ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ

Published By : Harapriya Sethi | December 26, 2024 11:33 AM

ବୌଦ୍ଧ,୨୬/୧୨: ନୁଆପାଲି ଛକ ନିକଟରେ ଚଳନ୍ତା ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌ । ଅଳ୍ପକେ ବର୍ତ୍ତିଲେ ରାସ୍ତାରେ ଯାତାୟାତ କରୁଥିବା ଲୋକେ । ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ମନମୁଣ୍ଡା ଥାନା ନୁଆପାଲି ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ଲୁହା ଇଲେକ୍ଟ୍ରି ପୋଲ୍‌ ବୋଝେଇ ଟ୍ରକ୍‌ ସୋନପୁର ଅଭିମୁଖେ ଯାଉଥିବା ବେଳେ ଟ୍ରକ୍‌ର ଡାଲାରେ ବନ୍ଧା ଯାଇଥିବା ଚେନ୍ ଛିଣ୍ଡି ପଡିଥିଲା । ଫଳରେ ଚଳନ୍ତା ଟ୍ରକ୍‌ରୁ ବଡ ବଡ ଇଲେକ୍ଟ୍ରି ପୋଲ୍‌ ରାସ୍ତାରେ ପଡ଼ି ଯାଇଥିଲା । ମୁଖ୍ୟ ରାସ୍ତାରେ ଇଲେକ୍ଟ୍ରି ପୋଲ୍‌ ଗୁଡିକ ପଡ଼ୁଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ମଟର ସବୁ ଅଟକି ରହିଥିଲା । ଫଳରେ ରାସ୍ତାରେ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଗୁଡିକ ସୌଭାଗ୍ୟକୁ ବଡ ଅଘଟଣରୁ ବର୍ତ୍ତି ଯାଇଥିଲେ । ରାସ୍ତା ଉପରେ ଇଲେକ୍ଟ୍ରି ପୋଲ୍‌ ଗୁଡିକ ପଡିଥିବା ବେଳେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ ହୋଇ ରହିଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ଘଟଣାରେ କେହି ବ୍ୟକ୍ତି ଦୁର୍ଘଟଣାର ଶୀକାର ହୋଇନଥିବା ସୂଚନା ମିଳିଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ମନମୁଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.