ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଇସ୍ରାଏଲକୁ ଧମକ ଦେଲେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇ, କହିଲେ ଇରାନ ଲୋକଙ୍କ ଶକ୍ତି ଦେଖାଇବାକୁ ପଡିବ…

Published By : Ladu Kishor | October 27, 2024 10:34 PM

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି ଆଉ କହିଛନ୍ତି ଯେ, ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଭୁଲ କରିଛି। ଇସ୍ରାଏଲକୁ ଇରାନ ଲୋକଙ୍କ ଶକ୍ତି ଏବଂ ଦୃଢ ସଂକଳ୍ପ ବିଷୟରେ ବୁଝାଇବାକୁ ପଡିବ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର ହୋଇଥିବା ଏକ ପୋଷ୍ଟରେ ଖାମେନେଇ ଲେଖିଛନ୍ତି ଯେ 'ଦୁଇ ରାତି ପୂର୍ବରୁ ଯିହୁଦୀ ଶାସନ ଏକ ଭୁଲ ପଦକ୍ଷେପ ନେଇଛି । ଆମକୁ ଇରାନ ଲୋକଙ୍କ ନିଷ୍ଠା, ପଦକ୍ଷେପ ଏବଂ ଶକ୍ତି ପ୍ରଦର୍ଶନ କରିବାକୁ ପଡିବ । 

ସୂଚନାଯୋଗ୍ୟ ଯେ ଇସ୍ରାଏଲ ନିକଟରେ ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣ ଉଭୟ ଇସ୍ରାଏଲ ଏବଂ ଇରାନ ଦ୍ୱାରା ନିଶ୍ଚିତ କରାଯାଇଥିଲା । ଇରାନର ସାମରିକ ବେସକୁ ଟାର୍ଗେଟ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ । ଏହି ଆକ୍ରମଣ ପରେ ଇରାନ ଏକ ବିବୃତ୍ତି ଜାରି କରି କହିଛି ଯେ, ସେମାନଙ୍କର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଇସ୍ରାଏଲର ଆକ୍ରମଣକୁ ପଣ୍ଡ କରିଛି । ଇସ୍ରାଏଲର ଆକ୍ରମଣ ସମ୍ପର୍କରେ ଇରାନର ସର୍ବୋଚ୍ଚ ନେତା ଏହା କହିଛନ୍ତି ଯେ, ସେମାନଙ୍କୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଏଥିସହ ଖାମେନେଇ ପ୍ରତିଶୋଧ ପରାୟଣ ଆକ୍ରମଣ ବିଷୟରେ କହିଛନ୍ତି। 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍ପାଦନ କାରଖାନା କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଯେ ଇରାନକୁ ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଅତିକମରେ ଦୁଇ ବର୍ଷ ଲାଗିବ । ଏହା ଇରାନ ସେନା ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ଇସ୍ରାଏଲ୍ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ଯଦି ସେମାନଙ୍କ ବିରୋଧରେ ପ୍ରତିଶୋଧ ନିଆଯାଏ ତେବେ ସେମାନେ ପୁନର୍ବାର ଆକ୍ରମଣ କରିବେ।

ନିକଟରେ ଇସ୍ରାଏଲର ଆକ୍ରମଣରେ ହିଜବୁଲ ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଇରାନ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଧମକ ଦେଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.