ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆୟରଲ୍ୟାଣ୍ଡରେ ଶେଷ ହେଲା ରାଜନୈତିକ ସଙ୍କଟ, ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମାଇକେଲ ମାର୍ଟିନ...

Published By : Ladu Kishor | January 22, 2025 10:14 PM

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଏକ ବଡ଼ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି । ସାଂସଦଙ୍କ ପକ୍ଷରୁ ଗଠବନ୍ଧନ ସରକାରଙ୍କ ମୁଖ୍ୟ ଭାବରେ ଆନୁଷ୍ଠାନିକ ଭାବରେ ମଞ୍ଜୁରୀ ମିଳିବା ପରେ ମାଇକେଲ ମାର୍ଟିନଙ୍କୁ ଦ୍ୱିତୀୟ ଥର ପାଇଁ ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ମିଳିବ । ନିର୍ବାଚନରେ ମାର୍ଟିନ୍‌ଙ୍କ 'ଫିଆନା ଫେଲ୍‌' ଦଳ ସର୍ବାଧିକ ଆସନ ଜିତିଥିଲା, କିନ୍ତୁ ଏହାକୁ ନିଜ ଦମରେ ସରକାର ଗଠନ କରିବା ପାଇଁ ପର୍ଯ୍ୟାପ୍ତ ଆସନ ମିଳିନଥିଲା।

ସପ୍ତାହ ଧରି ଆଲୋଚନା ପରେ, ଦୀର୍ଘ ଦିନ ଧରି ପ୍ରଭାବଶାଳୀ ଦକ୍ଷିଣପନ୍ଥୀ ଦଳ ଫିଆନା ଫେଲ୍ ଏବଂ ଫାଇନ୍ ଗାଏଲ ଅନେକ ସ୍ୱାଧୀନ ସାଂସଦଙ୍କ ସମର୍ଥନରେ ଏକ ମେଣ୍ଟ ଗଠନ କରିବାକୁ ରାଜି ହୋଇଛନ୍ତି। ଚୁକ୍ତିନାମା ଅନୁଯାୟୀ ୬୪ ବର୍ଷିୟ ମାର୍ଟିନ୍ ତିନି ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିବେ, ଏବଂ ଫାଇନ୍ ଗେଲର ସାଇମନ ହାରିସ୍ ଉପପ୍ରଧାନମନ୍ତ୍ରୀ ହେବେ। ଏହା ପରେ, ଉଭୟ ନେତା ସେମାନଙ୍କ କାର୍ଯ୍ୟକାଳର ବାକି ଦୁଇ ବର୍ଷ ପାଇଁ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରିବେ।

ଉଭୟ ଦଳର ସଦସ୍ୟ ମାନେ ସରକାରୀ ଚୁକ୍ତିନାମାକୁ ନିଶ୍ଚିତ କରିଛନ୍ତି ଏବଂ ଏବେ ମାର୍ଟିନ୍‌ଙ୍କ ନାମ ସଂସଦର ନିମ୍ନ ସଦନ, ଡେଲ୍‌ର ସଦସ୍ୟ ମାନେ ନିଶ୍ଚିତ କରିବେ। ଏହାପରେ ରାଷ୍ଟ୍ରପତି ମାଇକେଲ ଡି ହିଗିନ୍ସ ତାଙ୍କୁ ଆନୁଷ୍ଠାନିକ ଭାବରେ ଏହି ପଦବୀରେ ନିଯୁକ୍ତ କରିବେ। ୨୯ ନଭେମ୍ବରରେ ଆୟରଲ୍ୟାଣ୍ଡରେ ଅନୁଷ୍ଠିତ ନିର୍ବାଚନରେ 'ଫିଆନା ଫେଲ୍' ୧୭୪ ଆସନରୁ ୪୮ଟି ଏବଂ 'ଫାଇନ୍ ଗେଲ' ୩୮ଟି ଆସନ ଜିତିଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.