ମୁମ୍ବାଇ,୨୪/୧୦: ଆଗାମୀ ଆଇପିଏଲ୍‌ ପୂର୍ବରୁ  ପ୍ରତ୍ୟେକ ଫ୍ରାଞ୍ଚାଇଜ କୋଚିଂ ବିଭାଗକୁ ସୁଦୃଢ କରିବାରେ  ଲାଗିଛନ୍ତି । ମେଗା ନିଲାମ ପାଇଁ କୋଚିଂ ୟୁନିଟ୍‌ଙ୍କ ଉପସ୍ଥିତି ବେଶ୍‌ ଜରୁରି ରହିଥିବାରୁ ପ୍ରଥମେ କୋଚ ଓ ସହକାରୀ  ସଦସ୍ୟଙ୍କ ନିଯୁକ୍ତି ଜରୁରି ହୋଇ ପଡ଼ିଛି । ପୂର୍ବତନ ଭାରତୀୟ ଖେଳାଳି ପାର୍ଥବ ପଟେଲଙ୍କୁ ସହାକାରୀ କୋଚ୍‌  ଭାବେ ଗୁଜରାଟ ଟାଇଟନ୍ସ ନିଯୁକ୍ତି ଦେଇଛି । ୨୦୨୦ରେ  ଅବସର ନେଇଥିବା ପଟେଲ ଗୁଜରାଟ ରଣଜୀ ଦଳର  ଅଧିନାୟକ ଭାବେ ଦୀର୍ଘ ବର୍ଷ ଧରି ଖେଳିବାର ଅଭିଜ୍ଞତା  ରଖିଛନ୍ତି । ତାଙ୍କୁ ପ୍ରଥମ କରି କୋଚ ଭାବେ ନିଯୁକ୍ତି ମିଳିଛି ।  ୨୦୨୧ରୁ ୨୦୨୩ ସିଜନ ପର୍ଯ୍ୟନ୍ତ ସେ ମୁମ୍ବାଇ ଇଣ୍ଡିଆନ୍ସ  ଦଳର ପ୍ରତିଭା ଅନ୍ୱେଷଣ ଟିମ୍‌ରେ କାର୍ଯ୍ୟ କରିଥିଲେ ।