ନୂଆଦିଲ୍ଲୀ,୨୩।୬: ଇରାନର ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ହୋଇଛି ବଡ଼ ଧରଣର ସାଇବର ଆକ୍ରମଣ। ଏହା ଦେଶର ଆର୍ଥିକ ସେବାକୁ ପ୍ରଭାବିତ କରିଛି। ସାଇବର ଆକ୍ରମଣ ଯୋଗୁଁ ତିନୋଟି ପ୍ରମୁଖ ବ୍ୟାଙ୍କରେ କାର୍ଡ-ଭିତ୍ତିକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା। ATM, POS ମେସିନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ମଧ୍ୟ ପ୍ରଭାବିତ ହୋଇଥିଲା, ଯାହା ଫଳରେ ଗ୍ରାହକଙ୍କ କାରବାର ବାଧାପ୍ରାପ୍ତ ହୋଇଥିଲା। ଜୁନ୍ ୧୪ ତାରିଖରେ ଅନେକ ପ୍ରମୁଖ ଇରାନୀ ବ୍ୟାଙ୍କ ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣ ପଛରେ କିଏ ଅଛି ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ।

କମ୍ପାନୀର ସୂଚନା ଅନୁସାରେ, Bank Melli, Bank Saderat Bank Tejarat ର କାର୍ଡ ସେବାକୁ ଟାର୍ଗେଟ କରାଯାଇଥିଲା। ସାଇବର ଆଟାକ୍ କାରଣରୁ ଏହି ବ୍ୟାଙ୍କର ସବୁ କାର୍ଡ ସମ୍ପର୍କୀତ ସେବା ଅସ୍ଥାୟୀ ରୂପରେ ବନ୍ଦ କରିବାକୁ ପଡିଛି। କମ୍ପାନୀର ଇରାନର ସରକାରୀ ଟିଭିକୁ କହିଛି ଯେ, ସାଇବର ସୁରକ୍ଷା ଟିମ୍‌ ସେବାକୁ ସ୍ବାଭାବିକ କରିବାରେ ଲାଗିଛି। କମ୍ପାନୀର ପବ୍ଲିକ୍ ରିଲେସନ୍ ଅଫିସର କହିଛନ୍ତି, ଏଟିଏମ୍ ସେବା, ପଏଣ୍ଟ ଅଫ୍ ସେଲ୍ ମେସିନ୍ ଓ କାର୍ଡ ସିଷ୍ଟମ ସମ୍ପର୍କି ମୋବାଇଲ ଆପ୍ଳିକେସନ୍ ଏହି ଆକ୍ରମରରେ ପ୍ରଭାବିତ ହୋଇଛି। 

କମ୍ପାନୀ କହିଛି ଯେ ଏହା ଦ୍ୱାରା ଗ୍ରାହକଙ୍କ ଟ୍ରାଞ୍ଜାକସନ୍ ବାଧାପ୍ରାପ୍ତ ହୋଇଛି। ଇରାନର ବ୍ୟାଙ୍କିଙ୍ଗ ସମନ୍ୱୟ ପରିଷଦ ଅନୁଯାୟୀ, ଜୁନ୍ ୧୪ ତାରିଖରେ ଦେଶର ଅନେକ ପ୍ରମୁଖ ବ୍ୟାଙ୍କ ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥିଲେ। ସେହି ସମୟରେ କମ୍ୟୁନିକେସନ୍ ଇନଫ୍ରାଷ୍ଟକଚରକୁ ଟାର୍ଗେଟ କରାଯାଇଥିଲା। ପ୍ରଭାବିତ ବ୍ୟାଙ୍କଗୁଡ଼ିକ ମଧ୍ୟରେ Bank Melli, Bank Saderat Bank Tejarat  ଅନ୍ତର୍ଭୁକ୍ତ ଥିଲା। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେହି ସାଇବର ଆକ୍ରମଣ ପରେ ସେବାଗୁଡ଼ିକୁ ସ୍ୱାଭାବିକ ହେବାକୁ ଅନେକ ଦିନ ଲାଗିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣାରେ ଗ୍ରାହମ୍‌ଙ୍କ ଡାଟା ସୁରକ୍ଷିତ ଥିଲା ଓ କୌଣସି ପ୍ରକାର ଡାଟା ଲିକ୍ ହୋଇନାହିଁ। ଏହି ସାଇବର ଆକ୍ରମଣ ପଛରେ କିଏ ଅଛି ସେ ବିଷୟରେ ଇରାନ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ।