ଦୁବାଇ, ୦୨/୦୭: ସଦ୍ୟ ଘୋଷିତ ଆଇସିସି ଟି ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଟିମ୍ ଇଣ୍ଡିଆ ବ୍ୟାଟର ଇଶାନ କିଷନ ଓ ଅଲରାଉଣ୍ଡର ଶିବମ ଦୁବେଙ୍କ ସ୍ଥାନରେ ଉନ୍ନତି ଘଟିଛି । ବ୍ୟାଟିଂ ତାଲିକାରେ ଓପନର ଅଭିଷେକ ଶର୍ମାଙ୍କୁ ହଟାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି କିଷନ । ପୂର୍ବରୁ ଶୀର୍ଷରେ ଥିବା ଅଭିଷେକ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି । କିଷନ ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ଶୀର୍ଷ ମାନ୍ୟତା ହାସଲ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଅଭିଷେକ ଶୀର୍ଷ ଏହି ସଫଳତା ଲାଭ କରିଥିଲେ ।
𝑹𝒊𝒔𝒊𝒏𝒈 𝒕𝒐 𝒕𝒉𝒆 𝒕𝒐𝒑 ⭐
— ICC (@ICC) July 1, 2026
Ishan Kishan reaches the No.1 spot in the ICC Men's T20I Batting Rankings 👏
Read more ➡️ https://t.co/KoXIJ9D3PM pic.twitter.com/0z5Q513cYt
କିଷନ ଓ ଅଭିଷେକଙ୍କ ମଧ୍ୟରେ ମାତ୍ର ୭ ରେଟିଂ ପଏଣ୍ଟର ପାର୍ଥକ୍ୟ ରହିଛି । କିଷନଙ୍କ ରେଟିଂ ପଏଣ୍ଟ ୮୭୬ ଏବଂ ଅଭିଷେକଙ୍କ ରେଟିଂ ପଏଣ୍ଟ ୮୬୯ ରହିଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଦର୍ଶନ ବଳରେ ଅଭିଷେକ ପୁନଃ ଶୀର୍ଷକୁ ଫେରିପାରନ୍ତି । ପାକିସ୍ତାନର ସାହିବଜାଦା ଫରହାନ ତୃତୀୟ, ଇଂଲଣ୍ଡର ଫିଲ୍ ସଲ୍ଟ ଚତୁର୍ଥ, ଶ୍ରୀଲଙ୍କାର ପଥୁମ ନିଶଙ୍କା ପଞ୍ଚମ ଏବଂ ଭାରତର ତିଳକ ବର୍ମା ପୂର୍ବଭଳି ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି ।
ଅଧିକ ପଢ଼ନ୍ତୁ :- CSK Hardik Pandya Trade: ଚେନ୍ନାଇର ଆବଶ୍ୟକ ନୁହଁନ୍ତି କି ପାଣ୍ଡ୍ୟା, ଜାଣନ୍ତୁ କ’ଣ କହିଲା CSK ?
ଟି-ଟ୍ୱେଣ୍ଟି ଦଳରୁ ବାଦ୍ ପଡ଼ିବା ପରେ ସୂର୍ଯ୍ୟକୁମାର ଅଷ୍ଟମକୁ ଖସିଛନ୍ତି । ବୋଲିଂ ତାଲିକାରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ତୃତୀୟକୁ ଏବଂ ପେସ୍ ବୋଲର ଯଶପ୍ରୀତ ବୁମରା ଷଷ୍ଠ ସ୍ଥାନକୁ ଖସିଛନ୍ତି । ଆଫଗାନିସ୍ତାନ ସ୍ପିନର ରସିଦ ଖାନଙ୍କ ଶୀର୍ଷ ସ୍ଥାନ ସୁରକ୍ଷିତ ରହିଛି । ଅଲରାଉଣ୍ଡର ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱିତୀୟ ସ୍ଥାନ ଅପରିବର୍ତ୍ତିତ ରହିଛି । ମାତ୍ର ଶିବମ ଦୁବେ ୩ଟି ସ୍ଥାନ ଉନ୍ନତି ଘଟାଇ ସପ୍ତମ ସ୍ଥାନ ଅଧିକାର କରିଛନ୍ତି ।