ନୂଆଦିଲ୍ଲୀ,୯।୧୨: ଟ୍ରେନ୍ ଟିକେଟ୍ ବୁକ୍ କରିବାରେ ସମସ୍ୟା। ଚିନ୍ତାରେ ଲକ୍ଷାଧିକ ଯାତ୍ରୀ। ଇଣ୍ଡିଆନ୍ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍‌ ବା IRCTC ସେବା ପ୍ରଭାବିତ ହେବା କାରଣରୁ ସମସ୍ୟା। ଅନେକ ଯାତ୍ରୀଙ୍କର ବୁକିଂ ହୋଇପାରୁନି ତ ଆଉ କେତେକଙ୍କର ବୁକିଂ ହେଉଛି କ୍ୟାନସେଲ୍। ଦୀର୍ଘ ସମୟ ପର୍ଯ୍ୟନ୍ତ ଓ୍ବେବସାଇଟ୍‌ରେ ଡାଉନଟାଇମ୍‌ର ମେସେଜ୍ ଦେଖିବାକୁ ମିଳୁଛି। IRCTC କହିଛି ୨୪ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀ ତିଆରି କରିପାରିବେନି ନୂଆ ଆକାଉଣ୍ଟ। 

ଇଣ୍ଡିଆନ୍ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍‌ ବା IRCTC ସେବା ପ୍ରଭାବିତ। ଅଡୁଆରେ ଲକ୍ଷାଧିକ ଯାତ୍ରୀ, ବୁକିଂ ହୋଇ ପାରୁନି  ଟିକେଟ। ଆଉ କେତେକର ବୁକିଂ ମଧ୍ୟ ହେଉଛି କ୍ୟାନସେଲ। IRCTC ପକ୍ଷରୁ କୁହାଯାଇଛି ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରୀ ତିଆରି କରିପାରିବେନି ନୂଆ ଆକାଉଣ୍ଟ।

ସୋମବାର ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ IRCTCର ଓ୍ବେବସାଇଟ୍‌ରେ ଏକ ମେସେଜ୍ ଦେଖିବାକୁ ମିଳିଥିଲା। ସେଥିରେ ଥିଲା ମେଣ୍ଟେନାନ୍ସ ଆକ୍ଟିଭିଟି କାରଣରୁ ଇ ଟିକେଟ ସର୍ଭିସ ଉପଲବ୍ଧ ନାହିଁ। ପରେ ଚେଷ୍ଟା କରନ୍ତୁ। କ୍ୟାନସଲେସନ୍ ଓ ଫାଇଲ ଟିଡିଆର ପାଇଁ ଦୟାକରି ସର୍ଭିସ ନମ୍ବରରେ କଲ୍ କରନ୍ତୁ। ୧୪୬୪୬,୦୭୫୫-୬୬୧୦୬୬୧ ଓ ୦୭୫୫-୪୦୯୦୬୦୦ ବା [email protected] ରେ ମେଲ୍‌ କରନ୍ତୁ। ଏବେ ଆପ୍‌ ଓ ଓ୍ବେବସାଇଟ୍‌ ଠିକ୍‌ରେ କାମ କରୁଛି। 

ଯଦିଓ IRCTCର ସେବା ପୂର୍ବ ଭଳି କାମ କରୁନି, କିନ୍ତୁ ଆପଣଙ୍କୁ କିଛି କଥା ଧ୍ୟାନରେ ରଖିବାକୁ ହେବ। ୯ ଡିସେମ୍ବର ସନ୍ଧ୍ୟା ୪ଟାରୁ ନେଇ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ, ଅର୍ଥାତ ୧୦ ଡିସେମ୍ବର ସନ୍ଧ୍ୟା ୪ଟା ବେଳ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନୂଆ ଆକାଉଣ୍ଟ ତିଆରି କରିବାର ବିକଳ୍ପ ନାହିଁ। ନୂଆ ରେଜିଷ୍ଟେ୍ରସନ୍‌ ବ୍ୟତୀତ ବର୍ତ୍ତମାନର ଆକାଉଣ୍ଟର ପାସଓ୍ବାର୍ଡ ବଦଳାଇବାର ବିକଳ୍ପ ମଧ୍ୟ ଏହି ସମୟରେ ମିଳିବନି।