ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କଟକ ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଜଗମୋହନ ମୀନା

Published By : Prameya | October 1, 2024 10:13 AM

କଟକ ୦୧/୧୦: କଟକ ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ଜଗମୋହନ ମୀନା। ସେ ବିଦାୟୀ ଡିସିପି ପ୍ରକାଶ ଆର୍‌ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜଗମୋହନ ମୀନା ପୂର୍ବରୁ ଗଞ୍ଜାମ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। 

ସୂଚନା ମୁତାବିକ, ମଙ୍ଗଳବାର କଟକ ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଆଇପିଏସ୍ ଜଗମୋହନ ମୀନା। କଟକ ଡିସିପି ଅଫିସରେ ଅଧିକାରୀମାନେ ନୂଆ ଡିସିପି ଜଗମୋହନ ମୀନାଙ୍କୁ ସ୍ବାଗତ କରିଥିଲେ। ତେବେ କଟକରେ ଆଗକୁ ଦୁର୍ଗାପୂଜା ଥିବାରୁ ଅପରାଧ ନିୟନ୍ତ୍ରଣ ଫୋକସ୍ ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.