ନୂଆଦିଲ୍ଲୀ,୩।୩: ଏସିଆନ୍ କପ୍ର ଉଦଘାଟନୀ ମ୍ୟାଚରେ, ଇରାନର ମହିଳା ଫୁଟବଲ୍ ଦଳ ନେଇଛି ବଡ଼ ପଦକ୍ଷେପ। ଏହାକୁ ନେଇ କେବଳ ଫୁଟବଲ୍ ପଡ଼ିଆରେ ନୁହେଁ ବରଂ ବାହାରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆରେ ଜାରି ଏଏଫ୍ସି ଏସିଆନ୍ କପ୍ ୨୦୨୬ର ଉଦଘାଟନୀ ମ୍ୟାଚରେ ଇରାନର ମହିଳା ଫୁଟବଲ୍ ଦଳ ଇସଲାମିକ ଶାସନର ଜାତୀୟ ସଙ୍ଗୀତ ଗାଇବାକୁ ମନା କରିଦେଇଥିଲା।
ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍ ସମୟରେ ଇରାନର ମହିଳା ଖେଳାଳିମାନେ ନୀରବରେ ଠିଆ ହୋଇଥିଲେ। ସେମାନେ ଜାତୀୟ ସଙ୍ଗୀତ ଗାନ କରିନଥିଲେ। ଇରାନରେ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ଚାଲିଥିବା ଆଭ୍ୟନ୍ତରୀଣ ଅଶାନ୍ତି ପରେ ଇରାନର ମହିଳା ଫୁଟବଲ୍ ଦଳ ଏହି ପଦକ୍ଷେପ ନେଇଛି। ଷ୍ଟାଡିୟମରେ କିଛି ଲୋକ ଇସଲାମିକ୍ ବିପ୍ଳବ ପୂର୍ବର ପତାକା ହଲାଇଥିଲେ, ଆଉ କିଛି ନୀରବରେ ଏହାକୁ ଦେଖୁଥିଲେ।
The Iranian women’s national football team refused to sing the anthem of the Islamic Regime. Tonight. At the opening match of the Asian Cup. In front of the entire world.
— Samantha Smith (@SamanthaTaghoy) March 3, 2026
So, to all liberal Western women:
Watch and learn.
THIS is what real feminism looks like. pic.twitter.com/SriXGbipsY
ହେଡ୍ କୋଚ୍ ଏ ବିଷୟରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। ସେ ତାଙ୍କ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଉପରେ ମଧ୍ୟ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। କୋଚ୍ ସ୍ପଷ୍ଟ ଭାବରେ କହିଥିଲେ ଯେ ଦଳକୁ ଟୁର୍ଣ୍ଣାମେଣ୍ଟ ଉପରେ ଧ୍ୟାନ ଦେବାକୁ ପଡିବ। ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ଜାରି ରହିଛି।
ଦକ୍ଷିଣ କୋରିଆ ଏହି ମ୍ୟାଚ୍ ଦକ୍ଷିଣ କୋରିଆ ମ୍ୟାଚ୍ ୩-୦ରେ ଜିତିଥିଲା। ୩୭ ତମ ମିନିଟରେ ଚୋଇ ୟୁ-ରି ଗୋଲ ଦେଇଥିଲେ। ଏହାପରେ କିମ୍ ହାଇ-ରି ୫୯ ତମ ଏବଂ ୭୫ତମ ମିନିଟରେ ଗୋଲ ଦେଇ ଦକ୍ଷିଣ କୋରିଆକୁ ୩-୦ ରେ ଆଗୁଆ ରଖି ବିଜୟ ସୁନିଶ୍ଚିତ କରିଥିଲେ। ଇରାନ ଟିମ୍ର ଆଗାମୀ ଲକ୍ଷ୍ୟ ବ୍ରାଜିଲରେ ହେବାକୁ ଥିବା ଓ୍ବିମେନ୍ସ ଓ୍ବାର୍ଲ୍ଡକପ୍ରେ ସ୍ଥାନ ପକ୍କା କରିବା। ଏଥିପାଇଁ ତାକୁ ଅତି କମ୍ କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିବାକୁ ହେବ। ଏହି ଟିମ୍ ଆଗାମୀ ମ୍ୟାଚ୍ ଗୁରୁବାର ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।
ଆହୁରି ପଢନ୍ତୁ : ଭାରତ ପାଖରେ ରହିଛି କେତେ ଦିନ ପାଇଁ ତେଲ ? ଷ୍ଟ୍ରେଟ ଅଫ୍ ହୋର୍ମୁଜରେ ବଡ଼ ଧରଣର ଜାମ୍, ଫଶି ରହିଛି ୭୦୦ ଟ୍ୟାଙ୍କର