ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କ'ଣ କିଛି ଗଡ଼ବଡ଼ ଅଛି କି ? ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କଲା ଇରାନ୍‌

Published By : Ankita S | June 30, 2025 8:14 AM

ନୂଆଦିଲ୍ଲୀ,୩୦/୦୬: ୧୨ ଦିନ ହେବ ଇରାନ୍‌-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଜଳୁଥିଲା ମଧ୍ୟପ୍ରାଚ୍ୟ । ହେଲେ ଦୀର୍ଘ ୧୨ ଦିନ ପରେ ଯୁଦ୍ଧରେ ଯବନିକା ପଡ଼ିଥିଲା । ହେଲେ ଲାଗୁଛି ଏବେ ବି କିଛି ଗଡ଼ବଡ଼ ଅଛି । ଏବେ ବି ଇରାନ୍ ଚୁପ ବସିନାହିଁ । ତିକ୍ତତା ଏବେ ବି ଲାଗି ରହିଛି । ଇରାନ୍‌, ଇସ୍ରାଏଲ ଓ ଆମେରିକା ମଧ୍ୟରେ କିଛି ଠିକ୍‌ ନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କରିଛି ଇରାନ୍ ।

ଇରାନ୍‌ ଶୀର୍ଷ ସିୟା ଧର୍ମଗୁରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ଫତୱା ଜାରି କରିଛନ୍ତି । ଏଥିରେ ସେ ଦୁହିଁଙ୍କୁ ଇଶ୍ୱରଙ୍କ ଶତ୍ରୁ ବୋଲି କହିଛନ୍ତି । ସମସ୍ତ ମୁସଲମାନ ସମ୍ପ୍ରଦାୟଙ୍କୁ ଏକାଠୀ ହେବାକୁ କହିଛନ୍ତି । ଇରାନ୍‌ ବିରୋଧରେ ଆକ୍ସନ ନେଇଥିବା ଆମେରିକା ଏବଂ ଇସ୍ରାଏଲକୁ ଉଚିତ୍‌ ଶିକ୍ଷା ଦେବାକୁ ପଡ଼ିବ ବୋଲି କହିଛନ୍ତି ।

ଇରାନ୍‌ ଶୀର୍ଷ ସିୟା ଧର୍ମଗୁରୁ ଆୟାତୁଲ୍ଲା ନାସର ମକରମ୍‌ ସିରାଜି କହିଛନ୍ତି, ଟ୍ରମ୍ପ ଓ ନେତାନ୍ୟାହୁଙ୍କୁ କହିଛନ୍ତି,ସେମାନଙ୍କୁ ଅନୁତାପ କରିବା କଥା । ଦୁଇଜଣ ଆଲ୍ଲାଙ୍କ ଶତ୍ରୁ । ଯଦି ଜଣେ ବ୍ୟକ୍ତି ମରଜାଙ୍କୁ ଧମକ ଦିଅନ୍ତି ତାଙ୍କୁ ମୋହରେବ ବୋଲି କୁହାଯାଏ । ମୋହରେବ ସେହି ବ୍ୟକ୍ତି ହୋଇଥାନ୍ତି ଯିଏ ଇଶ୍ୱରଙ୍କ ବିରୋଧରେ ଯୁଦ୍ଧ କରେ । ଇରାନ୍‌ ଆଇନ୍ ମୁତାବିକ ଏମିତି ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ଦରକାର ।

ଫତୱାରେ ଆହୁରି କୁହାଯାଇଛି କି,"ଯଦି କୌଣସି ମୁସଲିମ କିମ୍ବା ଇସଲାମିକ ରାଷ୍ଟ୍ର ସେହି ଶତ୍ରୁମାନଙ୍କୁ ସମର୍ଥନ କରେ,ତେବେ ଦୋଷୀ ବୋଲି ବିବେଚନା କରାଯିବ । ଏହି ଶତ୍ରୁମାନଙ୍କୁ ଅନୁତାପ କରିବା ଆବଶ୍ୟକ । ଯଦି କୌଣସି ମୁସଲମାନ ତାଙ୍କର କର୍ତ୍ତବ୍ୟ ପାଳନ କରନ୍ତି ତେବେ ସେ ପରମେଶ୍ୱରଙ୍କ ରାସ୍ତାରେ ଜଣେ ଯୋଦ୍ଧା ଭାବରେ ଜଣାଯିବେ ।"

ଫତୱା କ’ଣ ?

ଫତୱା ହେଉଛି ଜଣେ ବରିଷ୍ଠ ଇସଲାମିକ ବିଦ୍ୱାନଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ଧାର୍ମିକ ମତ, ଯାହାକୁ ସିଆ ଇସଲାମରେ ମାର୍ଜା କୁହାଯାଏ । ଏହା ଏକ ଆଇନଗତ ନିଷ୍ପତ୍ତି ନୁହେଁ ।ଏହା ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ ଏବଂ ଇସଲାମିକ ସମ୍ପ୍ରଦାୟ ଏବଂ ସରକାର ଦ୍ୱାରା ଏହା ଅନୁସରଣ କରାଯିବା ଆଶା କରାଯାଏ।

ଇସ୍ରାଏଲ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ, ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କଲା । ଆମେରିକା ଇରାନ ଏବଂ ଇସ୍ରାଏଲ ଯୁଦ୍ଧରେ ଏଣ୍ଟ୍ରୀ କଲା ।  ଇରାନର ପରମାଣୁ ଘାଟି ଉପରେ ମଧ୍ୟ ଆକ୍ରମଣ କରିଥିଲା ଆମେରିକା । ଇରାନ ମଧ୍ୟ ଆମେରିକାକୁ ଜବାବ ଦେଇଥିଲା । ଏହା ପରେ ଇରାନ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.