ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗ: ଗଜପତି କହିଲେ, ବହୁତ ହୋଇଗଲା ଏଥର ଆଇନ ରାସ୍ତା ବାଛିବୁ...

Published By : Prameya | November 5, 2024 11:05 AM

ଭୁବନେଶ୍ୱର ୦୫/୧୧: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଭୁବନେଶ୍ୱରରେ ଆୟୋଜିତ ପ୍ରେସ୍‌ ମିଟ୍‌ରେ  ଗଜପତି କହିଛନ୍ତି ଯେ,ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ନ ହେଲେ ଏଥର ଆମେ ଛାଡ଼ିବାନି ଆଇନର ରାସ୍ତା ବାଛିବୁ।

୧୯୭୭ ମସିହାରେ ପ୍ରଥମ ଥର ପାଇଁ ଇସ୍କନ ଅଦିନିଆ ରଥାଯାତ୍ରାର ଆୟୋଜନ କରିଥିଲା । ଯାହା କାଲିଫର୍ଣ୍ଣିଆ ସହରରେ ଅନୁଷ୍ଠିତ ହୋଇଥିଲେ । ପରେ ପରେ ପର୍ଯ୍ୟାୟକ୍ରମେ ବିଶ୍ୱର ବିଭିନ୍ନ ସହରରେ ଅଦିନିଆ ରଥଯାତ୍ରା ଏବଂ ବିଭିନ୍ନ ପର୍ବପର୍ବାଣୀର ଆୟୋଜନ କରିଆସୁଛନ୍ତି । ଯାହାକି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଉଲ୍ଲଂଘନ ହେଉଛି ।ଏହାକୁ ବନ୍ଦ କରିବାକୁ ଆମେ ଇସ୍କନ ପ୍ରଶାସନ ସହିତ ଆଲୋଚନ କରିଥିଲୁ । କିନ୍ତୁ କିଛି ସୁଫଳ ହେଲା ନାହିଁ । 

ସେହିପରି ୨୦୦୭ ଡିସେମ୍ବରରେ ଲୁଧିଆନାରେ ଅଦିନିଆ ରଥଯାତ୍ରା କରିବାକୁ ନେଇ ଘୋଷଣା କରିଥିଲେ । ଯାହାକୁ ନେଇ ସେତେବେଳେ ଏକ ଆପତ୍ତିଜନକ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ଚିଠିକୁ ବେଖାତିର କରି କରି ରଥଯାତ୍ରା କରିଲେ ଇସ୍କନ । ବାରମ୍ବାର ଚିଠି ସତ୍ତେୱ ବି ମାନିନଥିଲେ ଇସ୍କନ କର୍ତ୍ତୃପକ୍ଷ । ଏହାର କିଛି ମାସ ପରେ ପୁଣି ଥରେ ଦିଲ୍ଲୀରେ ଅଦିନିଆ ରଥଯାତ୍ରାରେ ଆୟୋଜନ କରିଥିଲେ । ଯାହାକୁ ସେତେବେଳେ ଦୃଢ ନିନ୍ଦା କରିଥିଲା ଜଗନ୍ନାଥ ସମିତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.