ନୂଆଦିଲ୍ଲୀ,୨୪/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା କରିଛନ୍ତି ।  ଏହାର କିଛି ସମୟ ପରେ ଇରାନ୍‌ ଏହି ଦାବିକୁ ଖଣ୍ଡନ କରିଛି । ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଫାଇନାଲ ବୁଝାମଣା ହୋଇନାହିଁ । ଯୁଦ୍ଧବିରାମ କି ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବାକୁ କୌଣସି ସହମତି ହୋଇନି ବୋଲି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବ୍ବାସ୍‌ ଅରାଘଚି କହିଛନ୍ତି ।

ଇରାନ୍‌ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ''ଯେପରି ଇରାନ୍‌ ବାରମ୍ବାର ସ୍ପଷ୍ଟ କରିସାରିଛି । ଇସ୍ରାଏଲ-ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଅନ୍ୟ କିଛି ଉପାୟ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ଯୁଦ୍ଧବିରତି କିମ୍ବା ସାମରିତ ଅଭିଯାନ ବନ୍ଦ କରିବା ଉପରେ କୌଣସି ଚୁକ୍ତି ହୋଇନାହିଁ । ଯଦି ଇସ୍ରାଏଲ ଇରାନ୍‌ ଲୋକଙ୍କ ଉପରେ ଅବୈଧ ଆକ୍ରମଣ ବନ୍ଦ କରେ କିଛି ହୋଇପାରେ । ପ୍ରଥମେ ଇସ୍ରାଏଲ ଆକ୍ରମଣ ବନ୍ଦ କରୁ । ଆମର ସାମରିକ ଅଭିଯାନ ବନ୍ଦ କରିବା ବିଷୟରେ ଚୂଡାନ୍ତ ନିଷ୍ପତ୍ତି ପରେ ନିଆଯିବ ।''

ଅଧିକ ପଢନ୍ତୁ...୧୨ ଦିନ ପରେ ଅଟକିଲା ଇରାନ୍‌-ଇସ୍ରାଏଲ୍‌ ଯୁଦ୍ଧ ; ଅସ୍ତ୍ରବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

୧ ଘଣ୍ଟାରେ ୩ ଥର ଆକ୍ରମଣ- ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଇରାନ୍‌- ଇସ୍ରାଏଲ ମଧ୍ୟରେ ସିଜଫାୟାର ଘୋଷଣା କରିଛନ୍ତି । ତଥାପି ଯୁଦ୍ଧ ଚାଲିଛି । ପୁଣି ଇସ୍ରାଏଲ୍ ଉପରେ ଆଟାକ୍ କରିଛି । ଇରାନ୍‌ ଗୋଟିଏ ଘଣ୍ଟାରେ ୩ ଥର ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଇସ୍ରାଏଲ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ଗତ ୧ ଘଣ୍ଟାରେ ତୃତୀୟ ଥର ଇରାନ୍‌ ମିସାଇଲ ମାଡ଼ କରିଛି । ତେଣୁ ଇସ୍ରାଏଲ ଲୋକ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ଶରଣ ନେବାକୁ ପଳାୟନ କରିଛନ୍ତି । ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ ସେନା ପକ୍ଷରୁ ଆଲର୍ଟ ଜାରି ହୋଇଛି ।