ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

IPL ୨୦୨୫ ମଧ୍ୟରେ ଆସିଲା ଧମକ ପୂର୍ଣ୍ଣ ଇମେଲ୍ , ୨ଦିନରେ ତିନି ଧମକ

Published By : Gurupada Nath | May 8, 2025 8:47 PM

ମୁମ୍ବାଇ, ୮/୫ :   ଆଇପିଏଲ୍ ୨୦୨୫ମଧ୍ୟରେ ଗତ ଦୁଇ ଦିନ ଭିତରେ ୩ଷ୍ଟାଡିୟମକୁ ବମରେ ଉଡ଼ାଇବାକୁ ଧମକ ମିଳିଛି। ଭାରତ ବୁଧବାର ପାକିସ୍ତାନ ଏବଂ ପାକିସ୍ତାନ କବ୍ଜାଧିନ ଥିବା କଶ୍ମୀରରେ ଥିବା ୯ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଥିଲା। ଏହାପରେ ଏହି ଧମକ ମିଳିବା ଆରମ୍ଭ ହୋଇଯାଇଛି । କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ମ୍ୟାଚ୍ ଖେଳାଯାଇଛି । ଏହି ସମୟରେ କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲକୁ ଇଡେନ ଗାର୍ଡେନ୍ସ ଷ୍ଟାଡିୟମକୁ ବମରେ ଉଡ଼ାଇବାର ଧମକ ପୂର୍ଣ୍ଣ ଇମେଲ୍ ଆସିଥିଲା । ଯାହା ପରେ ମ୍ୟାଚରେ ସିକ୍ୟୁରିଟି ବଢାଇ ଦିଆଯାଇଥିଲା ।

ଏହା ପୂର୍ବରୁ ଅହମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବି ବମରେ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ଏହି ଇମେଲରେ ଲେଖାଥିଲା କି, ଆମେ ତୁମ ଷ୍ଟାଡିୟମକୁ ଉଡ଼ାଇ ଦେବୁ ’। ଏହି ମେଲ୍ ପାକିସ୍ତାନ ନାମରେ ଗୁଜୁରାଟ କ୍ରିକେଟ ଆସୋସିଏଶନକୁ ଆସିଥିଲା । ସେହିଭଳି ଏବେ ଗୁରୁବାର ରାଜସ୍ଥାନର ଜୟପୁରରେ ଥିବା ସବାଇ ମାନ ସିଂହ ଷ୍ଟାଡିୟମକୁ ବମରେ ଉଡ଼ାଇବାକୁ ଧମକ ମିଳିଛି । ଏହି ମେଲ୍ ଜୟପୁର କ୍ରିକେଟ ଆସୋସିଏଶନକୁ ମିଳିଛି । ଏହି ଇମେଲରେ ଲେଖା ଅଛି କି , ‘ଯଦି ହୋଇପାରୁଛି ତେବେ ସମସ୍ତଙ୍କୁ ବଞ୍ଚେଇ ଦିଅନ୍ତୁ’ । 

ଷ୍ଟାଡିୟମକୁ ବମରେ ଉଡ଼ାଇବାର ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଯାଞ୍ଚ ଆରମ୍ଭ କରି ଦେଇଛି । ପ୍ରକାଶ ଯେ, ଭାରତୀୟ ସେନା ବୁଧବାର ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଜୋରଦାର ଜବାବ ଦେଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.