ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ଶତ୍ରୁ ଇସ୍ରାଏଲ ହେଉକି ଆମେରିକା , କଡ଼ା ଜବାବ ମିଳିବ : ଖାମେନେଇ

Published By : Prameya | November 2, 2024 8:37 PM

ନୂଆଦିଲ୍ଲୀ : ଆକ୍ସନ ମୁଡ୍‌ରେ ଇରାନର ସର୍ବୋଚ୍ଚ ନେତା। ଶନିବାର ଇରାନ ଓ ଏହାର ସହଯୋଗୀଙ୍କ ଉପରେ ହମଲାକୁ ନେଇ ଇସ୍ରାଏଲ ତଥା ଆମେରିକାକୁ କଡ଼ା ଜବାବ ଦେବାକୁ ଧମକ ଦେଇଛନ୍ତି ଅୟାତୁଲ୍ଲା ଅଲୀ ଖାମେନେଇ। ଏହି ଧମକ ଏମିତି ସମୟରେ ଦେଇଛନ୍ତି, ଯେତେବେଳେ ୨୬ ଅକ୍ଟୋବରରେ ଇସଲାମିକ ଗଣରାଜ୍ୟ ଉପରେ ହୋଇଥିବା ହମଲା ପରେ ଇରାନୀ ଅଧିକାରୀ ଇସ୍ରାଏଲ ବିରୋଧରେ ଆଉ ଏକ ହମଲା କରିବା କଥା କହୁଛନ୍ତି। 

ଏହି ହମଲାରେ ଇସ୍ରାଏଲ ଇରାନର ସେନା ଠିକଣା ଓ ଅନ୍ୟ ସ୍ଥାନ ଗୁଡ଼ିକୁ ଟାର୍ଗେଟ୍‌ କରିଥିଲା, ଯେଉଁଥିରେ ପାଖାପାଖି ୫ଜଣଙ୍କ ଜୀବନ ଚାଲି ଯାଇଥିଲା। ଉଭୟ ପକ୍ଷରୁ ଆଉ କୌଣସି ହମଲା ଏହି ମଙ୍ଗଳବାର ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଠିକ୍‌ ପୂର୍ବରୁ ପଶ୍ଚିମ ଏସିଆକୁ ବ୍ୟାପକ କ୍ଷେତ୍ରୀୟ ସଂଘର୍ଷରେ ପକାଇପାରେ , ଯେମିତି ପୂର୍ବରୁ ହିଁ ଗାଜା ପଟ୍ଟିରେ ଇସ୍ରାଏଲ-ହମାସ ଯୁଦ୍ଧ ଓ ଲେବାନନରେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲର ଭୂମିଗତ ଅଭିଯାନ ଲାଗି ରହିଛି। 

ଖାମନେଇ ଇରାନର ସରକାରୀ ମିଡ଼ିଆ ଦ୍ୱାରା ଜାରି ଭିଡ଼ିଓରେ କହିଛନ୍ତି ,ଶତ୍ରୁ ଇହୁଦୀ ଶାସନ ହେଉ ବା ଆମେରିକା , ସେ ଯାହା କରୁଛନ୍ତି ଏହାର କଡ଼ା ଜବାବ ନିଶ୍ଚିତ ରୂପେ ମିଳିବ। ସେ ଜବାବୀ କାର୍ଯ୍ୟାନୁଷ୍ଠାନର ସମୟ ବା ପରିସର ବିଷୟରେ ବିସ୍ତୃତ ଭାବେ କହି ନାହାନ୍ତି। ଆମେରିକାର ସେନା ପୂରା ପଶ୍ଚିମ ଏସିଆରେ ସକ୍ରିୟ ଅଛନ୍ତି। ଏହାର କିଛି ସୈନିକ ଏବେ ଇସ୍ରାଏଲରେ ଟର୍ମିନଲ ହାଇ ଅଲ୍ଟିଟ୍ୟୁଡ୍‌ ଏରିଆ ଡିଫେନ୍ସ (ଥାଡ) ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପରିଚାଳନା କରୁଛନ୍ତି।

ଖାମେନେଇ ( ୮୫) ପୂର୍ବର କିଛି ଟିପ୍ପଣୀରେ ଅଧିକ ସତର୍କତାର ଆଭିମୁଖ୍ୟ ଆପଣାଇ ଥିଲେ ଏବଂ କହିଥିଲେ କି ଅଧିକାରୀ ଇରାନର କାର୍ଯ୍ୟାନୁଷ୍ଠାନର ମୂଲ୍ୟାଙ୍କନ କରିବେ। ଇସ୍ରାଏଲର ହମଲାକୁ ବଢାଇ ଚଢାଇ ଦର୍ଶାଇବା ଉଚିତ ନୁହେଁ କି କମ୍ କରି କହିବା ଉଚିତ୍‌ ନୁହେଁ। 

ହେଲେ ହମଲାର ପ୍ରଭାବକୁ ଲୁଚାଇବାର ଇରାନର ଚେଷ୍ଟା ବିଫଳ ହୋଇ ଯାଇଛି। ଆସୋସିଏଟେଡ୍ ପ୍ରେସ ଦ୍ୱାରା ବିଶ୍ଳେଷଣର ଉପଗ୍ରହର ଫଟୋରୁ ଜଣାପଡ଼ିଛି ଯେ,  ହମଲାରେ ଦେଶର ବାଲେଷ୍ଟିକ ମିସାଇଲ କାର୍ଯ୍ୟକ୍ରମ ସହ ଜଡ଼ିତ ଏବଂ ତେହରାନ ପାଖରେ ଥିବା ସୈନ୍ୟ ଠିକଣାକୁ କ୍ଷତି କରିବା ତଥା ରିଭଲ୍ୟୁସନାରୀ ଗାର୍ଡର ଉପଗ୍ରହ ପ୍ରକ୍ଷେପଣ ସମ୍ୱନ୍ଧୀୟ ପ୍ରତିଷ୍ଠାନର ମଧ୍ୟ କ୍ଷତି ହୋଇଛି। ଇସ୍ରାଏଲର ହମଲାରେ ଇରାନର ହମାସ ଓ ହିଜବୁଲ୍ଲା ଭଳି ସହଯୋଗୀଙ୍କୁ ମଧ୍ୟ ଖୁବ୍‌ କ୍ଷତି ପହଞ୍ଚିଛି। ସେମାନଙ୍କ ଅନେକ ବରିଷ୍ଠ କମାଣ୍ଡରମାନଙ୍କ ମୃତ୍ୟୁ ହୋଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.