ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚାରି କ୍ବିଣ୍ଟାଲ୍‌ ୟୁରାନିୟମ୍ ଲୁଚାଇ ଦେଇଛି ଇରାନ, ତିଆରି ହୋଇପାରିବ ୧୦ ପରମାଣୁ ବୋମା !

Published By : Tapas Panda | June 24, 2025 4:50 PM

Image Courtesy: tribuneindia

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏହି ଯୁଦ୍ଧବିରତିକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଇରାନ ଉଭୟ ସ୍ପଷ୍ଟ ମଧ୍ୟ କରିଛନ୍ତି। ଯୁଦ୍ଧବିରାମ ହୋଇଥିଲେ ହେଁ, ଇସ୍ରାଏଲ ଉପରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଇସ୍ରାଏଲ ମଧ୍ୟ ଏହାର ଉଚିତ ଜବାବ ଦେବାକୁ ଘୋଷଣା କରିଛି। ୧୨ ଦିନର ଯୁଦ୍ଧ ପରେ ମଧ୍ୟ ଇସ୍ରାଏଲ ଏବଂ ଆମେରିକା ଇରାନର ପରମାଣୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରିପାରି ନାହାନ୍ତି । ସବୁଠାରୁ ବଡ଼ କଥା ହେଉଛି, ଇରାନ ପାଖରେ ଏବେ ବି ୬୦ ପ୍ରତିଶତ ବା ୪୦୦ କିଲୋଗ୍ରାମ ୟୁରାନିୟମ ରହିଛି । କିନ୍ତୁ ଇରାନ ଏହି ୟୁରାନିୟମକୁ କେଉଁଠାରେ ଲୁଚାଇ ରଖିଛି ତାହା କାହାକୁ ଜଣା ନାହିଁ । 

ଏହି ୪୦୦ କିଲୋଗ୍ରାମ ୟୁରାନିୟମରୁ ୧୦ଟି ପରମାଣୁ ବୋମା ତିଆରି କରାଯାଇପାରିବ।  ନ୍ୟୁୟର୍କ ଟାଇମ୍ସ ଇସ୍ରାଏଲୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ରିପୋର୍ଟ କରିଛି ଯେ, ଆମେରିକାର ବଙ୍କର ବଷ୍ଟର ବୋମା ଆକ୍ରମଣ ପୂର୍ବରୁ ଇରାନ ଫୋର୍ଡୋ ପରମାଣୁ ପ୍ଲାଣ୍ଟରୁ ୪୦୦ କିଲୋଗ୍ରାମ ୟୁରାନିୟମ ବାହାର କରିଥିଲା। ଏହି ୟୁରାନିୟମକୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଛି। ଆମେରିକା ଇରାନର ୩ଟି ପରମାଣୁ ପ୍ଲାଣ୍ଟ ଉପରେ ୬ଟି ବଙ୍କର ବଷ୍ଟର ବୋମା ପକାଇଥିଲା। କିନ୍ତୁ ଲୁଚାଇ ରଖିଥିବା ୟୁରାନିୟମ ଇରାନକୁ ଫଇଦା ଦେବ । 

ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଇରାନ ୧୬ଟି ଟ୍ରକ୍ ସାହାଯ୍ୟରେ ଫୋର୍ଡୋ ପ୍ଲାଣ୍ଟରୁ ସାମଗ୍ରୀ ପରିବହନ କରିଛି । ଏହି ପ୍ଲାଣ୍ଟଟି ପାହାଡ଼ ତଳେ ନିର୍ମିତ ହୋଇଛି ଏବଂ ଆମେରିକୀୟ ଆକ୍ରମଣରେ ମଧ୍ୟ ଏହା ସେତେଟା କ୍ଷତିଗ୍ରସ୍ତ ହୋଇ ନାହିଁ ।  ଆମେରିକା ନାତାଞ୍ଜ ଏବଂ ଇସଫାହାନକୁ ମଧ୍ୟ ଟାର୍ଗେଟ କରିଥିଲା। ସାଟେଲାଇଟ୍ ଚିତ୍ରଗୁଡ଼ିକ ଦର୍ଶାଉଛି ଯେ, ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ଏହି ଟ୍ରକଗୁଡ଼ିକ ଫୋର୍ଡୋ ପ୍ଲାଣ୍ଟରୁ କୌଣସି ସ୍ଥାନକୁ ଚାଲିଯାଇଛି । ତେବେ ଏହା ୟୁରାନିୟମ କି ଅନ୍ୟ କେଉଁ ସାମଗ୍ରୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । 

ଆମେରିକା ଏବଂ ଇସ୍ରାଏଲ ଆନୁମାନ କରୁଛନ୍ତି ଯେ, ଏହି ୟୁରାନିୟମକୁ ଇସଫାହାନ ସହରର ଏକ ଭୂତଳ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି । ସେପଟେ ଏନେଇ ଯଥାଶୀଘ୍ର ତଦନ୍ତ ଆରମ୍ଭ ହେବା ଦରକାର ବୋଲି କହିଛି IAEA । ଏହା ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ଏକ ବୈଠକ ପାଇଁ ପ୍ରସ୍ତାବ ଦେଇଛି। ଅନ୍ୟପଟେ ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଉପାୟରେ କରାଯାଉଛି କିନ୍ତୁ ଆମେରିକା ଏବଂ ଇସ୍ରାଏଲ ଏହାକୁ ବିଶ୍ୱାସ କରୁ ନାହାନ୍ତି ବୋଲି କହିଛି ଇରାନ । ଇସ୍ରାଏଲ ଅନୁସାରେ, ଇରାନ ପରମାଣୁ ବୋମା ତିଆରି କରିବାର ନିକଟତର । ସେପଟେ ଆମେରିକୀୟ ଗୁଇନ୍ଦା ସଂସ୍ଥା ଦାବି କରିଥିଲା ‌ଯେ, ପରମାଣୁ ବୋମା ତିଆରି କରିବାକୁ ଇରାନ୍‌କୁ ଆହୁରି ୩ ବର୍ଷ ସମୟ ଲାଗିପାରେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.