ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ହେଉଛି ଆଇପିଏଲ । ସମସ୍ତ ଖେଳାଳିଙ୍କ ପ୍ରିୟ ଥିବା ଏହି ଟୁର୍ଣ୍ଣାମେଣ୍ଟର କ୍ରେଜ୍ ଦିନକୁ ଦିନ କମିବାରେ ଲାଗୁଛି କି ? ଏମିତି ଏକ ଚର୍ଚ୍ଚା ସୋସିଆଲ ମିଡିଆରେ ଆରମ୍ଭ ହୋଇଛି । ଖେଳାଳିଙ୍କ କିଛି ଅଜବ ବ୍ୟବହାର ସାଙ୍ଗକୁ କିଛି ଘଟଣା ପାଇଁ କ୍ରିକେଟପ୍ରେମୀମାନେ ମନ ଫେରାଉଥିବା ମଧ୍ୟ କୁହାଯାଉଛି । ପୂର୍ବରୁ ଯେଭଳି ନିଜ ଟିମ୍ ପାଇଁ ସାଙ୍ଗ ସାଙ୍ଗ ଭିତରେ ଯୁକ୍ତି ହେଉଥିଲା ଏବେ ପ୍ରାୟ ଏଭଳି ଆଉ ଦେଖିବାକୁ ମଧ୍ୟ ମିଳୁନାହିଁ ।

୨୦୦୮ ମସିହାରେ ଯେତେବେଳେ ଏହି ଅନନ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ରହୁଥିଲା । ଆଉ କେବେ ଖେଳାଯିବ ଦିନ ଗଣୁଥିଲେ । କିନ୍ତୁ ଏବେ ଭେପିଂ ମାମଲା, ଭିଆଇପି ପାସ୍ ଏବଂ ହନିଟ୍ରାପ୍ ଭଳି ମାମଲା ମଧ୍ୟ ନଜର ଆସିବାରେ ଲାଗୁଥିବା ପାଇଁ ଦିନକୁ ଦିନ କ୍ରେଜ୍ କମିବାରେ ଲାଗିଛି ।

ନିକଟରେ ପରାଗ ଏବଂ ଚହଲ ଭେପିଂ ମାମଲା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଭଳି ଦୃଶ୍ୟ ନଜରକୁ ଆସିବା ପରେ ଏହା ଯୁବ କ୍ରିକେଟରଙ୍କ ଉପରେ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହାସଙ୍ଗ ଗର୍ଲଫ୍ରେଣ୍ଡ କଲଚର ଏବଂ ଭିଆଇପି ପାସ୍ ନାଁରେ ଏକ ପ୍ରହସନ ଆରମ୍ଭ ହୋଇଥିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ହୋଟେଲ ଲବି କରୁଥିବାବେଳେ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିସିସିଆଇ ସଚିବ ଦେବଜିତ ସାଇକିଆ ସମସ୍ତ ଦଶଟି ଫ୍ରାଞ୍ଚାଇଜ୍କୁ ଏକ ବିସ୍ତୃତ ପରାମର୍ଶ ପଠାଇ ବାରମ୍ବାର ପ୍ରୋଟୋକଲ୍ ଉଲ୍ଲଂଘନ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ବୋର୍ଡ ଚେତାବନୀ ଦେଇଛି ଯେ ଏହି ଘଟଣାଗୁଡ଼ିକ ଟୁର୍ଣ୍ଣାମେଣ୍ଟର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇପାରେ ଏବଂ ସୁରକ୍ଷା ଏବଂ ଆଇନଗତ ବିପଦ ସୃଷ୍ଟି କରିପାରେ। ପରାମର୍ଶଦାତାରେ ତାଲିକାଭୁକ୍ତ ଅଭିଯୋଗଗୁଡ଼ିକ ଗୋଟିଏ ଘଟଣାର ପ୍ରତିଫଳନ ନୁହେଁ, ବରଂ ଏକ ସ୍ପଷ୍ଟ ସଂସ୍କୃତି: ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ହୋଟେଲ କୋଠରୀରେ ଅନଧିକୃତ ବ୍ୟକ୍ତିଙ୍କ ଉପସ୍ଥିତି, ଦଳ ବସ୍ରେ ବାହାର ଲୋକଙ୍କ ଗତିବିଧି ଏବଂ ଲାଇଭ୍ ମ୍ୟାଚ୍ ସମୟରେ ଫ୍ରାଞ୍ଚାଇଜ୍ ମାଲିକମାନଙ୍କର ଖେଳାଳିଙ୍କ ସହିତ ନିରନ୍ତର ଯୋଗାଯୋଗ।

ଏହାସହ ପଢ଼ନ୍ତୁ : ଜଣେ ଝିଅର ଦୁଇ ପ୍ରେମିକ, ଜଣକୁ ମାରିଦେଲେ…