ନୂଆଦିଲ୍ଲୀ,୧୯/୦୬; ଆମେରିକା ଓ ଇରାନ ମଧ୍ୟରେ ଗତ ୩ମାସ ୩ ସପ୍ତାହ ଧରି ଲାଗି ରହିଥିବା ଯୁଦ୍ଧରେ ଯବନିକା ପଡିଛି । ଯୁଦ୍ଧ ବନ୍ଦ ଲାଗି ଦୁଇଦେଶ ମଧ୍ୟରେ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନ ଶାନ୍ତିଚୁକ୍ତିରେ ଏଥିରେ ସ୍ୱାକ୍ଷର କରିଛନ୍ତି । ଫଳରେ ଦୁଇଦେଶ ମଧ୍ୟରେ ଶତ୍ରୁତାର ଅନ୍ତ ଘଟିବା ସହ ଜାହାଜ ଚଳାଚଳ ଲାଗି ବିଶ୍ୱର ପ୍ରମୁଖ ଜଳମାର୍ଗ ହୋର୍ମୁଜକୁ ଖୋଲି ଦିଆଯାଇଛି । ଡିଲ୍ ସ୍ୱାକ୍ଷରିତ ହେବା ପରେ ଇରାନ ସର୍ବୋଚ୍ଚ ନେତା ମୋଜତବା ଖାମନେଇ ଆମେରିକା ସହ ହୋଇଥିବା ବୁଝାମଣା (ଏମଓୟୁ)କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ବୁଝମଣା ଇରାନର ନୁହେଁ ବରଂ ଆମେରିକାର ବାଧ୍ୟବଧ୍ୟକତାରୁ ହୋଇଛି । ଡିଲକୁ ନେଇ ଡୋନାଲ୍ଡ ଟ୍ରମ୍ପ ହତାଶ, ବିଚଳିତ ଥିଲେ । ମୁଁ ଏହା ଚାହୁଁନଥିଲି ।

ଇରାନର ସର୍ବୋଚ୍ଚ ନେତା କ’ଣ କହିଲେ ? ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଐତିହାସିକ ଚୁକ୍ତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏହି ଚୁକ୍ତି ଇରାନର ଚିନ୍ତା ଏବଂ ବାଧ୍ୟବାଧକତା ଦ୍ୱାରା ନୁହେଁ, ବରଂ ଆମେରିକା ଦ୍ୱାରା ପରିଚାଳିତ । ଆମେରିକାର ରାଷ୍ଟ୍ରପତି ଚୁକ୍ତିକୁ ସମ୍ଭବ କରିବା ପାଇଁ ଚାପ ଏବଂ ପ୍ରଭାବର ସମସ୍ତ ଉପାୟ ବ୍ୟବହାର କରିଛନ୍ତି । ଚୁକ୍ତିନାମା ସମ୍ପର୍କରେ ମୋର ବ୍ୟକ୍ତିଗତ ମତ ଭିନ୍ନ ଥିଲା । ନୀତିଗତ ଭାବରେ ମୋର ଭିନ୍ନ ମତ ଥିଲା, କିନ୍ତୁ ମୁଁ ଏହି ସର୍ତ୍ତରେ ମୋର ସମ୍ମତି ଦେଇଛି ଯେ, ଇରାନ ରାଷ୍ଟ୍ରପତି ଦେଶ ଏବଂ ପ୍ରତିରୋଧ ମୋର୍ଚ୍ଚାର ଅଧିକାରକୁ ସୁରକ୍ଷା ଦେବେ । ଇରାନ ରାଷ୍ଟ୍ରପତିଙ୍କ ପ୍ରତିଶ୍ରୁତି ପରେ ମୁଁ ଏହାକୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଆମେରିକା ଭବିଷ୍ୟତରେ ସହମତ ସୀମା ବାହାରକୁ ଦାବି କରିବାକୁ ଚେଷ୍ଟା କରେ, ତେବେ ଇରାନ ମୁଣ୍ଡ ନୁଆଁଇବ ନାହିଁ । '' ଦେଶବାସୀଙ୍କୁ ଧୈର୍ଯ୍ୟ ରଖିବାକୁ ଏବଂ ସହମତ ସର୍ତ୍ତାବଳୀ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିବେଦନ କରିଛନ୍ତି ।

ଏହା ବି ପଢନ୍ତୁ...ଆମେରିକା-ଇରାନ ବୁଝାମଣା ଚାପରେ ନଇଁବନି ଇସ୍ରାଏଲ, ଦକ୍ଷୀଣ ଲେବାନନରୁ ପଛକୁ ସେନା ନହଟାଇବାକୁ ପ୍ରସ୍ତାବ...  

ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଫ୍ରାନ୍ସ ଗସ୍ତରେ ଆସିଥିବା ବେଳେ ଟ୍ରମ୍ପ ପ୍ୟାରିସ୍ର ଐତିହାସିକ ବର୍ସାଇଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ତାଙ୍କ ପାଖରେ ଫ୍ରାନ୍ସ ରାଷ୍ଟପତି ଇମାନୁଏଲ ମାକ୍ରନ ଉପସ୍ଥିତ ଥିଲେ । ଶାନ୍ତି ବୁଝାମଣାରେ ସ୍ୱାକ୍ଷର କରିବା ପରେ ଟ୍ରମ୍ପ ବାହାରକୁ ଆସିଥିଲେ । ସେଠାରେ ଉପସ୍ଥିତ ଗଣମାଧ୍ୟମକୁ କହିଥିଲେ ଯେ ଶାନ୍ତି ବୁଝାମଣା ସ୍ୱାକ୍ଷର ହୋଇଗଲା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହାର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳିଛି କି ମାକ୍ରନଙ୍କ ସହ ରାତି ଭୋଜନ ଲାଗି ବସିଥିବା ବେଳେ ଟ୍ରମ୍ପ ବୁଝାମଣାରେ ସ୍ୱାକ୍ଷର କରୁଛନ୍ତି । ଟ୍ରମ୍ପଙ୍କ ପରେ ଇରାନ ରାଷ୍ଟ୍ରପତି ପେଜେଶକିୟାନ ନିଜ ଦେଶରେ ଥାଇ ସେଠାରୁ ଇଲେକ୍ଟ୍ରୋନିକ୍ସ ଦସ୍ତଖତ କରିଥିଲେ । ଭାରତୀୟ ସମୟ ଗୁରୁବାର ଭୋର ପ୍ରାୟ ୫ଟା ୩୦ରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଉଭୟ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଏହାକୁ ତତ୍କାଳ ଲାଗୁ କରାଯାଇଛି ।