ନୂଆଦିଲ୍ଲୀ,୧୪/୬: ଇସ୍ରାଏଲ ଏବଂ ଇରାନ ଉଭୟଙ୍କ ପରସ୍ପର ଉପରେ ଆକ୍ରମଣର ପର୍ଯ୍ୟାୟ ଆରମ୍ଭ ହୋଇଛି। ଇସ୍ରାଏଲୀ ଆକ୍ରମଣର ଜବାବରେ ଇରାନ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଇରାନର ସରକାରୀ ସମାଚାର ଏଜେନ୍ସି IRNA ଏହି ସୂଚନା ଦେଇଛି। ଏଜେନ୍ସି ଅନୁଯାୟୀ,ଦେଶର ପରମାଣୁ ଏବଂ ସାମରିକ ସ୍ଥାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣର ଜବାବରେ ଇରାନ ଏହି ପଦକ୍ଷେପ ନେଇଛି। ଏହି ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେହି ସମୟରେ, ଜାତିସଂଘରେ ଇରାନର ରାଷ୍ଟ୍ରଦୂତ କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି ।
ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ସ୍ୱରୂପ ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାରେ ଆମେରିକାର ସେନା ସାହାଯ୍ୟ କରୁଛି। ଜଣେ ଆମେରିକୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ, କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାରେ ଏବଂ ଏହି ଅଞ୍ଚଳରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଉତ୍ତମ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଆମେରିକା ଏହାର ସିଷ୍ଟମକୁ ଇସ୍ରାଏଲର ନିକଟତର କରୁଛି।ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ଭିତ୍ତିଭୂମି ଉପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ବ୍ୟବହାର କରି ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲା। ଇରାନ ଶୁକ୍ରବାର ଇସ୍ରାଏଲ ଆଡ଼କୁ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇରାନର ସରକାରୀ ସମାଚାର ଏଜେନ୍ସି IRNA ଅନୁଯାୟୀ, ଦେଶର ପରମାଣୁ ଏବଂ ସାମରିକ ସ୍ଥାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣର ଜବାବରେ ଇରାନ ଏହି ପଦକ୍ଷେପ ନେଇଛି। ଇସ୍ରାଏଲର ଡ୍ରୋନ୍ ଆକ୍ରମଣରେ ଇରାନକୁ ପ୍ରବଳ କ୍ଷତି ସହିବାକୁ ପଡିଛି। ଜାତିସଂଘରେ ଇରାନର ରାଷ୍ଟ୍ରଦୂତ କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣରେ ୬୦ଜଣଙ୍କର ମୃତ୍ୟୁ ହୋଇଛି ।