁଅ କଲେ କମାଲ୍- ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ପ୍ଲେୟାର ଜୀଶାନ ଅନସାରୀ ଅତ୍ୟନ୍ତ ଗରିବ ପରିବାର । ସମୟ ଥିଲା ତାଙ୍କ ପାଖରେ ଜୋତା କିଣିବାକୁ ଟଙ୍କା ନଥିଲା । ତାଙ୍କ ବାପା ଦରଜୀ କାମ କରି ଗୁଜୁରାଣ ମେଣ୍ଟାନ୍ତି । ଆର୍ଥିକ ସଂଙ୍କଟ ସତ୍ତ୍ବେ ପୁଅକୁ କ୍ରିକେଟ ଖେଳିବାକୁ ନେଇ କୌଣସି ଉଣା କରି ନଥିଲେ । ୨୦୧୬ରେ ୧୯ ବର୍ଷରୁ କମ୍ ବିଶ୍ବକପ ଖେଳିବାର ସୌଭାଗ୍ୟ ପାଇଥିଲେ ଜୀଶାନ । ଏହାର ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶ ରଣଜୀ ଦଳରେ ସ୍ଥାନ ପାଇଥିଲେ । ସେ ମାତ୍ର ୫ଟି ରଣଜୀ ଖେଳିବାର ସୁଯୋଗ ପାଇଥିଲେ । ଗତବର୍ଷ ସେ ଉତ୍ତରପ୍ରଦେଶ ଟି-୨୦ ଲିଗ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ୧୨ ମ୍ୟାଚ ଖେଳି ୨୪ଟି ୱିକେଟ ନେଇଥିଲେ । ଏହା ପରେ ଆଇପିଏଲ ମେଗା ନୀଲାମିରେ ହାଇଦ୍ରାବାଦ ତାଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା । ଏବେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି ଜୀଶାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.