ନୂଆଦିଲ୍ଲୀ,୧୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନ ୨୪ ଓ ୨୫ ନଭେମ୍ବରରେ ସାଉଦି ଆରବର ଜେଦାରେ ହେବାକୁ ଯାଉଛି। ଏହି ନିଲାମୀ ପାଇଁ ୫୭୪ ଜଣ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଛି। ଅକ୍ସନ ପାଇଁ ୧୫୭୪ ଖେଳାଳିଙ୍କୁ ରେଜିଷ୍ଟର୍ଡ କରାଯାଇଥିଲା, କିନ୍ତୁ ଅନ୍ତିମ ଲିଷ୍ଟରୁ ଏକ ହଜାର ଖେଳାଳିଙ୍କୁ ବାହାର କରାଯାଇଛି। ନିଲାମୀ ପାଇଁ ସର୍ଟଲିଷ୍ଟ କରାଯାଇଥିବା ୫୪୭ ଖେଳାଳିଙ୍କ ଭିତରେ ୩୬୬ ଭାରତୀୟ ଓ ୨୦୮ ଜଣ ବିଦେଶୀ ଖେଳାଳି ଅଛନ୍ତି। ତାଙ୍କ ଭିତରେ ଆସୋସିଏଟ୍ ଦେଶର ୩ ଖେଳାଳି ରହିଛନ୍ତି। ଫାଇନାଲ ଲିଷ୍ଟରେ ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶ ରହିଛନ୍ତି। ବୈଭବ ଅକ୍ସନ ଲିଷ୍ଟରେ ସାମିଲ ସବୁଠାରୁ କମ୍ ବୟସ୍କ ଖେଳାଳି। ତାଙ୍କର ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା।
ଇଏସ୍ପିଏନ୍ କ୍ରିକ୍ଇନଫୋ ଅନୁସାରେ, ବୈଭବଙ୍କ ଜନ୍ମ ୨୭ ମାର୍ଚ୍ଚ ୨୦୧୧ ରେ ହୋଇଥିଲା। ବର୍ତ୍ତମାନ ତାଙ୍କୁ (୧୬ ନଭେମ୍ବର ୨୦୨୪)ରେ ୧୩ ବର୍ଷ ୨୩୪ ଦିନ। ୧୩ ବର୍ଷୀୟ ବୈଭବ ବିହାର ପାଇଁ ଘରୋଇ କ୍ରିକେଟ ଖେଳନ୍ତି। ସେ ନିଜର ଫାଷ୍ଟ କ୍ଲାସ ଡେବ୍ୟୁ ଚଳିତ ବର୍ଷ ଜାନୁଆରୀରେ ମୁମ୍ବାଇ ବିରୋଦରେ କରିଥିଲେ। ବୈଭବଙ୍କର ପିଲାବେଳୁ ହିଁ କ୍ରିକେଟ ପ୍ରତି ଭଲ ପାଇବା ରହିଛି। ୫ ବର୍ଷ ବୟସରୁ ତାଙ୍କ ବାପା ସଞ୍ଜୀବ ନେଟ୍ ପ୍ରାକ୍ଟିସ୍ କରିବା ଆରମ୍ଭ କରିଥିଲେ। ସେଥିପାଇଁ ଘରେ ସେ ନେଟ୍ ଲଗାଇଥିଲେ। ଏହାପରେ ବୈଭବ ସମସ୍ତୀପୁର କ୍ରିକେଟ ଏକାଡେମୀରେ ଆଡମିସନ୍ ନେଇଥିଲେ। ପରେ ପାଟନାର ଜିଏସ୍ଏସ୍ ଏକାଡେମୀରେ ମନିଷ ଓଝାଙ୍କଠାରୁ ଟ୍ରେନିଂ ନେଇଥିଲେ।
ଏହି ଅକ୍ସନରେ ସବୁଠାରୁ ବୟସ୍କ ଖେଳାଳି ଜେମ୍ସ ଅଣ୍ଡରସନ୍ ଅଛନ୍ତି। ୪୨ ବର୍ଷର ଅଣ୍ଡରସନ୍ ନିଜର ବେସ୍ ପ୍ରାଇସ୍ ୧.୨୫ କୋଟି ରଖିଛନ୍ତି। ଅଣ୍ଡରସନ୍ ୨୦୨୪ ରୁ କୌଣସି ଟି-୨୦ ମ୍ୟାଚ୍ ଖେଳିଛନ୍ତି ଓ କେବେ ଆଇପିଏଲ ଓ କେବେ ଆଇପିଏଲର ଅଂଶ ନଥିଲେ। ଏହାକୁ ନେଇ ସେ ଆଇପିଏଲ ଖେଳିବାକୁ ମନ ବଳାଇଛନ୍ତି। ଅଣ୍ଡରସନ୍ ଜୁଲାଇ ୨୦୨୪ ରେ କ୍ରିକେଟରୁ ସନ୍ୟାସନ ନେଇଥିଲେ।କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ବୋଲର ଭାବରେ ଜଣାଯାଆନ୍ତି। ଅଣ୍ଡରସନଙ୍କ ନାଁରେ ୧୮୮ ଟେଷ୍ଟରେ ୭୦୪ ଓ୍ବିକେଟ ରହିଛି। ଅଣ୍ଡରସନ୍ ୧୯୪ ଟି ଓ୍ବାନେଡ ମଧ୍ୟ ଖେଳିଛନ୍ତି, ଯେଉଁଥିରେ ସେ ୨୬୯ ଓ୍ବିକେଟ ନେଇଛନ୍ତି। ସେଭଳି ତାଙ୍କର ଟି-୨୦ ଇଣ୍ଟରନ୍ୟାସନାଲ କ୍ୟାରିୟର ୨୦୦୭ ରେ ହୋଇଥିଲା। ୨୦୦୯ ରେ ସେ ଶେଷ ମ୍ୟାଚ୍ ଖେଳିଥିଲେ। ୧୯ ତମ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ରେ ତାଙ୍କ ନାଁ ୧୮ ଓ୍ବିକେଟ ରହିଛି।
ସେଭଳି ଆଇପିଏଲ ୨୦୨୫ ପାଇଁ ସବୁ ୧୦ଟି ଟିମ୍ ପାଖରେ ମୋଟ ୨୦୪ ଖେଳାଳି ସ୍ଥାନ ପାଇଛନ୍ତି। ଅର୍ଥାତ ସର୍ଟଲିଷ୍ଟ କରାଯାଇଥିବା ୬୪୭ ଖେଳାଳିଙ୍କ ଭିତରେ ଅଧିକାଂଶ ୨୦୪ ଖେଳାଳି ହିଁ ବିକ୍ରି ହୋଇପାରିବେ। ଏଥର ସବୁ ୧୦ଟି ଟିମ୍ର ପର୍ସରେ ମୋଟ ୬୪୧ କୋଟି ଟଙ୍କା ବାକି ରହିଛି। ନିଲାମୀ ଭାରତୀୟ ସମୟ ଅନୁସାରେ, ମଧ୍ୟାହ୍ନ ୩ଟା ବେଳେ ଆରମ୍ଭ ହେବ। ଯଦି ଦେଖାଯାଏ ତେବେ ୫୪୭ ଖେଳାଳିଙ୍କ ଲିଷ୍ଟରେ ୮୧ ଖେଳାଳି ଅଛନ୍ତି, ଯାହାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେଭଳି ୨୭ ଖେଳାଳିଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା ରଖାଯାଇଛି। ଏହାଛଡା ୧.୭୫ କୋଟି, ୧.୨୫ କୋଟି, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷର ଟଙ୍କା ବେସ୍ ପ୍ରାଇସ୍ ଥିବା ପ୍ଲେୟର୍ସଙ୍କ ମଧ୍ୟ ଲିଷ୍ଟ ରହିଛି।
ଏଥର ନିଲାମୀରେ ଋଷଭ ପନ୍ତ, କେଏଲ ରାହୁଲ, ମହମ୍ମଦ ଶାମି, ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ବିନ ଓ ଯୁଜଭେନ୍ଦ୍ର ଚହଲଙ୍କ ଭଳି ବଡ ଖେଳାଳି ଓହ୍ଲାଇବେ। ଏହି ସବୁ ଖେଳାଳି ମଧ୍ୟ ନିଜକୁ ୨ କୋଟି ଟଙ୍କା ଲିଷ୍ଟ କରିଛନ୍ତି। ସେଭଳି ବିଦେଶୀ ଖେଳାଳିଙ୍କ ଲିଷ୍ଟରେ ଗ୍ଲେନ୍ ମାକ୍ସଓ୍ବେଲ, ମିଚେଲ ଷ୍ଟାର୍କ, ଜୋସ୍ ବଟଲର, ଡେଭିଡ୍ ଓ୍ବାର୍ଣ୍ଣର, ଜେମ୍ସ ଆଣ୍ଡରସନ୍, ଟ୍ରେଟ ବୋଲ୍ଟ, ଫାଫ୍ ଡୁ ଫ୍ଲେସିସ୍ଙ୍କ ଭଳି ଷ୍ଟାର ରହିଛନ୍ତି।