ନୂଆଦିଲ୍ଲୀ,୧୬/୦୪; ଚଳିତ ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ୨୩ତମ ଲିଗ୍ ମୁକାବିଲାରେ ବେଙ୍ଗାଲୁରୁ ୫ ୱିକେଟ୍ରେ ଲକ୍ଷ୍ନୌକୁ ହରାଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୪୬ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ବେଙ୍ଗାଲୁରୁ ୧୫.୧ ଓଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ମ୍ୟାଚରେ ଆରସିବିର ପ୍ଲେୟାର ଅଫ୍ ଦି ମ୍ୟାଚକୁ ନେଇ ବାବଦ ଦେଖା ଦେଇଛି । ଜୋସ୍ ହାଜେଲଉଡ୍ ତାଙ୍କ ୪ ଓଭରରେ ମାତ୍ର ୨୦ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହି ସମୟରେ, ୨୬ ବର୍ଷୀୟ ରସିଖ୍ ସଲାମ୍ ତାଙ୍କ ୪ ଓଭରରେ ୨୪ ରନ ଦେଇ ୪ଟି ୱିକେଟ୍ ନେଇଥିଲେ । ହାଜେଲଉଡଙ୍କଠୁ ୪ରନ୍ ଅଧିକ ଦେଇଥିଲେ ରସିକ୍ । ହେଲେ ୱିକେଟ ଦେଖିଲେ ୩ଟି ଅଧିକ ୱିକେଟ ନେଇଥିଲେ । ରସିଖଙ୍କ ସ୍ଥାନରେ ଜୋସ୍ ହାଜେଲଉଡଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ କରିବାକୁ ନେଇ ବିବାଦ ଉପୁଜିଛି ।
ମ୍ୟାଚର ଶ୍ରେଷ୍ଠ ଖେଳାଳିଙ୍କ ଉପରେ ଆକାଶ ଚୋପ୍ରାଙ୍କ ପ୍ରଶ୍ନ- ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ଆରସିବିର ବିଜୟରେ , ଜୋସ ହାଜେଲଉଡ୍ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ସେ କେବଳ ଗୋଟିଏ ୱିକେଟ୍ ନେଇଥିଲେ । ହାଜେଲଉଡ୍ ତାଙ୍କ ୪ ଓଭରର ୨୦ ରନ୍ ଦେଇ ନିକୋଲାସ୍ ପୁରନଙ୍କ ୱିକେଟ୍ ନେଇଥିଲେ । ଏହି ସମୟରେ, ରସିଖ ସଲାମ୍ଙ୍କ ବୋଲିଂ ପ୍ରଦର୍ଶନ ଭଲ ଥିଲା । ୨୬ ବର୍ଷୀୟ ଖେଳାଳି ତାଙ୍କ ଚ୪ ଓଭରରେ୨୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଆକାଶ ଚୋପ୍ରା ଏହା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ରସିଖ ସଲାମଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର କାହିଁକି ଦିଆଗଲା ନାହିଁ । ଏହା ଅନ୍ୟାୟ ।
Why was Rasikh Salam not the POTM in #RCBvLSG game? Not fair on the kid…
— Aakash Chopra (@cricketaakash) April 15, 2026
ଏହା ବି ପଢନ୍ତୁ...FIDE Candidates; ଇତିହାସ ରଚିଲେ ବୈଶାଳୀ, ଫିଡେ ମହିଳା କ୍ୟାଣ୍ଡିଡେଟ୍ସ ଜିତିବାରେ ପ୍ରଥମ ଭାରତୀୟ
POTMକୁ ନେଇ ବିତର୍କ ତୀବ୍ର- ଆକାଶ ଚୋପ୍ରାଙ୍କ ପ୍ରଶ୍ନ ଏବେ ଏକ ଉଷ୍ମ ବିତର୍କ ଆରମ୍ଭ କରିଛି । ଲୋକମାନେ ସୋସିଆଲ ମିଡିଆରେ ଏହାକୁ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି । କେତେକ ହେଜେଲଉଡଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ନିଷ୍ପତ୍ତିକୁ ସମର୍ଥନ କରି ଲେଖିଛନ୍ତି, ଅନ୍ୟମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ, ତାଙ୍କୁ କାହିଁକି ଏହି ପୁରସ୍କାର ଦିଆଯାଇଥାନ୍ତା କିମ୍ବା କାହିଁକି ତାଙ୍କୁ ଏହା ଦିଆଯିବା ଉଚିତ୍ ନୁହେଁ ।
ହାଜେଲଉଡ୍ ନିକୋଲାସ୍ ପୁରନ୍ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ମଧ୍ୟ, ରସିଖ୍ ସଲାମ୍ ତାଙ୍କ ୪ଟି ୱିକେଟ୍ ମଧ୍ୟରୁ ମାର୍କରାମ, ବାଡୋନି ଏବଂ ମୁକୁଲ ଚୌଧାରୀଙ୍କ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ତାଙ୍କର ଚତୁର୍ଥ ୱିକେଟ୍ ଥିଲା ଆଭେଶ ଖାନ । ହାଜେଲଉଡ୍ ଏବଂ ରସିଖ ପ୍ରତ୍ୟେକେ ୧୩ ଟି ଡଟ୍ ବଲ୍ ପକାଇଥିଲେ । ତେଣୁ, ରସିଖଙ୍କୁ ବାଦ ଦେଇ ହାଜେଲଉଡ୍ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦେବା ଆଶ୍ଚର୍ଯ୍ୟଜନକ ମନେ ହେଉଛି ।