ସାହାଜପାଲ , ୧।୯ :  ବୌଦ୍ଧ ସଦର ବ୍ଳକ ସାହାଜପାଲ ଛକ ଠାରୁ ଆରମ୍ଭ କରି କୁଲତାଖଲି ପର୍ଯ୍ୟନ୍ତ ଇରିଗେସନ କେନାଲ ହୁଡା ରାସ୍ତା ଶୋଚନୀୟ ହୋଇ ପଡିଛି। ରାସ୍ତାର ସ୍ଥାନେ ସ୍ଥାନେ ଖାଲ ଖମାରେ ପରିଣତ ହୋଇଛି।  ଖାଲ ଗୁଡିକରେ ପାଣି  ଜମିବା ସହ କାଦୁଅ ସୃଷ୍ଟି ହେଉଛି। ଯାହାଫଳରେ କି ଜନସାଧାରଣ ରାସ୍ତାରେ ଯାତାୟତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି।  ତୁରନ୍ତ କେନାଲ ହୁଡା ରାସ୍ତାକୁ ପିଚୁ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି।