ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା

Published By : Harapriya Sethi | February 16, 2025 11:32 AM

ଭୁବନେଶ୍ୱର, ୧୬/୦୨: ପୁରୀରେ ଆଇପିଏଲ୍‌ ଟ୍ରଫି । ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ୍‌ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । 'କୋଲକତା ନାଇଟ୍ ରାଇଡର୍ସ'ର ସଦସ୍ୟ ମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା। 


ତେବେ ଗତବର୍ଷ 'କୋଲକତା ନାଇଟ୍ ରାଇଡର୍ସ' ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଏବର୍ଷ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ, ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି । ଆଇପିଏଲ୍ ଟ୍ରଫିକୁ ପୂଜାର୍ଚ୍ଚନା କରି ବିଜୟ ହାସଲ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରର୍ଥନା କରିଛି 'କୋଲକତା ନାଇଟ୍ ରାଇଡର୍ସ' । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.