ନୂଆଦିଲ୍ଲୀ ୨୨/୦୮: ଏବେ ପ୍ରାୟ ଲୋକ ବଢିଥିବା ୟୁରିକ୍‌ ଏସିଡ୍‌ ଜନିତ ସମସ୍ୟାରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ମନରେ ସବୁବେଳେ ପ୍ରଶ୍ନ ଉଠିଥାଏ । କେମିତି ୟୁରିକ୍‌ ଏସିଡ୍‌ର ମାତ୍ରାକୁ କମ୍‌ କରିପାରିବେ? ଶରୀରରେ ପ୍ୟୁରିନ୍‌ କେମିକାଲ୍‌ ଭାଙ୍ଗିବା ଦ୍ୱାରା ୟୁରିକ୍‌ ଏସିଡ୍‌ ତିଆରି ହୋଇଥାଏ । ସେଥିପାଇଁ ଯେଉଁମାନେ ଉଚ୍ଚ ୟୁରିକ୍‌ ଏସିଡ୍‌ରେ ପୀଡିତ । ସେମାନେ ପ୍ୟୁରିନ୍‌ରେ ଭରା ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ଚାଲନ୍ତୁ ଜାଣିବା ଉଚ୍ଚ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରିତ କରିବା ପାଇଁ କ’ଣ ରହିବା ଦରକାର ଖାଦ୍ୟ ତାଲିକା । 

ଉଚ୍ଚ ୟୁରିକ୍‌ ଏସିଡ୍‌ ଥିଲେ :

-ମଦ୍ୟପାନ ଆଦୌ କରନ୍ତୁନାହିଁ । କାରଣ ଏଥିରେ ପ୍ୟୁରିନ୍ସର ମାତ୍ରା ଖୁବ୍‌ ଅଧିକ ରହିଥାଏ, ଯାହା ଶରୀରରେ ଜ୍ୱଳନ ସୃଷ୍ଟି କରିଥାଏ ।

-ଚିନିଠାରୁ ଆରମ୍ଭ କରି ଫଳ ଜୁସ୍‌ ଓ ଚିନିଯୁକ୍ତ ସୋଢା ଗାଉଟ୍‌ ଆଟାକ୍‌ର କାରଣ ହୋଇପାରେ । ତେଣୁ ଏସବୁଠାରୁ ଦୂରେଇ ରହିବା ଉଚିତ୍‌ । ସେହିପରି ମହୁ ଓ ସିରପ୍‌ରେ ମଧ୍ୟ ଫ୍ରୁକ୍ଟସ୍‌ର ମାତ୍ରା ଅଧିକ ରହିଥାଏ, ଯାହା ୟୁରିକ୍‌ ଏସିଡ୍‌କୁ ବଢାଇଥାଏ । ତେଣୁ ଉଚ୍ଚ ୟୁରିକ୍‌ ଏସିଡ୍‌ରେ ପୀଡିତ ଲୋକମାନେ ଏସବୁଠାରୁ ଦୂରେଇ ରହିବା ଆବଶ୍ୟକ ।

ମାଂସ, ସିଫୁଡ୍‌ ଓ ପୋଲ୍ଟ୍ରି :

ଏସବୁ ପ୍ରୋଟିନ୍‌ର ମୁଖ୍ୟ ସ୍ରୋତ । କିନ୍ତୁ ୟୁରିକ୍‌ ଏସିଡ୍‌ ବଢାଇବାର ମାଧ୍ୟମ ମଧ୍ୟ, ଯାହା ଶରୀର ପ୍ରତି ବିପଦର ଆଶଙ୍କା ବଢାଇଥାଏ । ଯଦି ଆପଣ ଅଣ୍ଡା ଓ ମାଂସ କମ୍‌ ଖାଉଥାନ୍ତି, ତେବେ ଏହାର ପ୍ରଭାବ ୟୁରିକ୍‌ ଏସିଡ୍‌ର ସ୍ତର ଉପରେ ପଡିଥାଏ । 

ଡାଲି ବଢାଏ ସମସ୍ୟା :

ଶରୀରରେ ପ୍ରୋଟିନ୍‌ର ମାତ୍ରା ବଢାଇବାକୁ ଡାଲି ଖାଇବାକୁ କୁହାଯାଏ । କିନ୍ତୁ ଡାଲିରେ ଉଚ୍ଚ ମାତ୍ରାରେ ପ୍ୟୁରିନ୍ସ ରହିଥାଏ, ତେଣୁ ୟୁରିକ୍‌ ଏସିଡ୍‌ ଅଧିକ ରହୁଥିଲେ ଡାଲିକୁ ଡାଏଟ୍‌କୁ ବାଦ୍‌ ଦେବା ଉଚିତ୍‌ । 

କିଛି ପରିବା କ୍ଷତିକାରକ :

ଯଦି ଆପଣ ଉଚ୍ଚ ୟୁରିକ୍‌ ଏସିଡ୍‌ଜନିତ ସମସ୍ୟାରେ ପୀଡିତ, ତେବେ କେତେକ ପରିବା ଯଥା ଫୁଲକୋବି, ପାଳଙ୍ଗ, ମଟର ଓ ଛତୁ ଆଦିକୁ ସାମିଲ୍‌ କରିପାରିବେ ।

କାର୍ବୋହାଇଡ୍ରେଟ୍‌କୁ କରନ୍ତୁନି ସାମିଲ୍‌ :

ରିଫାଇନ୍‌ଡ କାର୍ବୋ ଯେମିତି ପାଉଁରୁଟି, କେକ୍‌ ଓ କୁକିଜ୍‌ ଆଦି ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତରକୁ ବଢାଇଥାଏ । ତେଣୁ ଏହାକୁ ଡାଏଟ୍‌ରୁ ବାଦ୍‌ ଦେବା ଉଚିତ୍‌ ।