ପ୍ରମୂଖ ଖବର

ନଭେମ୍ବର ଶେଷ ସପ୍ତାହରେ ହୋଇପାରେ ଆଇପିଏଲ୍‌ ନିଲାମୀ, ବିସିସିଆଇ ପକ୍ଷରୁ ଚାଲିଛି ପ୍ରସ୍ତୁତି

Published By : Prameya | October 18, 2024 11:35 AM

ନୂଆଦିଲ୍ଲୀ,୧୮/୧୦: ଆଇପିଏଲ୍‌ର ୨୦୨୫  ସିଜନ ପାଇଁ ନଭେମ୍ବର ଶେଷ ସପ୍ତାହରେ ମେଗା ଖେଳାଳି  ନିଲାମ ହେବ ବୋଲି ଜଣା ପଡ଼ିଛି । ଯଦିଓ ଏ ବିଷୟରେ  ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ, ତଥାପି  ନଭେମ୍ବର ୩୦ କିମ୍ବା ତା’ ପୂର୍ବରୁ ମଧ୍ୟ ନିଲାମୀ ହୋଇପାରେ । ଏଥର ନିଲାମୀ ବିସିସିଆଇ ଦୁବାଇରେ ଆୟୋଜନ  କରିପାରେ । ୧୦ଟି ଯାକ ଦଳ ନିଲାମୀ ପାଇଁ ପ୍ରସ୍ତୁତ ହେଉଛନ୍ତି ।  ଦଳରେ କେଉଁ ଖେଳାଳିଙ୍କୁ ରଖିବେ ଏବଂ କାହାକୁ ଛାଡ଼ିବେ  ସେନେଇ ତାଲିକା ପ୍ରସ୍ତୁତ କରୁଛନ୍ତି । 

ଏ ପର୍ଯ୍ୟନ୍ତ ଯାହା ସୂଚନା  ରହିଛି, ସନ୍‌ରାଇଜର୍ସ ହାଇଦ୍ରାବାଦ ହେନରିଚ କ୍ଲାସେନ ଓ  ଅଭିଷେକ ଶର୍ମାଙ୍କୁ ରଖିବା ନେଇ ଯୋଜନା କରିଛି । ସେମିତି  ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତ, ଅକ୍ଷର ପଟେଲ ଓ କୁଲଦୀପ  ଯାଦବଙ୍କୁ ରଖିପାରେ । ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟା,  ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ ଓ ଯଶପ୍ରୀତ ବୁମରାଙ୍କୁ  ରଖିବା ପାଇଁ ଯୋଜନା କରୁଛି । ଖୁବ୍‌ ଶୀଘ୍ର କେଉଁ ଦଳ କେଉଁ  ଖେଳାଳିମାନଙ୍କୁ ରଖିବେ ତାହାର ସ୍ପଷ୍ଟ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.