ତେହରାନ ୧୮/୦୪: ପରମାଣୁ ଅସ୍ତ୍ର ନିର୍ମାଣର ଅତି ନିକଟତର ହୋଇଛି ଇରାନ। ଇରାନ ପାଖରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ ୟୁରାନିୟମ ଭଣ୍ଡାର ରହିଛି। ଯାହା ୯୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବା ଫଳରେ ସେଥିରେ ପରମାଣୁ ବୋମା ପ୍ରସ୍ତୁତ କରିପାରିବ। ତାଜା ଆନ୍ତର୍ଜାତିକ ରିପୋର୍ଟରୁ ଏକଥା ସାମ୍ନାକୁ ଆସିଛି। ୟୁରାନିୟମ ଏଭଳି ଏକ ପଦାର୍ଥ ଯାହାକୁ ବ୍ୟବହାର କରି ପରମାଣୁ ଶକ୍ତି ଉତ୍ପାଦନ କରାଯିବ ଏବଂ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ ହୋଇପାରିବ। ଫରକ ଏତିକି ଯେ ୟୁରାନିୟମକୁ କେତେ ସମୃଦ୍ଧ ଅର୍ଥାତ ଶୁଦ୍ଧ କରାଯାଇଛି। ପ୍ରାକୃତିକ ୟୁରାନିୟମରେ ଖୁବ୍କମ୍ କାମ ହୋଇଥାଏ । ତେଣୁ ଏହାକୁ ମେସିନ (ସେଣ୍ଟ୍ରିଫ୍ୟୁଜନ) ଜରିଆରେ ପର୍ଯ୍ୟାକ୍ରମେ ଶୁଦ୍ଧ କରିବାକୁ ହୋଇଥାଏ। ଏହି ପ୍ରକ୍ରିୟାକୁ ୟୁରାନିୟମ ସମୃଦ୍ଧିକରଣ କୁହାଯାଏ। ୩ରୁ ୫ ପ୍ରତିଶତ ୟୁରାନିୟମ ବ୍ୟବହର କରି ବ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ପାଓ୍ବାର ପ୍ଲାଣ୍ଟ ଚଳାଯାଇଥାଏ।
ସେହିଭଳି ୨୦ ପ୍ରତିଶତ ଶୁଦ୍ଧ ୟୁରାନିୟମକୁ ଉଚ୍ଚ କ୍ଷମତାସମ୍ପନ୍ନ ବୋଲି ବିବେଚନା କରାଯାଏ। କିନ୍ତୁ ଏଥିରେ ଅସ୍ତ୍ରଶସ୍ତ୍ର ନିର୍ମାଣ ସମ୍ଭବ ହୋଇନଥାଏ। ୬୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ ୟୁରାନିୟମକୁ ଅତି ଶୁଦ୍ଧ ଭାବେ ବିଚାର କରାଯାଏ। ଏହାକୁ ନିଅର ଓ୍ବିପନ ଗ୍ରେଡ୍ ଅସ୍ତ୍ରଶସ୍ତ୍ର ନିର୍ମାଣର ନିକଟତର ବୋଲି କୁହାଯାଏ। ସେହିଭଳି ୯୦ ପ୍ରତିଶତ ସମୃଦ୍ଧ ୟୁରନିୟମକୁ ଓ୍ବିପନ ଗ୍ରେଡ୍ କୁହାଯାଏ। ଅର୍ଥାତ ଏହାକୁ ବ୍ୟବହାର କରି ପରମାଣୁ ବୋମା ନିର୍ମାର କରାଯାଇପାରିବ।
ଅଧିକ ପଢ଼ନ୍ତୁ :- War Effect : ଆଉ ମାତ୍ର ୬ ସପ୍ତାହ ପାଇଁ ମହଜୁଦ ଅଛି ଜେଟ୍ ଇନ୍ଧନ, ସରିଗଲେ ବିଶ୍ୱବ୍ୟାପୀ ଠପ୍ ହୋଇଯିବ ବିମାନ ସେବା
ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ରିପୋର୍ଟ ଅନୁସାରେ ଇରାନ ପାଖରେ ବର୍ତ୍ତମାନ ଇରାନ ପାଖରେ ୫ରୁ ୬ ଟନ୍ ସମୃଦ୍ଧ ୟୁରନିୟମ ରହିଛି। କିନ୍ତୁ ତାହା ଏତେ ସମୃଦ୍ଧ ହୋଇନାହିଁ ଯେ ଏଥିରେ ପରମାଣୁ ବୋମା ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ଇରାନ ସେଥିରୁ ୧୨୦ରୁ ୧୩୦ କିଲୋଗ୍ରାମ ୟୁରାନିୟମକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ କରିସାରିଛି। ଯଦି ଏହାକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ କରାଯିବ ତେବେ ସେଥିରେ ପରମାଣୁ ଅସ୍ତ୍ର ନିର୍ମାଣ ହୋଇପାରିବ। ଏଥିରେ ପ୍ରାୟ ୮ରୁ ୧୦ ଟି ପରମାଣୁ ବୋମା ନିର୍ମାଣ ହୋଇପାରିବ। ସେଥିପାଇଁ ଆମେରିକା ଓ ଇସ୍ରାଏଲ୍ ଇରାନ୍ ପରମାରୁ କାର୍ଯ୍ୟକ୍ରମକୁ ସୀମିତ କରିବା ଏବଂ ତା ପାଖରେ ଥିବା ସମୃଦ୍ଧ ୟୁରାନିୟମକୁ ନିଜ ନିୟନ୍ତ୍ରଣକୁ ନୋବ ଲାଗି ଚାପ ପକାଉଛନ୍ତି। କିନ୍ତୁ ଇରାନ ତାକୁ ହସ୍ତାନ୍ତର କରିବାକୁ ମନା କରିଦେଇଛି। ଇରାନ କହିଛି ତାର ପରମାଣୁ କାର୍ଯ୍ୟକ୍ରମ ଶାନ୍ତି ପାଇଁ ଉଦ୍ଦିଷ୍ଟ। ଏହା କୌଣସି ଦେଶ ବିରୋଧରେ ନୁହେଁ ବୋଲି ଇରାନ କରିଛି।