ନବରଙ୍ଗପୁର,୧୩/୬(ଆପ୍ର): ନବରଙ୍ଗପୁର ଜିଲ୍ଲା ଅପାର ସମ୍ଭାବନାର ଜିଲ୍ଲା । ଚାଷୀଙ୍କୁ ଜଳସେଚନ ଓ ଇନ୍ଦ୍ରାବତୀରେ ଇକୋଟୁରୁଜିମ୍ର ବିକାଶ କରାଯିବ। ଏହା କହିଛନ୍ତି, ବାଣିଜ୍ୟ ପରିବହନ ଓ ଖଣିଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ନବରଙ୍ଗପୁର ଜିଲ୍ଲାରେ ଗସ୍ତରେ ଆସି ଇନ୍ଦ୍ରାବତୀ ଜଳଭଣ୍ଡା ୩ଟି ଡ୍ୟାମ୍ ଇନ୍ଦ୍ରାବତୀ, କପୁର ଓ ପୋଡାଗଡ ଡ୍ୟାମ୍ ପରିଦର୍ଶନ କରି ମନ୍ତ୍ରୀ ଏହା କହିଛନ୍ତି। ମୋହନ ମାଝୀଙ୍କ ସରକାର ଲୋକଙ୍କ ସରକାର। ତେଣୁ ଇନ୍ଦ୍ରାବତୀ ଡ୍ୟାମ୍ରୁ ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ନିଶ୍ଚିତ କରାଯିବ । ସେଭଳି ୩ଟି ଡ୍ୟାମ୍ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅପାର ସମ୍ଭାବନା ରହିଛି। ତେଣୁ ଇନ୍ଦ୍ରାବତୀ ଅଞ୍ଚଳରେ ଇକୋ-ଟୁରୀଜିମ୍ର ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ବୋଲି କହିଛନ୍ତି। ସେଭଳି ଜିଲ୍ଲାରେ ଶିଳ୍ପର ବିକାଶ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ମନ୍ତ୍ରୀଙ୍କ ଏହି ଗସ୍ତରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ବିଜେପି ଜିଲ୍ଲାସଭାପତି କୁଞ୍ଜବିହାରୀଦାସ, ନବରଙ୍ଗପୁର ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର, ଜିଲ୍ଲାପରିଷଦ ସିଡିଓ ବିରଞ୍ଚି ନାରାୟଣ ଦରଓ୍ବାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।