କଲମ୍ବୋ,୫।୩: ଭାରତ ମହାସାଗରରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନୀ ଯୁଦ୍ଧଜାହାଜ IRIS DENA ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ଜଳସୀମାରେ ଅଶାନ୍ତି ସୃଷ୍ଟି କରିଛି। ଏହି ଘଟଣା ପରେ ପୁଣିଥରେ ଭାରତ ମହାସାଗର ଜଳସୀମାରେ ଆଉ ଏକ ଇରାନୀ ଯୁଦ୍ଧଜାହାଜ ଫସି ରହିଛି। ଏହା ଶ୍ରୀଲଙ୍କାକୁ ଏହାର କ୍ଷେତ୍ରୀୟ ଜଳସୀମାରେ ପ୍ରବେଶ କରିବାକୁ ଅନୁମତି ମାଗିଛି। ଶ୍ରୀଲଙ୍କା ଏହି ଯୁଦ୍ଧଜାହାଜରୁ ବାର୍ତ୍ତା ପାଇବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି, ଶ୍ରୀଲଙ୍କା ପକ୍ଷରୁ ନେଇ ସୂଚନା ଦିଆଯାଇଛି।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ବୁଧବାର ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ସବମରିନ ଟର୍ପିଡୋ ଆକ୍ରମଣରେ ବୁଡାଇ ଦେଇଥିଲା। ଏହି ଯୁଦ୍ଧ ଜାହାଜ ପକ୍ଷରୁ ମଧ୍ୟ ସେତେବେଳେ ଶ୍ରୀଲଙ୍କାକୁ ସାହାଯ୍ୟ ପାଇଁ ଗୁହାରୀ କରାଯାଇଥିଲା।ଏହାପରେ ଶ୍ରୀଲଙ୍କା ନୌସେନା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହାସହ ଯୁଦ୍ଧ ଜାହାଜରେ ଥିବା ବହୁ ଜବାନଙ୍କ ଜୀବନ ବଞ୍ଚାଇ ପାରିଥିଲା।
ଶ୍ରୀଲଙ୍କାର ଅଧିକାରୀ ବୁଧବାର କହିଥିଲେ, ସେମାନେ ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଆମେରିକୀୟ ବୁଡ଼ାଜାହାଜ ଆକ୍ରମଣ ପରେ ବୁଡ଼ି ଯାଇଥିବା ଇରାନୀ ଜାହାଜ IRIS DENA ରୁ ସେମାନେ ପ୍ରାୟ ୮୦ଜଣ ଇରାନୀ ନାବିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ବୋଲି ବୁଧବାର ଶ୍ରୀଲଙ୍କା କର୍ତ୍ତୃପକ୍ଷ କହିଛନ୍ତି।