ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଶରୀରରେ ବଢୁଛି କି ୟୁରିକ୍‌ ଏସିଡ୍‌? ଜାଣନ୍ତୁ କେମିତି କରିବେ କମ୍

Published By : Krishna Priya | August 22, 2025 12:12 PM

ନୂଆଦିଲ୍ଲୀ ୨୨/୦୮: ଏବେ ପ୍ରାୟ ଲୋକ ବଢିଥିବା ୟୁରିକ୍‌ ଏସିଡ୍‌ ଜନିତ ସମସ୍ୟାରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ମନରେ ସବୁବେଳେ ପ୍ରଶ୍ନ ଉଠିଥାଏ । କେମିତି ୟୁରିକ୍‌ ଏସିଡ୍‌ର ମାତ୍ରାକୁ କମ୍‌ କରିପାରିବେ? ଶରୀରରେ ପ୍ୟୁରିନ୍‌ କେମିକାଲ୍‌ ଭାଙ୍ଗିବା ଦ୍ୱାରା ୟୁରିକ୍‌ ଏସିଡ୍‌ ତିଆରି ହୋଇଥାଏ । ସେଥିପାଇଁ ଯେଉଁମାନେ ଉଚ୍ଚ ୟୁରିକ୍‌ ଏସିଡ୍‌ରେ ପୀଡିତ । ସେମାନେ ପ୍ୟୁରିନ୍‌ରେ ଭରା ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ଚାଲନ୍ତୁ ଜାଣିବା ଉଚ୍ଚ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରିତ କରିବା ପାଇଁ କ’ଣ ରହିବା ଦରକାର ଖାଦ୍ୟ ତାଲିକା । 

ଉଚ୍ଚ ୟୁରିକ୍‌ ଏସିଡ୍‌ ଥିଲେ :

-ମଦ୍ୟପାନ ଆଦୌ କରନ୍ତୁନାହିଁ । କାରଣ ଏଥିରେ ପ୍ୟୁରିନ୍ସର ମାତ୍ରା ଖୁବ୍‌ ଅଧିକ ରହିଥାଏ, ଯାହା ଶରୀରରେ ଜ୍ୱଳନ ସୃଷ୍ଟି କରିଥାଏ ।

-ଚିନିଠାରୁ ଆରମ୍ଭ କରି ଫଳ ଜୁସ୍‌ ଓ ଚିନିଯୁକ୍ତ ସୋଢା ଗାଉଟ୍‌ ଆଟାକ୍‌ର କାରଣ ହୋଇପାରେ । ତେଣୁ ଏସବୁଠାରୁ ଦୂରେଇ ରହିବା ଉଚିତ୍‌ । ସେହିପରି ମହୁ ଓ ସିରପ୍‌ରେ ମଧ୍ୟ ଫ୍ରୁକ୍ଟସ୍‌ର ମାତ୍ରା ଅଧିକ ରହିଥାଏ, ଯାହା ୟୁରିକ୍‌ ଏସିଡ୍‌କୁ ବଢାଇଥାଏ । ତେଣୁ ଉଚ୍ଚ ୟୁରିକ୍‌ ଏସିଡ୍‌ରେ ପୀଡିତ ଲୋକମାନେ ଏସବୁଠାରୁ ଦୂରେଇ ରହିବା ଆବଶ୍ୟକ ।

ମାଂସ, ସିଫୁଡ୍‌ ଓ ପୋଲ୍ଟ୍ରି :

ଏସବୁ ପ୍ରୋଟିନ୍‌ର ମୁଖ୍ୟ ସ୍ରୋତ । କିନ୍ତୁ ୟୁରିକ୍‌ ଏସିଡ୍‌ ବଢାଇବାର ମାଧ୍ୟମ ମଧ୍ୟ, ଯାହା ଶରୀର ପ୍ରତି ବିପଦର ଆଶଙ୍କା ବଢାଇଥାଏ । ଯଦି ଆପଣ ଅଣ୍ଡା ଓ ମାଂସ କମ୍‌ ଖାଉଥାନ୍ତି, ତେବେ ଏହାର ପ୍ରଭାବ ୟୁରିକ୍‌ ଏସିଡ୍‌ର ସ୍ତର ଉପରେ ପଡିଥାଏ । 

ଡାଲି ବଢାଏ ସମସ୍ୟା :

ଶରୀରରେ ପ୍ରୋଟିନ୍‌ର ମାତ୍ରା ବଢାଇବାକୁ ଡାଲି ଖାଇବାକୁ କୁହାଯାଏ । କିନ୍ତୁ ଡାଲିରେ ଉଚ୍ଚ ମାତ୍ରାରେ ପ୍ୟୁରିନ୍ସ ରହିଥାଏ, ତେଣୁ ୟୁରିକ୍‌ ଏସିଡ୍‌ ଅଧିକ ରହୁଥିଲେ ଡାଲିକୁ ଡାଏଟ୍‌କୁ ବାଦ୍‌ ଦେବା ଉଚିତ୍‌ । 

କିଛି ପରିବା କ୍ଷତିକାରକ :

ଯଦି ଆପଣ ଉଚ୍ଚ ୟୁରିକ୍‌ ଏସିଡ୍‌ଜନିତ ସମସ୍ୟାରେ ପୀଡିତ, ତେବେ କେତେକ ପରିବା ଯଥା ଫୁଲକୋବି, ପାଳଙ୍ଗ, ମଟର ଓ ଛତୁ ଆଦିକୁ ସାମିଲ୍‌ କରିପାରିବେ ।

କାର୍ବୋହାଇଡ୍ରେଟ୍‌କୁ କରନ୍ତୁନି ସାମିଲ୍‌ :

ରିଫାଇନ୍‌ଡ କାର୍ବୋ ଯେମିତି ପାଉଁରୁଟି, କେକ୍‌ ଓ କୁକିଜ୍‌ ଆଦି ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତରକୁ ବଢାଇଥାଏ । ତେଣୁ ଏହାକୁ ଡାଏଟ୍‌ରୁ ବାଦ୍‌ ଦେବା ଉଚିତ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.