ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

'ଅଟକିବୁନି କିଛି ବୁଝାମଣା ହୋଇନି, ଆଗ ଇସ୍ରାଏଲ୍ ଆକ୍ରମଣ ବନ୍ଦ କରୁ'; ଟ୍ରମ୍ପଙ୍କ ସିଜଫାୟାର ଘୋଷଣା ପରେ ଏମିତି କହିଲା ଇରାନ୍‌

Published By : Ankita S | June 24, 2025 9:19 AM

ନୂଆଦିଲ୍ଲୀ,୨୪/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା କରିଛନ୍ତି ।  ଏହାର କିଛି ସମୟ ପରେ ଇରାନ୍‌ ଏହି ଦାବିକୁ ଖଣ୍ଡନ କରିଛି । ଇସ୍ରାଏଲ ଓ ଇରାନ୍ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଫାଇନାଲ ବୁଝାମଣା ହୋଇନାହିଁ । ଯୁଦ୍ଧବିରାମ କି ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବାକୁ କୌଣସି ସହମତି ହୋଇନି ବୋଲି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବ୍ବାସ୍‌ ଅରାଘଚି କହିଛନ୍ତି ।

ଇରାନ୍‌ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ''ଯେପରି ଇରାନ୍‌ ବାରମ୍ବାର ସ୍ପଷ୍ଟ କରିସାରିଛି । ଇସ୍ରାଏଲ-ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଅନ୍ୟ କିଛି ଉପାୟ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ଯୁଦ୍ଧବିରତି କିମ୍ବା ସାମରିତ ଅଭିଯାନ ବନ୍ଦ କରିବା ଉପରେ କୌଣସି ଚୁକ୍ତି ହୋଇନାହିଁ । ଯଦି ଇସ୍ରାଏଲ ଇରାନ୍‌ ଲୋକଙ୍କ ଉପରେ ଅବୈଧ ଆକ୍ରମଣ ବନ୍ଦ କରେ କିଛି ହୋଇପାରେ । ପ୍ରଥମେ ଇସ୍ରାଏଲ ଆକ୍ରମଣ ବନ୍ଦ କରୁ । ଆମର ସାମରିକ ଅଭିଯାନ ବନ୍ଦ କରିବା ବିଷୟରେ ଚୂଡାନ୍ତ ନିଷ୍ପତ୍ତି ପରେ ନିଆଯିବ ।''

ଅଧିକ ପଢନ୍ତୁ...୧୨ ଦିନ ପରେ ଅଟକିଲା ଇରାନ୍‌-ଇସ୍ରାଏଲ୍‌ ଯୁଦ୍ଧ ; ଅସ୍ତ୍ରବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

୧ ଘଣ୍ଟାରେ ୩ ଥର ଆକ୍ରମଣ- ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଇରାନ୍‌- ଇସ୍ରାଏଲ ମଧ୍ୟରେ ସିଜଫାୟାର ଘୋଷଣା କରିଛନ୍ତି । ତଥାପି ଯୁଦ୍ଧ ଚାଲିଛି । ପୁଣି ଇସ୍ରାଏଲ୍ ଉପରେ ଆଟାକ୍ କରିଛି । ଇରାନ୍‌ ଗୋଟିଏ ଘଣ୍ଟାରେ ୩ ଥର ଇସ୍ରାଏଲ ଉପରେ ଆକ୍ରମଣ କରିଛି । ଇସ୍ରାଏଲ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି, ଗତ ୧ ଘଣ୍ଟାରେ ତୃତୀୟ ଥର ଇରାନ୍‌ ମିସାଇଲ ମାଡ଼ କରିଛି । ତେଣୁ ଇସ୍ରାଏଲ ଲୋକ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ଶରଣ ନେବାକୁ ପଳାୟନ କରିଛନ୍ତି । ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ ସେନା ପକ୍ଷରୁ ଆଲର୍ଟ ଜାରି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.