ନୂଆଦିଲ୍ଲୀ,୦୭/୦୪: ସୋମବାର ଦିନ ଇଡେନ ଗାର୍ଡେନରେ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ, ଯାହା ଫଳରେ ପଞ୍ଜାବ କିଙ୍ଗସ୍ ପଏଣ୍ଟ ଟେବୁଲର ଶୀର୍ଷକୁ ଯିବାକୁ ସକ୍ଷମ ହୋଇଥିଲା। ଏହି ସମୟରେ କେକେଆର ମଧ୍ୟ ପଏଣ୍ଟ ଟେବୁଲରେ ଏହାର ପ୍ରଥମ ଖାତା ଖୋଲିଥିଲା।

ଆଇପିଏଲ୍ ୨୦୨୬ ର ୧୨ତମ ମ୍ୟାଚରେ, କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳର ଆରମ୍ଭ ଖରାପ ଥିଲା, ଫିନ୍ ଆଲେନ୍ ୭ ବଲରେ ମାତ୍ର ୬ ରନ କରି ଆଉଟ ହୋଇଥିଲେ। ଏହି ସମୟରେ, କ୍ୟାମେରନ ଗ୍ରୀନ୍ ଙ୍କ ନିରାଶାଜନକ ପ୍ରଦର୍ଶନ ମଧ୍ୟ ଲଗାତାର ତୃତୀୟ ମ୍ୟାଚରେ ଜାରି ରହିଥିଲା, ସେ ମାତ୍ର ୪ ରନ କରିପାରିଥିଲେ। ୩.୨ ଓଭର ପରେ, କେକେଆର ଦୁଇ ୱିକେଟ ହରାଇ ୨୫ ରନ କରିଥିଲା ଏବଂ ପଞ୍ଜାବ କିଙ୍ଗ୍ସ ବୋଲରମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ପରି ମନେ ହେଉଥିଲା। କିନ୍ତୁ ୩ ଘଣ୍ଟା ଧରି ଲାଗି ରହିଥିବା ପ୍ରବଳ ବର୍ଷାରେ ପଡ଼ିଆ ସମ୍ପୂର୍ଣ୍ଣ ଓଦା ହୋଇଯିବା ଯୋଗୁଁ, ଅମ୍ପାୟାର ଶେଷରେ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷିରେ କେକେଆର ଏବଂ ପଞ୍ଜାବ କିଙ୍ଗ୍ସକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା।

ଆଇପିଏଲ୍ ସମ୍ପର୍କିତ ଖବର: ରଦ୍ଦ ହେଲା ମ୍ୟାଚ୍ : ବର୍ଷା ପାଇଁ ଖୋଲିଲା KKRର ଖାତା : ଟେବୁଲ ଟପ୍ପର ହେଲା PBKS

ବର୍ଷାଦ୍ବାରା ଆଇପିଲଏଲ୍ ୨୦୨୬ରେ କୋଲକାତାକୁ ପ୍ରଥମ ପଏଣ୍ଟ ମିଳିଛି, ଯାହା ଫଳରେ ସେ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି। କେକେଆର ତାର ତିନୋଟି ମ୍ୟାଚ୍ ରୁ ଦୁଇଟିରେ ପରାସ୍ତ ହୋଇଛି। ଏହି ସମୟରେ, ପଞ୍ଜାବ କିଙ୍ଗସ୍ ବର୍ତ୍ତମାନ ତିନୋଟି ମ୍ୟାଚ୍ ରୁ ପାଞ୍ଚ ପଏଣ୍ଟ ପାଇଛି ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱିତୀୟ ସ୍ଥାନରେ ରହିଛି। ଆରସିବି ଦୁଇଟି ମ୍ୟାଚ୍ ରୁ ଚାରି ପଏଣ୍ଟ ପାଇଥିବା ବେଳେ ରାଜସ୍ଥାନ ରୟାଲ୍ସ ମଧ୍ୟ ଚାରି ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ ଏହାର ଦୁଇଟି ପ୍ରଥମ ମ୍ୟାଚ୍ ଜିତି ଚାରି ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛି। ସେହିପରି, ସନରାଇଜର୍ସ ହାଇଦ୍ରାବାଦ, ସେମାନଙ୍କର ତିନୋଟି ମ୍ୟାଚ୍ ରୁ ମାତ୍ର ଗୋଟିଏ ଜିତି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ, ଦୁଇଟି ମ୍ୟାଚ୍ ରୁ ଦୁଇଟି ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଥିବା ବେଳେ ଲକ୍ଷ୍ନୌ ସୁପରଜିଆଣ୍ଟସ୍, ଦୁଇଟି ମ୍ୟାଚ୍ ରୁ ଗୋଟିଏ ବିଜୟ ସହିତ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ଅଛି।

ଅଧିକ ପଢ଼ନ୍ତୁ:'ସିଏସକେରେ ରହିବା ଯନ୍ତ୍ରଣାଦାୟକ ଓ ବିରକ୍ତିକର'; କାହିଁକି ଏମିତି କହିଲେ ଆର୍ ଅଶ୍ୱିନ

ଏହି ସମୟରେ, ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ସିଜିନର ପ୍ରଥମ ବିଜୟ ପାଇଁ ଅପେକ୍ଷା କରିଛନ୍ତି। ଗୁଜରାଟ ଟାଇଟାନ୍ସ ଚଳିତ ସିଜିନରେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲରେ ୯ମ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଦୁଇଟି ମ୍ୟାଚ୍ ହାରିବା ପରେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: 'IPLକୁ ପଛରେ ପକାଇ PSLକୁ ନମ୍ବର ୱାନ୍ କରିବୁ'; ଦିନରେ ସ୍ୱପ୍ନ ଦେଖୁଛନ୍ତି PCB ଅଧ୍ୟକ୍ଷ ମହସିନ ନକଭି