ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ନେହାଲ ଓ୍ବାଧେରା ଓ ଶଶାଙ୍କ ସିଂହଙ୍କ କମାଲ, ରାଜସ୍ଥାନକୁ ୨୨୦ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

Published By : Tapas Panda | May 18, 2025 5:32 PM

Image Courtesy: espncricinfo

ଜୟପୁର: ଟପ୍ ଅର୍ଡରର ପତନ ସତ୍ତ୍ୱେ ପଞ୍ଜାବ କିଙ୍ଗସ୍‌  ୨୦୦ ରୁ ଅଧିକ ସ୍କୋର କରିଛି । ନେହାଲ ୱାଧେରା ପଞ୍ଜାବ କିଙ୍ଗସ୍‌ ପାଇଁ ୩୭ ବଲରେ ୭୦ ରନର ଇନିଂସ ଖେଳିଛନ୍ତି । ସେ ୫ଟି ଚୌକା ଏବଂ ୫ଟି ଛକା ମାରି ଏହି ରନ୍‌ କରିଛନ୍ତି । ଶେଷରେ ଶଶାଙ୍କ ସିଂହ ୩୦ ବଲରେ ୫୯ ରନର ଅପରାଜିତ ଇନିଂସ ଖେଳିଛନ୍ତି । ସେ ୫ଟି ଚୌକା ଏବଂ ୩ଟି ଛକା ମାରିଛନ୍ତି। ଆଜମତୁଲ୍ଲା ଓମରଜାଇ ୯ ବଲରୁ ୨୧ ରନ୍ କରି ଅପରାଜିତ ରହିଛନ୍ତି। ଅଧିନାୟକ ଶ୍ରେୟସ ଆୟର ୨୫ ବଲରେ ୩୦ ରନର ଇନିଂସ ଖେଳିଛନ୍ତି। ଗୋଟିଏ ସମୟରେ ପଞ୍ଜାବ ମାତ୍ର ୩୪ ରନରେ ୩ ୱିକେଟ ହରାଇଥିଲା । ତଥାପି ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୯ ରନ୍ କରିଛି। ରାଜସ୍ଥାନ ରୟାଲ୍ସ ସାମ୍ନାରେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍‌ ।

ସେପଟେ ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି । ତାଙ୍କ ବ୍ୟତୀତ କ୍ବେନା ମଫାକା, ରିୟାନ ପରାଗ ଏବଂ ଆକାଶ ମଧଓ୍ବାଲ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ପ୍ରଥମେ ଟସ୍‌ ଜିତି ବ୍ୟାଟି କରିଥିଲା ପଞ୍ଜାବ ଟିମ୍‌ । ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ପଞ୍ଜାବ ଶେଷ ଆଡ଼କୁ ଧୂଆଁଧାର ବ୍ୟାଟିଂ ସହ ବିଶାଳ ସ୍କୋର ଛିଡ଼ା କରିଛି । ପ୍ରଭସିମରନ ସିଂହ ୨୧ ରନ୍‌ କରି ଆଉଟ ହୋଇଥିଲେ । ପ୍ରିୟାଂଶ ଆର୍ଯ୍ୟ ଭଲ ପ୍ରଦର୍ଶନ କରିନପାରି କେବଳ ୯ ରନ୍‌ କରିଥିଲେ । 

ପରେ ପରେ ନେହାଲ ଓ୍ବାଧେରା ଦଳର ସ୍କୋରକୁ ବଢ଼ାଇବାରେ ବେଶ ସହାୟକ ହୋଇଥିଲେ ।ସେ ୭୦ ରନ୍‌ କରିଥିଲେ । ସେହିଭଳି ଅଧିନାୟକ ଶ୍ରେୟସ ଆୟର ୩୦ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ଶେଷ ଆଡ଼କୁ ଶଶାଙ୍କ ସିଂହ ଏବଂ ଆଜମତୁଲ୍ଲା ଓମରଜାଇଙ୍କ ବିସ୍ଫୋରକ ବ୍ୟାଟିଂ ରାଜସ୍ଥାନ ବୋଲରଙ୍କୁ ଅସହାୟ କରି ପକାଇଥିଲା । ୫ ଓ୍ବିକେଟ ହରାଇସାରିଥିବା ପଞ୍ଜାବ ୨୦ ଓଭର ଶେଷ ସୁଦ୍ଧା ୨୧୯ ରନ୍‌ ବିଶାଳ ସ୍କୋର କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.